ଶସ୍ତାରେ ଔଷଧ ବିକ୍ରି କରି ରୋଜଗାର କରନ୍ତୁ ଲକ୍ଷାଧିକ ଟଙ୍କା! ବ୍ୟବସାୟ ଆରମ୍ଭ କରିବାକୁ ମାଗଣା ଔଷଧ ଓ ଟଙ୍କା ଯୋଗାଇଦେବେ ମୋଦି ସରକାର

211

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନମୋ ଆପ ଜରିଆରେ ପ୍ରଧାନମନ୍ତ୍ରୀ ଜନ ଔଷଧୀ ପରିଯୋଜନାର ଲାଭ ପାଇଥିବା ଲୋକଙ୍କ ସହ କଥା ହୋଇଛନ୍ତି । ଏହି ଯୋଜନାରେ ଗରିବ ଲୋକଙ୍କୁ ଶସ୍ତାରେ ଔଷଧ ଯୋଗାଇ ଦିଆଯାଇଥାଏ । ଏହି ଯୋଜନାରେ ନାଁ କେବଳ ଶସ୍ତାରେ ଔଷଧ ମିଳିଥାଏ ବରଂ ଜଣେ ଚାହିଁଲେ ଜନ ଔଷଧୀ କେନ୍ଦ୍ର ଖୋଲି ପ୍ରତି ମାସରେ ହଜାର ହଜାର ଟଙ୍କା ରୋଜଗାର କରିପାରିବେ । ସରକାରଙ୍କ ସହ ମିଶି ଏହି କେନ୍ଦ୍ର ଖୋଲିବାକୁ ହେଲେ ଆପଣଙ୍କୁ କୌଣସି ପ୍ରକାର ଫିସ୍ ଭରିବାକୁ ପଡ଼ିବ ନାହିଁ । କେବଳ କିଛି ସର୍ତ୍ତ ବା ନିୟମ ରହିଛି, ଯାହାକୁ ପୂରା କରିବା ଜରୁରୀ ।

କେଉଁ ମାନେ ଖୋଲିପାରିବେ ଏହି ଜନ ଔଷଧୀ କେନ୍ଦ୍ର :
ଭାରତର ଯେକୌଣସି ବ୍ୟକ୍ତି ଜନ ଔଷଧୀ କେନ୍ଦ୍ର ଖୋଲିପାରିବ ଜନ ଔଷଧୀ ଯୋଜନାର ୱେବସାଇଟ ମୁତାବିକ ଏଭଳି କେନ୍ଦ୍ର ଯେ କୌଣସି ସରକାରୀ ଏଜେନ୍ସି, ଏନଜିଓ, ସ୍ୱୟଂ ସେବା ସମୂହ, ଓ ଫାର୍ମାସୀ ସହ ଯୋଡ଼ି ହୋଇଥିବା ବ୍ୟକ୍ତି, ଡାକ୍ତର କିମ୍ବା ବ୍ୟବସାୟୀ ଖୋଲିପାରିବେ ।

କେଉଁଠାରେ ଖୋଲିବେ କେନ୍ଦ୍ର :
ଜନ ଔଷଧୀ କେନ୍ଦ୍ର ସରକାରୀ ହସ୍ପିଟାଲ ପରିସରରେ ଖୋଲି ପାରିବେ । ଏଥିପାଇଁ ସରକାରଙ୍କ ପକ୍ଷରୁ ଜାଗା ଦିଆଯିବ । ଏହାଛଡ଼ା ଆପଣ ଅନ୍ୟ କୌଣସି ସ୍ଥାନରେ ଏହି କେନ୍ଦ୍ର ଖୋଲିବାକୁ ଚାହୁଁଥିଲେ ଆଗୁଆ ପ୍ରସ୍ତାବ ଦେଇପାରିବେ । ଯଦି ସରକାରୀ ହସ୍ପିଟାଲ ପରିସରରେ ଏହି କେନ୍ଦ୍ର ଖୋଲିବାକୁ ଚିନ୍ତା କରୁଥାନ୍ତି ତେବେ ଫର୍ଣ୍ଣିଚର କିଣିବା ପାଇଁ ୧ ଲକ୍ଷ୍ୟ ଟଙ୍କାର ସାହାଯ୍ୟ ମିଳିଥାଏ । ଏହାଛଡ଼ା ଏକ ଲକ୍ଷ ଟଙ୍କାର ମାଗଣା ଔଷଧ ମଧ୍ୟ ଦିଆଯାଇଥାଏ । ଏହାଛଡ଼ା କମ୍ପ୍ୟୁଟର, ଇଣ୍ଟରନେଟ, ପ୍ରିଣ୍ଟର ସମେତ ଅନ୍ୟ ଖର୍ଚ୍ଚ ପାଇଁ ୫୦ ହଜାର ଟଙ୍କାର ସହୟତା ମଧ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥାଏ ।

ଏହାଛଡ଼ା ଯଦି ଆପଣ ସରକାରୀ ହସ୍ପିଟାଲ ପରିସରରେ ଏହି ଜନ ଔଷଧୀ କେନ୍ଦ୍ର ଖୋଲୁ ନଥାନ୍ତି ତେବେ ମଧ୍ୟ ଆପଣଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ମିଳିବ । ଏଥିପାଇଁ ମୋଟ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୋତ୍ସାହନ ରାଶି ମିଳିଥାଏ । ଯଦି ଆପଣ ଜନ ଔଷଧୀ କେନ୍ଦ୍ର ଖୋଲିବାକୁ ଇଚ୍ଛୁକ, ତେବେ ବିପିପିଆଇ ନିକଟରେ ଆବେଦନ କରିପାରିବେ । ସମସ୍ତ ଜରୁରୀ ପ୍ରମାଣପତ୍ର ସହ ଏଠାରେ ଆପଣ ଆବେଦନ କରିପାରିବେ ।ଯଦି ଆପଣ ଜନ ଔଷଧୀ କେନ୍ଦ୍ର ଖୋଲିବାକୁ ଚାହୁଁଥାନ୍ତି ତେବେ ଆପଣଙ୍କ ନିଜର ଜାଗା ଥିବା ଆବଶ୍ୟକ । ପାଖାପାଖି ୧୨୦ ସ୍କୋୟାର ଫୁଟ ଜାଗାରେ ଏହି କେନ୍ଦ୍ର ଖୋଲାଯାଇପାରିବ । ଏହାଛଡ଼ା ଲାଇସେନ୍ସ ସମେତ ଅନ୍ୟ ସର୍ତ ଗୁଡ଼ିକୁ ମଧ୍ୟ ପୂରା କରିବା ଆବଶ୍ୟକ । ଏହିଭଳି ଭାବେ ଜନ ଔଷଧୀ କେନ୍ଦ୍ର ଖୋଲି ଆପଣ ପ୍ରତି ମାସରେ ଭଲ ରୋଜଗାର କରିପାରିବେ । ଏଥିରେ ନା କେବଳ ଆପଣ ଶସ୍ତାରେ ଔଷଧ ଦେଇପାରିବେ ବରଂ କମ ଟଙ୍କା ନିବେଶ କରି ନିଜର ଏକ ବ୍ୟବସାୟ ମଧ୍ୟ ଆରମ୍ଭ କରି ପାରିବେ ।