ମନ୍ଦିରମାଳିନୀ ସହରରେ ଜୀବନ୍ତ ଠାକୁରଙ୍କୁ ଦୁର୍ବ୍ୟବହାର ଓ ଅପମାନ କରୁଛନ୍ତି ସ୍ମାର୍ଟସିଟିର ସ୍ମାର୍ଟ ସନ୍ତାନ! ବୟସ୍କଙ୍କୁ ଅପମାନିତ କରିବାରେ ପୂରା ଦେଶରେ ଭୁବନେଶ୍ୱର ଏକ ନମ୍ବର

41

ମନ୍ଦିର ମାଳିନୀ ସହରରେ ଅଧିକ ଅପମାନିତ ହେଉଛନ୍ତି ବୟସ୍କ ଲୋକ । ମନ୍ଦିର ଭଳି ପବିତ୍ର ଭୁବନେଶ୍ୱରରେ କିନ୍ତୁ ଜୀବନ୍ତ ଠାକୁରଙ୍କୁ ଅଧିକ ଦୁବ୍ୟବହାର କରାଯାଉଛି । ଆଉ ଏଭଳି କରିବାରେ ଦେଶରେ ପ୍ରଥମ ସ୍ଥାନରେ ରହିଛି ଭୁବନେଶ୍ୱର । ଯାହା ରାଜ୍ୟ ପାଇଁ ଏକ ଲଜ୍ଜା । ଦେଶର ନମ୍ବର ୱାନ ସ୍ମାର୍ଟ ସିଟି ବାସୀଙ୍କର ହୃଦୟ ଯେ ଏତେ କଠୋର ତାହା ଏକଥାରୁ ପ୍ରମାଣିତ ହୋଇଛି । ହେଲ୍ପ ଏଜ ଇଣ୍ଡିଆ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱରରେ ସବୁଠୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଅପମାନିତ କରାଯାଉଥିବା ସାମ୍ନାକୁ ଆସିଛି ।

କ’ଣ କହୁଛି ରିପୋର୍ଟ:
ହେଲ୍ପ ଏଜ ଇଣ୍ଡିଆ ୨୦୧୮ ରିପୋର୍ଟ ଅନୁସାରେ ଦେଶର ୨୩ଟି ପ୍ରମୁଖ ସହରରେ ପାଖାପାଖି ୫ହଜାର ୧୪ଜଣ ବୟସ୍କ ବ୍ୟକ୍ତିଙ୍କୁ ନେଇ ଏକ ସର୍ଭେ ହୋଇଥିଲା । ଯେଉଁଥିରେ ମାତ୍ର ୨୫% ପ୍ରତିଶତ ବୟସ୍କ ବ୍ୟକ୍ତି ତାଙ୍କ ପ୍ରତି ହେଉଥିବା ଅପମାନ, ଦୁଃବ୍ୟବହାର ଓ ଅସମ୍ମାନ ହେଉଥିବା ଅଭିଯାଗ କରିଛନ୍ତି । ଉଭୟ ବୟସ୍କ ମହିଳା ଓ ପୁରୁଷ ଅପମାନର ଶିକାର ହେଉଥିବା ରିପୋର୍ଟ କହୁଛି । ତେବେ ବୟସ୍କ ମାନଙ୍କ ଉପରେ ସବୁଠାରୁ ଅଧିକ ର୍ଦୁବ୍ୟବହାର ହେଉଥିବା ସହର ମଧ୍ୟରେ ମାଙ୍ଗାଲୋର, ଅହମ୍ମଦାବାଦ, ଭୋପାଳ, ଅମୃତସର, ଦିଲ୍ଲୀ ଏବଂ କାନପୁର ରହିଥିବାବେଳେ, ଜମ୍ମୁ, ମୁମ୍ବାଇ, ଭାଇଜାଗ୍, କୋଚି ଏବଂ ଗୁହାଟିରେ ବୃଦ୍ଧାଙ୍କ ଉପରେ ସବୁଠାରୁ କମ ର୍ଦୁବ୍ୟବହାର ହେଉଥିବା ରିପୋର୍ଟ ସମ୍ନାକୁ ଆସିଛି ।

