ବାନ୍ତି କରିବା ପାଇଁ ବସରୁ ମୁହଁ ବାହାର କଲେ ମହିଳା ! ଖମ୍ବରେ ବାଡ଼େଇ ହୋଇ ଶରୀରରୁ ଅଲଗା ହୋଇଗଲା ମୁଣ୍ଡ

966

କନକ ବ୍ୟୁରୋ : ବାନ୍ତି କରିବା ପାଇଁ ବସ୍ ବାହରକୁ ମୁହଁ ବାହାର ମହିଳାଙ୍କ ପଡ଼ିଲା ମହଙ୍ଗା । ଖମ୍ବରେ ବାଡ଼େଇ ହୋଇ ମହିଳାଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇଗଲା । ସୂୁନା ଅନୁସାରେ ମଧ୍ୟପ୍ରଦେଶରେ ଗୋଟିଏ ଦ୍ରୁତଗାମୀ ବସରେ ଯାଉଥିବା ଜଣେ ୫୬ ବର୍ଷୀୟ ମହିଳା ଯାତ୍ରୀ ବାନ୍ତି କରିବାକୁ ଝରକା ବାଟେ ମୁଣ୍ଡ ବାହାର କରିଥିଲେ । ଆଉ ସେତିକି ବେଳେ ବିଜୁଳି ଖୁଣ୍ଟରେ ମହିଳାଙ୍କ ମୁଣ୍ଡ ପିଟି ହୋଇଯିବା ଯୋଗୁଁ ମୁହଁ ଛେଚି ହୋଇଯିବା ସହ ମୁଣ୍ଡଟି ଛିଡ଼ି ରାସ୍ତାରେ ପଡ଼ିଥିଲା । ଘଟନାଟି ଡାଇମଣ୍ଡ୍ କ୍ରସିଂଠାରେ ଘଟିଛି ।

ପୀଡ଼ିତା ମହିଳା ଆଶା ରାଣୀ ସତ୍ନା ଜିଲ୍ଲାରୁ ପନ୍ନା ଜିଲ୍ଲା ଅଭିମୁଖେ ଯାଉଥିଲେ । ବାନ୍ତି କରିବାକୁ ଆଶା ରାଣୀ ବସ୍ର ଝରକା ଦେଇ ବାହାରକୁ ଝୁଙ୍କି ପଡ଼ିଥିବା ବେଳେ ତାଙ୍କ ମୁଣ୍ଡ ବିଜୁଳି ଖୁଣ୍ଟରେ ପିଟି ହୋଇ ଯାଇଥିଲା । କୋଟଓ୍ଵାଲି ଥାନାର ଇନସପେକ୍ଟର ଅରବିନ୍ଦ କହିଛନ୍ତି ଜୋରରେ ଧକ୍କା ହେବା ଯୋଗୁଁ ମୁଣ୍ଡ ଛିଡ଼ି ଯାଇ ରାସ୍ତାରେ ପଡ଼ିଯାଇ ଥିଲା । ବେପରୁଆ ଗାଡ଼ି ଚାଳନା କରିଥିବା ବସ୍ ଚାଳକଙ୍କୁ ଆମେ ଗିରଫ କରିଛି ପୋଲିସ୍ ଏବଂ ଗାଡ଼ିକୁ ଜବତ କରି ଘଟନାର ତଦନ୍ତ କରାଯାଉଛି । ବ୍ୟବଚ୍ଛେଦ ପରେ ଶବକୁ ସମ୍ପୃକ୍ତ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।