ଟିମ୍ ଇଣ୍ଡିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କଲେ ବିଶ୍ୱର ସବୁଠୁ ଓଜନିଆ ଖେଳାଳି । ଜାଣନ୍ତୁ କିଏ ଏହି ଖେଳାଳି ।

1,585

ଭାରତ ବିପକ୍ଷରେ ଟେଷ୍ଟରେ ଡେୁବ୍ୟ କଲେ ବିଶ୍ୱର ସବୁଠୁ ଅଧିକ ଓଜନର କ୍ରିକେଟର । ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ୯୩ ନମ୍ବର ଜର୍ସିରେ ମୈଦାନକୁ ଓହ୍ଲାଇଛନ୍ତି ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ରହକିମ କଣ୍ଣୱେଲ । ରହକିମ ଟେଷ୍ଟ ମ୍ୟାଚରେ ପର୍ଦାପଣ କରିବା ସହ ଅର୍ନ୍ତଜାତୀୟ କ୍ରିକେଟରେ ବିଶ୍ୱର ସବୁଠୁ ଓଜନିଆ ଖେଳାଳି ଭାବେ ରେକର୍ଡ କରିଛନ୍ତି ।

୨୬ ବର୍ଷୀୟ ରହକିମଙ୍କ ଓଜନ ୧୪୦ କିଲୋଗ୍ରାମ । ଏହାପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ବାରୱିକ ଆର୍ମଷ୍ଟଙ୍ଗଙ୍କ ନାଁରେ ରହିଥିଲା । ତାଙ୍କ ଓଜନ ୧୩୯ କିଲୋଗ୍ରାମ ରହିଥିଲା । ରହକିମ ଏହା ପୂର୍ବରୁ ମଧ୍ୟ ଭାରତ ବିପକ୍ଷରେ ମ୍ୟାଚ୍ ଖେଳିଛନ୍ତି । କିନ୍ତୁ ତାହା ଅଭ୍ୟାସ ମ୍ୟାଚ୍ ଥିଲା । ୨୦୧୬ରେ ରହକିମ ଭାରତ ବିପକ୍ଷରେ ତିନି ଦିବସୀୟ ଅଭ୍ୟାସ ମ୍ୟାଚରେ ୱେଷ୍ଟଇଣ୍ଡିଜ ବୋର୍ଡ ପ୍ରେସିଡେଣ୍ଟ ଏକାଦଶ ପକ୍ଷରୁ ଖେଳିଥିଲେ । ଏହି ମ୍ୟାଚରେ ଚେତେଶ୍ୱର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେଙ୍କ ୱିକେଟ ହାସଲ କରି ରହକିମ ଚର୍ଚ୍ଚାକୁ ଆସିଥିଲେ ।

୨୦୧୪ରେ ରହକିମ ପ୍ରଥମ ଶ୍ରେଣୀ କ୍ରିକେଟରେ ପଦାର୍ପଣ କରିଥିଲେ । ତେବେ ଅତ୍ୟଧିକ ମୋଟା କାରଣରୁ ଜାତୀୟ ଦଳରେ ସାମିଲ କରିବା ପୂର୍ବରୁ ଚୟନ କମିଟିକୁ ବାରମ୍ବାର ଚିନ୍ତା କରିବାକୁ ପଡୁଥିଲା । କିନ୍ତୁ ନିଜର ଦମଦାର ପ୍ରଦର୍ଶନ ବଳରେ ଏବେ ରମକିନ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି । ଏହାପୂର୍ବରୁ ବିଶ୍ୱ କ୍ରିକେଟରେ ଏଭଳି ଅନେକ ଖେଳାଳିଙ୍କୁ ଦେଖିବାକୁ ମିଳିଛି । ୨୦୦୭ ବିଶ୍ୱକପରେ ଭାରତ ବିପକ୍ଷରେ ବରମୁଣ୍ଡାର କ୍ରିକେଟର ଡ୍ୱେନ ଲେଭରକଙ୍କୁ ଦମଦାର କ୍ୟାଚ୍ କିଏ ବା ଭୁଲିପାରିବ । ୧୨୭ କିଲୋଗ୍ରାମ ଓଜନର ଲେଭରକ ଉଥପ୍ପାଙ୍କ ଆକର୍ଷଣୀୟ କ୍ୟାଚ୍ ନେଇ ବେଶ ପ୍ରଂଶସା ସାଉଁଟିଥିଲେ ।