ଟଙ୍କାର ପେଣ୍ଡାଲରେ ସଂକଟ ମୋଚକ : ଗୁଜୁରାଟ ଭଦୋଦରାରେ ହନୁମାନଙ୍କୁ ହୋଇଛି ନୋଟ ଲାଗି

32

ଟଙ୍କାର ପେଣ୍ଡାଲରେ ବସିଛନ୍ତି ସଂକଟମୋଚକ । ହନୁମାନଙ୍କୁ ହୋଇଛି ନୋଟ ଲାଗି ନୋଟରେ ବି ତିଆରି ହୋଇଛି ତୋରଣ । ଗୁଜରାଟ ଭଦୋଦରାର ଏହି ହନୁମାନ ମନ୍ଦିରକୁ ସଜା ଯାଇଛି ୧୧ ଲକ୍ଷ ଟଙ୍କାର ନୋଟରେ । ଏଭଳି ସାଜସଜ୍ଜା ଦେଖିବାକୁ ପ୍ରତିଦିନ ମନ୍ଦିରରେ ଭକ୍ତଙ୍କ ଭିଡ ଜମୁଛି । ଆହୁରି ଆଶ୍ଚର୍ଯ୍ୟ ଲାଗିବ ଏଭଳି ସାଜସଜ୍ଜା ପଛର କାରଣ ଜାଣିଲେ,ମନ୍ଦିର କର୍ତୃପକ୍ଷଙ୍କ କହିବା ହେଲା ଡଲାର ତୁଳନାରେ ଟଙ୍କାର ମୂଲ୍ୟ କମିଯାଉଥିବାରୁ ଏଭଳି ସଜା ଯାଇଛି ।

ସଂକଟ ମୋଚକ ଚାହିଁଲେ ଟଙ୍କାର ମୂଲ୍ୟ ବୃଦ୍ଧି ପାଇବ । ଗତ ୩ ବର୍ଷ ହେବ ମନ୍ଦିରରେ ଏଭଳି ନୋଟର ସାଜସଜ୍ଜା କରାଯାଉଛି । ଆଉ ଏହି ନୋଟକୁ ଜଗିବା ପାଇଁ ସିସିଟିଭି ଲଗାଯାଇଛି । ମନ୍ଦିର ପକ୍ଷରୁ ୨୪ ଘଂଟିଆ ପହରା ବ୍ୟବସ୍ଥା ବି କରାଯାଇଛି। ବିଭିନ୍ନ ପୂଜା ପର୍ବରେ ଆମେ ବେଳେବେଳେ ଅସ୍ଥାୟୀ ପୂଜା ପେଣ୍ଡାଲରେ ଏଭଳି ସାଜସଜ୍ଜା ଦେଖିଛୁ । ହେଲେ ପ୍ରଥମଥର ଲାଗି ଏକ ସ୍ଥାୟୀ ମନ୍ଦିର ଏଭଳି ଟଙ୍କାରେ ସଜେଇ ହୋଇଥିବା ଦେଖିବାକୁ ମିଳିଛି ।