ଏହି ରିପୋର୍ଟ ଅନୁସାରେ ସାଧାରଣତଃ ବୃଦ୍ଧା ମାନଙ୍କୁ ଅପମାନ କରୁଥିବା ଅଭିଯୋଗ ୫୬ ପ୍ରତିଶତ ହୋଇଥିବାବେଳେ, ଅଶ୍ଳୀଳ ଭାଷାରେ ଗାଳିଗୁଲଜ ୪୯ ପ୍ରତିଶତ, ଏବଂ ୩୩ପ୍ରତିଶତ ବୃଦ୍ଧାଙ୍କୁୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ତେବେ ଏଭଳି ବୃଦ୍ଧାଙ୍କୁ ନିଜ ପୁତ୍ର ସନ୍ତାନ ମାନେ ହିଁ ଅଧିକ ର୍ଦୁବ୍ୟବହାର କରୁଥିବା ରିପୋର୍ଟରେ କୁହାଯାଇଛି । ଦେଶରେ ୫୬ ପ୍ରତିଶତ ପୁଅ ନିଜ ବାପା, ମାଆଙ୍କୁ ର୍ଦୁବ୍ୟବହାର କରୁଥବାବେଳେ ୩୪ ପ୍ରତିଶତ ପୁତ୍ରବଧୂ ଶାଶୁ ଓ ଶ୍ୱଶୁରଙ୍କୁ ଅତ୍ୟାଚାର କରୁଥିବା ରିପୋର୍ଟ କହୁଛି । ତେବେ ଏତେ ଅପମାନ ଅତ୍ୟାଚାର ପରେ ମଧ୍ୟ ଦେଶର ୮୨ ପ୍ରତିଶତ ବୟୋଜ୍ୟେଷ୍ଠ ବ୍ୟକ୍ତି ଏନେଇ କୌଣସି ମାମଲା ଦାୟର କରନ୍ତିି ନାହିଁ ବୋଲି ହେଲ୍ପ ଏଜ ଇଣ୍ଡିଆ ରିପୋର୍ଟରେ ଉଲ୍ଲେଖ ରହିଛି । ଏହାର ପ୍ରକୃତ କାରଣ ହେଉଛି ଯେ ଘରର ମୁରବୀ ସବୁବେଳେ ପରିବାରର ଗୋପନୀୟତାକୁ ସମାଜ ଆଗରେ ବଞ୍ଚାଇ ରଖିବାକୁ ପ୍ରୟାସ କରିଥାନ୍ତି ।

ଅନ୍ୟପଟେ ଦେଶରେ ହାରାହାରି ୮୫ ପ୍ରତିଶତ ବୟୋଜ୍ୟେଷ୍ଠ ନିଜ ପରିବାର ସହିତ ରହୁଥିବାବେଳେ, ୮ ପ୍ରତିଶତ ବୃଦ୍ଧ ଓ ବୃଦ୍ଧା ଏକାଠି ରହୁଛନ୍ତି । ସେହିପରି ୬ ପ୍ରତିଶତ ପାରିବାରିକ କଳହ କାରଣରୁ ଅଲଗା ରହୁଥିବାବେଳେ ୨ ପ୍ରତିଶତ ନିଜର ସମ୍ପର୍କୀୟଙ୍କ ସହ ରହୁଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ଭାରତରେ ହେଉଥିବା ବୟସ୍କଙ୍କ ପ୍ରତି ର୍ଦୁବ୍ୟବହାରକୁ ନେଇ ହେଲ୍ପ ଏଜ ଇଣ୍ଡିଆ ତରଫରୁ ୨୩ଟି ପ୍ରମୁଖ ସହରରେ ସର୍ଭେ କରାଯାଇଛି । ରିପୋର୍ଟ ମୁତାବକ ବର୍ତ୍ତମାନ ଦେଶର ୨୫ ପ୍ରତିଶତ ବୟସ୍କମାନେ ର୍ଦୁବ୍ୟବହାରର ଶିକାର ହେଉଥିବାବେଳେ, ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ଭୁବନେଶ୍ୱର ଭଳି ସ୍ମାର୍ଟ ସିଟିରେ ୨୩ ପ୍ରତିଶତ ବରିଷ୍ଠ ନାଗରିକ ର୍ଦୁବ୍ୟବହାରର ଶିକାର ହେଉଛନ୍ତି ବୋଲି ସ୍ୱୀକାର କରିଛନ୍ତି । ହେଲ୍ପ ଏଜ ଇଣ୍ଡିଆ ଓଡିଶା ମୁଖ୍ୟ ଭାରତୀ ଚକ୍ର କହିଛନ୍ତି ଯେ, ଏହି ରିପୋର୍ଟ ଦ୍ୱାରା ରାଜଧାନୀବାସୀ ଅନୁତାପ କରନ୍ତୁ, ସଚେତନ ହୋଇ ନିଜ ଗୁରୁଜନ ମାନଙ୍କୁ ସମ୍ମାନ ଦେବା ଶିଖନ୍ତୁ । ଭାରତୀ ଚକ୍ର କହିଛନ୍ତି ଯେ, ଏହି ସର୍ଭେରେ ବୟୋଜ୍ୟେଷ୍ଠଙ୍କ ବୟସ ସୀମା ୩ଟି ଶ୍ରେଣୀରେ ଭାଗ କରାଯାଇଛି । ଯଥା ୧- ୬୦ରୁ ୬୯ ବର୍ଷ, ୨- ୭୦ରୁ ୭୯ ବର୍ଷ ଏବଂ ୩- ୮୦ ବର୍ଷରୁ ଉଦ୍ଧ୍ୱର୍ ବୟୋଜ୍ୟେଷ୍ଠ ମାନଙ୍କ ଉପରେ ହେଉଥିବା ର୍ଦୁବ୍ୟବହାରର ସର୍ଭେ କରାଯାଇଛି ।

