ଝାଳରୁ ଜାଣନ୍ତୁ ଆପଣ ଡାଇବେଟିସରେ ଆକ୍ରାନ୍ତ କି ନୁହେଁ? ସମୟ ପୂର୍ବରୁ ହୁଅନ୍ତୁ ସତର୍କ

334

ଆଜିର ଦିନରେ ବହୁତ କମ ବୟସରେ ହିଁ ଲୋକେ ଡାଇବେଟିସ ଭଳି ରୋଗର ଶିକାର ହେଉଛନ୍ତି । ଯେଉଁ କାରଣରୁ ଲାଇଫଷ୍ଟାଇଲ ଏବଂ ସ୍ୱାସ୍ଥ୍ୟର ସଠିକ ତରିକାରେ ଧ୍ୟାନ ରଖିବା ଉଚିତ । ଏଭଳି ପରିସ୍ଥିତିରେ ବହୁତ ଜରୁରୀ କି ଆମେ ଆମର ଖାଇବା ପିଇବା ଉପରେ ଧ୍ୟାନ ରଖିବା । ଯାହାଦ୍ୱାରା ଏଭଳି ରୋଗରୁ ଆମେ ରକ୍ଷା ପାଇପାରିବା । ଏଥିସହିତ ହିଁ ଆପଣ ଆରମ୍ଭରୁ ହିଁ ଏହାର ଲକ୍ଷଣ ଜାଣିପାରିବେ । ଯାହାଦ୍ୱାରା ଆପଣଙ୍କୁ ଯେଭଳି ଆଗାମୀ ଦିନରେ କୌଣସି ସମସ୍ୟାର ସମ୍ମୁଖୀନ ନହେବାକୁ ପଡିବ । ବୈଜ୍ଞାନିକଙ୍କ ମତରେ ଏକ ସେନସର ପ୍ରସ୍ତୁତ କରିଛନ୍ତି, ଯାହାଦ୍ୱାରା ଆପଣଙ୍କ ଝାଳରୁ ହିଁ ଜାଣିପାରିବେ କି ଆପଣଙ୍କର ବ୍ଲଡରେ ସୁଗାରର ମାତ୍ରା କମ୍ ରହିଛି ନା ଅଧିକ ।

ଦକ୍ଷିଣ କୋରିଆରେ ବୈଜ୍ଞାନିକଙ୍କର ଏକ ଦଳ ଏଭଳି କରି ଦେଖାଇବାରେ ସଫଳ ହୋଇଛନ୍ତି କି, ସେନସର ଏହି ମାମଲାରେ ବହୁତ ହିଁ ଲାଭ ଦାୟକ ଅଟେ । ଏବଂ ଡାଇବେଟିସ ରୋଗୀଙ୍କ ପାଇଁ ବହୁତ ଉପକାରୀ ହେବ । ଏହି ସେନସର ଏକ ପ୍ୟାଚ୍ ଜରିଆରେ ଏକ ଛୋଟିଆ ଛୁୂଂଚି ସହ ଯୋଡା ଯାଇଛି । ଏହା ଡାଇବେଟିସର ଔଷଧକୁ ଆପଣା ଛାଏଁ ଶରୀର ଭିତରେ ପହଂଚାଇଦେଇଥାଏ ।

ସେହିପରି ଏହି ସେନସରଟି ଏତେ ଫ୍ଲେସିବୁଲ କି, ଏହାଦ୍ୱାରା ଚମଡାକୁ ସଂପ୍ରସାରଣ କରିବା ବହୁତ ସହଜ ହୋଇଥାଏ । ଆପଣଙ୍କ ବ୍ଲଡରେ ଯେତେ ସୁଗାର ହୋଇଥାଏ ଆପଣଙ୍କର ଝାଳରେ ତାର ତୁଳନାରେ ବହୁତ କମ୍ ହୋଇଥାଏ । ଏଥିପାଇଁ ଏହା ଉପରେ ଆହୁରୀ ଟିକିଏ କାମ କରାଯାଇପାରେ । ଏହାଛଡା ଝାଳରେ ଅନେକ ପ୍ରକାରର କେମିକାଲ ମଧ୍ୟ ରହିଥାଏ, ଯାହାଦ୍ୱାରା ପ୍ରଭାବିତ ହୋଇପାରେ ।

ଏଭଳି ପରିସ୍ଥିତିରେ ପ୍ୟାଚରେ ତିନୋଟି ସେନସର ଲଗାଯାଇଛି । ଯେଉଁଥିରେ ବ୍ଲଡରେ ସୁଗାରର ମାତ୍ରା ସଂପର୍କରେ ସୂଚନା ମିଳିପାରିବ । ଏହି ସମସ୍ତଙ୍କୁ Porous layers ରେ ଲଗା ଯାଇଥାଏ । ଯାହା ଝାଳକୁ ଶୁଖାଇଥାଏ । ଏହାପରେ ଏହି ସମସ୍ତ ପ୍ରୋସେସର ସୂଚନା ଏହାର ଗୋଟିଏ ପୋର୍ଟେବୁଲ କମ୍ପ୍ୟୁଟର ଜରିଆରେ ମିଳିଥାଏ ଏବଂ ଏହାଦ୍ୱାରା ଆପଣଙ୍କୁ ଜଣା ପଡିଯିବ କି ଆପଣଙ୍କ ଶରୀରରେ ସୁଗାରର ମାତ୍ରା କେତେ ରହିଛି ।