ଗୁଗଲ ଡ୍ରାଇଭରେ ରଖିଥିବା ଫାଇଲ୍ ଡିଲିଟ୍ ହୋଇଯାଇଛି କି ? ପୁଣି କେମିତି ଫେରିପାଇବେ , ଜାଣନ୍ତୁ ଏହି ପ୍ରକ୍ରିୟା

54

ଆମେ ବେଳେବେଳେ ଭୁଲରେ ଆମର ଜରୁରୀ ଫାଇଲକୁ ଗୁଗଲ ଡ୍ରାଇଭରୁ ଡିଲିଟ୍ କରିଦେଇଥାଉ । ଏହି କାରଣରୁ ଆମେ ଖୁବ୍ ଅଧିକ ଚିନ୍ତିତ ହୋଇପଡୁ । କିନ୍ତୁ ଆପଣ ଜାଣନ୍ତି କି ଏହି ଡିଲିଟ୍ ହୋଇଥିବା ଫାଇଲ ମଧ୍ୟ ରିଷ୍ଟୋର ହୋଇପାରେ । ଯଦି ଆପଣଙ୍କୁ ଏହାର ତରିକା ପତ୍ତା ତ ଆପଣ ଚାହିଁଲେ ଏହି ଡିଲିଟ୍ ଫାଇଲକୁ ଆଉଥରେ ପାଇପାରିବେ । ଜାଣନ୍ତୁ ଏହାର ତରିକା –

ଷ୍ଟେପ୍-୧ : ପ୍ରଥମେ drive.google.com/drive/trashକୁ ଯାଆନ୍ତୁ ।

ଷ୍ଟେପ-୨ : ଏହାପରେ ଆପଣ ଏହି ଫାଇଲରେ ରାଇଟ୍ କ୍ଲିକ୍ କରନ୍ତୁ , ଯେଉଁ ଫାଇଲକୁ ଆପଣ ରିଷ୍ଟୋର କରିବାକୁ ଚାହୁଁଛନ୍ତି ।

ଷ୍ଟେପ୍-୩ : ପୁଣି ରିଷ୍ଟୋରରେ କ୍ଲିକ୍ କରନ୍ତୁ

ଗୁଗୁଲ ଡ୍ରାଇଭରେ ଫାଇଲ୍ କେମିତି ଖୋଜିବା –
ବେଳେବେଳେ ଆମ ସହ ଏମିତି ହୁଏ କି ଆମେ କାହାକୁ ଗୁଗଲ ଡ୍ରାଇଭରେ ଖୋଜି ପାଇନଥାଉ । କିନ୍ତୁ ଆମକୁ ଜଣାଥାଏ କି ଏହା ଡିଲିଟ୍ ହୋଇନାହିଁ । ଏହି ଡ୍ରାଇଭରେ ଅଛି । ଏଥିପାଇଁ କିଛି ସହଜ ଉପାୟ ଆପଣାନ୍ତୁ । ଯାହା ଦ୍ୱାରା ଆପଣ ହଜିଯାଇଥିିବା ଫାଇଲକୁ ପାଇପାରିବେ । କିଛି ସହଜ ତରିକା ଆପଣଙ୍କୁ କହୁଛୁ –

ଷ୍ଟେପ୍-୧ : ସବୁଠୁ ପ୍ରଥମେ ଆପଣ drive.google.comକୁ ଯାଆନ୍ତୁ

ଷ୍ଟେପ୍ -୨ : ଏହାପରେ ଆପଣ ଦକ୍ଷିଣରେ ଟପ୍ ରେ ଥିବାMy Driveରେ କ୍ଲିକ୍ କରନ୍ତୁ ।

ଷ୍ଟେପ୍-୩ : ଏବେ ଆପଣ ଦକ୍ଷିଣରେ ଥିବା ଟପ୍ ରେ ଇନଫୋ ରେ କ୍ଲିକ୍ କରନ୍ତୁ ।

ଷ୍ଟେପ୍-୪: ଯଦି ଆପଣଙ୍କୁ ଏହି ଫାଇଲର ନାଁ ମନେଅଛି, ଯାହାକୁ ଷ୍ଟୋର କରିଥିଲେ । ଏହାକୁ ସର୍ଚ୍ଚ କରି ତଳକୁ ତଳକୁ ଆସନ୍ତୁ ନ ପାଇବା ଯାଏ ।

ଷ୍ଟେପ୍ -୫ : ଯଦି ଆପଣଙ୍କୁ ଏହା ପରେ ବି ଫାଇଲ୍ ମିଳୁନି ତ Search bar ରେ କ୍ଲିକ୍ କରନ୍ତୁ ।

ଷ୍ଟେପ୍ -୬ : ଏହା ବ୍ୟତୀତ ଆପଣଙ୍କୁAdvanced search optionsର ମଧ୍ୟ ପ୍ରୟୋଗ କରିପାରିବେ । ଏମିତିରେ ଆପଣଙ୍କୁ ଫାଇଲର ନାଁ ର ପ୍ରଥମ ଶବ୍ଦକୁ ଲେଖିବାକୁ ହେବ । ଯେମିତି –Spreadsheets

ଷ୍ଟେପ୍ – ୭: ଯଦି ଏହାପରେ ମଧ୍ୟ ଆପଣଙ୍କୁ ଫାଇଲ୍ ମିଳୁନି ତ ଆପଣ ଗୁଗଲ ସହ ସଂପର୍କ କରିପାରିବେ । ସେ ଆପଣଙ୍କୁ ଖୁବ୍ କମ୍ ସମୟ ମଧ୍ୟରେ ଡିଲିଟ୍ ହୋଇଥିବା ଫାଇଲକୁ ରିକଭରି କରିଦେବେ । ଏଥିପାଇଁ ମଧ୍ୟ ଆପଣଙ୍କୁ ନିଜର Google drive consumer account ସହ ଯୋଡିବାକୁ ହେବ ।

( ସୌଜନ୍ୟ- ଗିଜବୋଟ)