ଏହି ରିପୋର୍ଟ ମୁତାବକ ଭୁବନେଶ୍ୱର ସ୍ମାର୍ଟ ସିଟିରେ ୮୦ବର୍ଷରୁ ଉଦ୍ଧ୍ୱର୍ ବୟସ୍କଙ୍କ ପ୍ରତି ଦେଶର ଅନ୍ୟ ସହର ତୁଳନାରେ ସବୁଠାରୁ ଅଧିକ ର୍ଦୁବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ତେବେ ସ୍ମାର୍ଟ ସିଟିର ଏହି ସ୍ମାର୍ଟ ପୁଅ ,ବୋହୁଙ୍କର ଅସଲ ଚେହେରା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ମଧ୍ୟ ତାଙ୍କ ହାତରେ ଲାଗିଛି ବୋଲି ହେଲ୍ପ ଏଜ ଇଣ୍ଡିଆ ଓଡିଶା ମୁଖ୍ୟ ଭାରତୀ ଚକ୍ର କହିଛନ୍ତି । ରିପୋର୍ଟ ଆଧାରରେ ୬୧ ପ୍ରତିଶତ ପୁଅ ନିଜ ବାପା, ମାଆଙ୍କୁ ର୍ଦୁବ୍ୟବହାର କରୁଥିବାବେଳେ ୩୯ ପ୍ରତିଶତ ବୋହୁ ନିଜ ଶାଶୁ ଓ ଶ୍ୱଶୁରଙ୍କ ଉପରେ ଅତ୍ୟାଚାର କରୁଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।
ବୟସ୍କଙ୍କ କହିବା ଅନୁଯାୟୀ ତାଙ୍କର ଖର୍ଚ୍ଚ ବହନ କରିବା ନେଇ ପୁଅ ବୋହୁ ଅସନ୍ତୋଷ ପ୍ରକାଶ କରିଥାନ୍ତି । ଯାହାକି ତାଙ୍କୁ ଅନୁଭବ କରାଏ ଯେ ସେ ତାଙ୍କ ନିଜ ପୁଅ ଓ ବୋହୁ ଉପରେ ବୋଝ ପାଲଟି ଗଲେଣି ଏବଂ ଏହାସହ ସମ୍ପତି ଲୋଭରେ ମଧ୍ୟ ଅନେକ ସମୟରେ ବୟସ୍କଙ୍କୁ ଅପମାନ , ର୍ଦୁବ୍ୟବହାର କରାଯାଉଥିବା ନଜିର ମଧ୍ୟ ସମ୍ନାକୁ ଆସିଛି । ଏଭଳି କ୍ଷେତ୍ରରେ ହେଲ୍ପ ଏଜ ବିଭିନ୍ନ ସମୟରେ ସହାୟତାର ହାତ ବଢ଼ାଇଛି । ଏବଂ ଲୋକମାନେ କିଭଳି ନିଜ ଘରର ଗୁରୁଜନଙ୍କ ପ୍ରତି ର୍ଦୁବ୍ୟବହାରରୁ ଦୂରରେ ରହିବେ ସେନେଇ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।