ମୋଦି ସରକାରଙ୍କ ବଡ ଘୋଷଣା : ସମୟସୀମାର ୨ ବର୍ଷ ପୂର୍ବରୁ ଯୋଗାଇ ଦିଆଯିବ ଘର

ମୋଦି ସରକାର ଦେଶରେ ସମସ୍ତଙ୍କୁ ଘର ଯୋଗାଇଦେବା ପାଇଁ ଚିନ୍ତା କରୁଛନ୍ତି

261

କନକ ବ୍ୟୁରୋ : ମୋଦି ସରକାର ଦେଶରେ ସମସ୍ତଙ୍କୁ ଘର ଯୋଗାଇଦେବା ପାଇଁ ଚିନ୍ତା କରୁଛନ୍ତି । ଚିନ୍ତା କରୁନାହାନ୍ତି ବରଂ ଯୋଗାଇ ଦେବା ପାଇଁ ସରକାର କହିଛନ୍ତି ଯେ, ନିର୍ଦ୍ଧାରିତ ସମୟ ପୂର୍ବରୁ ଲୋକମାନଙ୍କୁ ଘର ଯୋଗାଇ ଦିଆଯିବ । ଏପରି ସୂଚନା ଦେଇଛନ୍ତି ଖୋଦ କେନ୍ଦ୍ରୀୟ ଆବାସ ଓ ସହର ବିକାଶମନ୍ତ୍ରୀ ହରଦୀପ ସିଂହ ପୁରୀ । ହରଦୀପ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଁ ମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ସେମାନଙ୍କୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଅର୍ଥାତ ୨୦୨୨ ସୁଦ୍ଧ ଘର ଯୋଗାଇ ଦିଆଯିବ ।

 

ଶ୍ରୀ ସିଂହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଯୋଜନାରେ ଅନେକ କାମକୁ ମଞ୍ଜୁରି ପ୍ରଦାନ କରାଯାଇଛି । ଏହାସହ କାମର ଅଗ୍ରଗତି ସମ୍ପର୍କରେ ମଧ୍ୟ ବରାବର ଖବର ନିଆଯାଉଛି ତେଣୁ ୨୦୨୦ ସୁଦ୍ଧା ସମସ୍ତଙ୍କୁ ଘର ମିଳିବା ନେଇ ଯେଉଁ ଯୋଜନା ହୋଇଛି ତାହା ସମୂର୍ଣ୍ଣ ହେବ ବୋଲି ଆମେ ଆଶା ରଖିଛୁ ।

 

ଯୋଜନାକୁ ଶୀଘ୍ର ସାରିବା ପାଇଁ ଏହାରି ମଧ୍ୟରେ ଅତିରିକ୍ତ ୬୦ହଜାର କୋଟି ଟଙ୍କା ବଜେଟ କରାଯାଇଛି । ଏହି ଯୋଜନାରେ ପ୍ରତ୍ୟେକ ମାସ ୨ ଲକ୍ଷରୁ ଅଧିକ ଘରର ନିର୍ମାଣ ପାଇଁ ମଜୁଂରୀ ମିଳୁଥିବା ନେଇ ସୂଚନା ମଧ୍ୟ ରହିଛି । ସାରା ଦେଶରେ ୧.୨ କୋଟି ଘରର କାମ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ତେବେ ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ଦେଶ ତାହାର ୭୫ତମ ସ୍ୱାଧୀନତା ଦିବସ ପୂର୍ତୀ ଅବସରରେ ସମସ୍ତ ନାଗରିକଙ୍କ ପାଖରେ ତାଙ୍କର ନିଜ ଘର ରହିଥିବ ।

 

ଏହାସହ ଦେଶର ପୂର୍ବ ରାଜ୍ୟ ଗୁଡିକରେ କିପରି ଭାବରେ ଲୋକମାନେ ଘର ପାଇପାରିବେ ତାହାର ମଧ୍ୟ ଆଲୋଚନା ହେଉଥିବା ଜଣାପଡିଛି । ତେବେ ଏପରି ଯୋଜନାରେ ଅନେକ ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଯେଉଁମାନଙ୍କର ଘର ନଥିବା ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବ । ତେଣୁ ଲୋକମାନେ ସହଜରେ ଘର ନିର୍ମାଣ କରିପାରିବେ ବୋଲି ଜଣାପଡିଛି ।