୧ ଲିଟରରେ ୧୦୨ କିଲୋମିଟର! ଦେଖନ୍ତୁ ସବୁଠାରୁ ଅଧିକ ମାଇଲେଜ୍ ଦେଉଥିବା ୪ ଟି ବାଇକ୍ ।

127

ଯେତେବେଳେ ବି ବାଇକ୍ କିଣିବା କଥା ଉଠେ ପ୍ରଥମେ ଏହାର ମାଇଲେଜ୍ କେତେ ଦିଏ ଏହି କଥାକୁ ଅଧିକ ଗୁରୁତ୍ୱ ଦିଆଯାଏ । ଭାରତରେ ବାଇକପ୍ରେମୀଙ୍କ ସଂଖ୍ୟା ଅଧିକ ଥିବାରୁ ଏହାକୁ ନଜରରେ ରଖି କମ୍ପାନୀ ମଧ୍ୟ ଭଲ ମାଇଲେଜ୍ ଦେଉଥିବା ଗାଡିକୁ ବଜାରକୁ ଛାଡିଥାନ୍ତି । ତେବେ ଏହିଭଳି ଦମଦାର୍ ମାଇଲେଜ୍ ଦେଉଥିବା ୫ ଟି ବାଇକ୍ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ତେବେ ଆସନ୍ତୁ ଏଭଳି ବାଇକ୍ ଉପରେ ନଜର ପକାଇବା ।

୧ .Hero Splendor Ismart 110 :

ଗାଡିମାନଙ୍କ ଭିତରେ ଅଧିକ ମାଇଲେଜ୍ ଦେଉଥିବା ଗାଡି ମଧ୍ୟରେ ଏହି ଗାଡିର ନାଁ ପ୍ରଥମେ ରହିଛି । କମ୍ପାନୀର କହିବାନୁସାର ଏହି ବାଇକ୍ ୧ ଲିଟର ତେଲରେ ୧୦୨ କିଲୋମିଟର ଯାଇପାରିବ । ଏହା ପଛରେ ଥିବା କାରଣ ହେଉଛି ବାଇକରେ ଦିଆଯାଇଥିବା ଆଇଡଲ୍ ଷ୍ଟାର୍ଟ ଷ୍ଟପ୍ ସିଷ୍ଟମ୍ ଟେକନିକ୍ ଅଟେ । ଏହି ବାଇକରେ ୯୭.୨ ସିସି ସିଙ୍ଗଲ୍ ସିଲିଣ୍ଡର ଇଞ୍ଜିନ୍ ଦିଆଯାଇଛି । ଏହି ବାଇକର ଦାମ୍ ହେଉଛି ୫୦,୨୫୫ ଟଙ୍କା ।

୨ . Bajaj CT 100 :

ବଜାଜ୍ କମ୍ପାନୀର ବାଇକ୍ ମାନଙ୍କ ମଧ୍ୟରେ ଅଧିକ ବିକ୍ରି ହେଉଥିବା ବାଇକ୍ ହେଉଛି ବଜାଜ୍ ସିଟି ୧୦୦ । କମ୍ପାନୀ କହିବା ମୁତାବକ ଏହି ବାଇକ୍ ୯୯.୧ କି.ମି./ଲିଟର ମାଇଲେଜ୍ ଦେଇଥାଏ । ଏହି ବାଇକରେ ୯୯.୨ ସିସି ସିଙ୍ଗଲ୍ ସିଲିଣ୍ଡର ଇଞ୍ଜିନ୍ ଦିଆଯାଇଛି ଯାହା ୮ ହର୍ସପାୱାର ଏବଂ ୮.୦୫ ଏନ୍ ଏମ୍ ଟାର୍କ ଜେନେରେଟ୍ କରିଥାଏ । ଏହି ବାଇକର ଦାମ୍ ହେଉଛି ୩୫,୩୮୯ ଟଙ୍କା ।

୩ . Bajaj platina comfortec :

ଭଲ ମାଇଲେଜ୍ ଦେବାରେ ତୃତୀୟ ସ୍ଥାନରେ ଆସେ ବଜାଜ୍ ପ୍ଲାଣ୍ଟିନା କନଫରଟେକ୍ ବାଇକ୍ । ଏହି ବାଇକରେ ବଜାଜ୍ କମ୍ପାନୀର ଡିଟିଏସ୍-ଆଇ ଟ୍ୱିନ୍ ସ୍ପାର୍କ ଟେକନିକ୍ ଦିଆଯାଇଛି । ଏହି ବାଇକ୍ ଏବେ କନଫରଟେକ୍ ନାମରେ ପରିଚିତ ହେଉଛି । ଏହି ବାଇକରେ ୧୦୨ ସିସିର ଇଞ୍ଜିନ୍ ଦିଆଯାଇଛି ଯାହା ୮.୬ ଏନ୍ ଏମ୍ ଟାର୍କ ଜେନେରେଟ୍ କରିଥାଏ । ଏହି ବାଇକର ଦାମ୍ ହେଉଛି ୪୫,୯୮୫ ଟଙ୍କା ।

୪ . TVS Sport :

ବଜାଜ୍ ପରେ ଚତୁର୍ଥ ସ୍ଥାନରେ ଆସେ ଟିଭିଏସ୍ ସ୍ପୋର୍ଟ ବାଇକ୍ । କମ୍ପାନୀ ଏହି ବାଇକକୁ ଗତବର୍ଷ ହିଁ ଲଞ୍ଚ୍ କରିଛି । କମ୍ପାନୀ ଏହି ବାଇକର ମାଇଲେଜ୍ ବଢାଇବା ସହ ନୂଆ କ୍ଲଚର ଏବଂ ଇଲେକ୍ଟ୍ରିକ୍ ଷ୍ଟାର୍ଟ ଭଳି ଫିଚର୍ସ ମଧ୍ୟ ଦେଇଛି । କମ୍ପାନୀ କହିବାନୁସାର ବାଇକ୍ ୧ ଲିଟର ତେଲରେ ୯୫ କି.ମି ମାଇଲେଜ୍ ଦେଇଥାଏ । ଏଥିରେ ଟିଭିଏସ୍ କମ୍ପାନୀର ଡ୍ୟୁରାଲାଇଫ୍ ଟେକନିକ୍ ଦିଆଯାଇଛି । ବାଇକରେ ୯୯.୭ ସିସିର ଇଞ୍ଜିନ୍ ଦିଆଯାଇଛି ଯାହା ୭.୮ ଏନ୍ ଏମ୍ ଟାର୍କ ଜେନେରେଟ୍ କରିଥାଏ । ଏହି ବାଇକର ଦାମ୍ ହେଉଛି ୩୭,୭୮୦ ଟଙ୍କା ।