ଗୋଇଠି ଯନ୍ତ୍ରଣାରୁ ରକ୍ଷା କରିବ ଆଲୁମିନିୟମ୍ ଫୋଏଲ ! ଜାଣନ୍ତୁ ଏହାକୁ କିପରି ବ୍ୟବହାର କରିବେ

96

ବୟସ ବଢିବା ସହିତ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଯାଏ । ଏହାମଧ୍ୟରୁ ଏକ ସମସ୍ୟା ହେଉଛି ଗୋଇଠି ସମସ୍ୟା । ଏହି ଅସହ୍ୟ ସମସ୍ୟା ମହିଳା କିମ୍ବା ପୁରୁଷ କାହାକୁ ମଧ୍ୟ ହୋଇପାରେ । ସକାଳେ ଉଠିବା ପରେ ଯଦି ଆପଣଙ୍କୁ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ତେବେ ଚିନ୍ତା କରିବା ଆବଶ୍ୟକ ନାହିଁ । ଆଜି ଆମେ ଆପଣଙ୍କୁ ଏଭଳି ଘରୋଇ ଚିକିତ୍ସା ବିଷୟରେ ଆଲୋଚନା କରିବା, ଯାହାଦ୍ୱାରା ଚୁଟକିରେ ଏହି ସମସ୍ୟା ଦୂର ହୋଇଯିବ । ଆସନ୍ତୁ ସେହି ବିଷୟରେ ଆଲୋଚନା କରିବା ।

ବିଶେଷ କରି ଆଲୁମିନିୟମ ଫୋଏଲକୁ ଖାଦ୍ୟ ପାଇଁ ବ୍ୟବହାର କରାଯାଏ । କିନ୍ତୁ ଏହାଦ୍ୱାରା ଶରୀରର ଯନ୍ତ୍ରଣା ମଧ୍ୟ ଦୂର ହୋଇପାରିବ । ତେବେ ଶରୀରର ଯେଉଁ ସ୍ଥାନରେ ଯନ୍ତ୍ରଣା ହେଉଛି ସେହି ସ୍ଥାନକୁ ଆଲୁମିନିୟମ ଫୋଏଲ ଦ୍ୱାରା ଢାଙ୍କି ଦିଅନ୍ତୁ । ପରେ ଏଥିରେ ବ୍ୟାଣ୍ଡେଜ ଗୁଡ଼ାଇ ଦିଅନ୍ତୁ । ଏହାକୁ ୧୦ରୁ ୧୨ ଘଂଟା ଛାଡ଼ି ଦିଅନ୍ତୁ । କିନ୍ତୁ ରାତିରେ ଏହି ଉପାୟକୁ କରିବା ଭଲ ହେବ । ତେବେ ସପ୍ତାହକୁ ଥରେ ମାତ୍ର ଏହି ଉପାୟ ଆପଣାନ୍ତୁ ।

ଏହି ସମସ୍ୟାରୁ ମୁକ୍ତି ପାଇଁ ଆବଶ୍ୟକ କିଛି ଅଦା । ପ୍ରଥମେ ଅଦାର ଏକ ଟୁକୁଡ଼ା ନେଇ ଗ୍ରେଟ କରନ୍ତୁ । ପ୍ରଥମେ ଦୁଇ କପ ଜଳ ଗରମ କରନ୍ତୁ ଏବଂ ଫୁଟିବା ପରେ ଏଥିରେ ଅଦା ପକାନ୍ତୁ । ଏହାପରେ ଆଂଚ କମ କରନ୍ତୁ । ଏହା ସହିତ ଆପଣ କିଛି ବୁନ୍ଦା ଲେମ୍ବୁ ରସ କିମ୍ବା ମହୁ ମିଶାଇ ପାରିବେ । ଭଲଭାବରେ ଫୁଟିବା ପରେ ଛାଣି ଦିଅନ୍ତୁ ଏବଂ ପିଅନ୍ତୁ । ଏହା ସହିତ ପ୍ରତିଦିନ ଅଦା ରସ ଦ୍ୱାରା ଦିନକୁ ଦୁଇ ଥର ଗୋଇଠିରେ ମାଲିସ କରନ୍ତୁ । ଏଭଳି କରିବା ଦ୍ୱାରା ସମସ୍ୟା ଦୂର ହୋଇଯିବ ।