ଯବାନଙ୍କ ଜୀବନ ପାଇଁ ନିଜକୁ ଲଗାଇଦେଲେ ବାଜି ! ପ୍ରୋଟୋକଲ୍ ଭାଙ୍ଗି କୋଳେଇ ନେଲେ ରାଜନାଥ . . ପଢନ୍ତୁ ମୀଣାଙ୍କ ବୀରତ୍ୱର ଗାଥା

98

ପ୍ରଧାନମନ୍ତ୍ରୀ ମୋଦି ଅନେକ ଥର ନିଜ ପ୍ରୋଟୋକଲ୍ ଭାଙ୍ଗିବା ଘଟଣା ସାମ୍ନାକୁ ଆସିଛି । ହେଲେ ଏବେ ଗୃହମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଭାଙ୍ଗିଛନ୍ତି ପ୍ରୋଟୋକଲ୍ । ଆଉ କୋଳେଇ ନେଇଛନ୍ତି ଜଣେ ଯବାନଙ୍କୁ । ହେଲେ କାହିଁକି ? କଣ କରିଥିଲେ ଯବାନ୍ ଜଣକ ଯାହା ଗୃହମନ୍ତ୍ରୀଙ୍କୁ ଏପରି କରିବାକୁ ବାଧ୍ୟ କରିଥିଲା । ତେବେ ଏହି ବୀର ଯବାନଙ୍କ କାହାଣୀ ଶୁଣିଲେ ଆପଣ ବି ସାବାସ୍ ନକହି ରହି ପାରିବେ ନାହିଁ ।

ଘଟଣାଟି ହେଉଛି ୫ ଅଗଷ୍ଟ ୨୦୧୪ର । କଶ୍ମୀରର ଉଧମପୁରରେ ୩୦ ଜଣ ବିଏସଏଫ୍ ଯବାନଙ୍କୁ ନେଇ ଯାଉଥିଲା ବସ୍ । ଆଉ ଠିକ୍ ଏହି ସମୟରେ ଆକ୍ରମଣ କରିଦେଇଥିଲେ ଆତଙ୍କବାଦୀ । ତେବେ ବସର ସୁରକ୍ଷା ଦାୟିତ୍ୱରେ ଥିବା ଗୋଧରାଜ୍ ମୀଣା ଦେଖାଇଥିଲେ ଅଦମ୍ୟ ସାହାସ ଆଉ ଉପସ୍ଥିତ ବୁଦ୍ଧି । ପାହାଡ ଭଳି ବସର ପ୍ରବେଶ ଦ୍ୱାରରେ ଛିଡା ହୋଇ ବିରୋଧ କରିଥିଲେ ଆତଙ୍କବାଦୀଙ୍କୁ । ମୀଣାଙ୍କ ସାହାସିକତା ଯୋଗୁଁ ବଂଚିଯାଇଥିଲା ସମସ୍ତ ୩୦ ଯବାନଙ୍କ ଜୀବନ । ହେଲେ ଏଥିପାଇଁ କିନ୍ତୁ ଏକ ବଡ ମୂଲ୍ୟ ଦେବାକୁ ପଡିଥିଲା ମୀଣାଙ୍କୁ । ବିଭିନ୍ନ ସ୍ଥାନରେ ଗୁଳି ବାଜିବା କାରଣରୁ ମୀଣାଙ୍କ ଶରୀରର ପ୍ରାୟ ୮୫ ପ୍ରତିଶତ ଅକ୍ଷମ ହୋଇପଡିଛି । ଏପରିକି ଏହି ଦୁର୍ଘଟଣା ଛଡାଇ ନେଇଛି ତାଙ୍କ ବାକ୍ ଶକ୍ତି ।

ଗତ ଗୁରୁବାର ବିଏସଏଫର ଏକ କାର୍ଯ୍ୟକ୍ରମରେ ରାଜନାଥ ଯୋଗଦେଇ ମୀଣାଙ୍କୁ ବୀରତା ମେଡାଲରେ ସମ୍ମାନିତ କରିଛନ୍ତି । ତେବେ ମେଡାଲ୍ ପାଇବା ପରେ ମୀଣା ସଲାମୀ ଦେବାକୁ ଚେଷ୍ଟା କରିଥିଲେ । ଯେଉଁଥିରେ ପ୍ରଭାବିତ ହୋଇ ରାଜନାଥ ସମସ୍ତ ପ୍ରେଟୋକଲ୍ ଭାଙ୍ଗି ତାଙ୍କୁ କୋଳେଇ ନେଇଥିଲେ ।

ସୌଜନ୍ୟ : ନବଭାରତ ଟାଇମ୍ସ