ଗୁଜରାଟରେ ଆସ୍ଥା ହରାଉଥିଲା ବିଜେପି, ଠିକ୍ ସମୟରେ ଜେଟଲିି ଖେଳିଲେ ଚାଲ୍ ! ଆଉ ଜିତିଗଲେ ମୋଦି

50

ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ବହୁମତ ପାଇବାରେ ସଫଳ ହୋଇଛି । ଆଉ ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ଆର୍ଥିକ ସୁଧାରକୁ ଦେଇଛନ୍ତି । ପ୍ରଥମେ ବିମୁଦ୍ରାକରଣ ପରେ ଜିଏସଟି ମାମଲାକୁ ଅସ୍ତ୍ର ବନାଇ ବିପକ୍ଷ ଦଳ ବିଜେପିକୁ ହରାଇବା ପାଇଁ ପ୍ରାଣପଣେ ଚେଷ୍ଟା କରିଥିଲା । ଆଉ ଏହି ଦୁଇ ମୁଦ୍ଦାକୁ ନେଇ ବିପକ୍ଷ ଦଳ ତାଙ୍କୁ ଘେରିବା ପାଇଁ ଚେଷ୍ଟା କରୁଥିଲେ । ତେବେ ଏନେଇ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଆଗରୁ ସତର୍କର୍ ହୋଇଯାଇଥିଲେ । ଆଉ ନିର୍ବାଚନର ଠିକ୍ କିଛି ଖେଳିଥିଲେ ଏକ ଚାଲ୍ , ଯାହାଦ୍ୱାରା ହାରୁଥିବା ବାଜି ବିଜୟରେ ପରିଣତ ହୋଇଛି । ସମୟ ପୂର୍ବରୁ ଜିଏସଟିରେ ସୁଧାର ଆଣିଥିଲେ ଜେଟଲି । ଆଉ ଏବେ ଫଳାଫଳାରୁ ଏକଥା ସ୍ପଷଟ ହେଉଛି । ତେବେ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟରେ ବିଜୟ ନେଇ କହିଛନ୍ତି, ଦେଶରେ ହୋଇଥିବା ଟାକ୍ସ ସୁଧାର ପଦକ୍ଷେପକୁ ଲୋକେ ଗ୍ରହଣ କରିଛନ୍ତି । ଆଉ ହିମାଚଳ ଜିତିଛି ବିଜେପି । ଏହା ପୂର୍ବରୁ ଉତ୍ତରପ୍ରଦେଶରେ ଦଳକୁ ମିଳିଥିବା ବିଜୟକୁ ନଭେମ୍ବର ୨୦୧୬ରେ ନେଇଥିବା ସବୁଠାରୁ କଠୋର ନିଷ୍ପତ୍ତି ବିମୁଦ୍ରକାରଣକୁ ଜନତା ସ୍ୱାଗତ କରିଛନ୍ତି ବୋଲି ମଧ୍ୟ କହିଥିଲେ ।

୧ ଜୁଲାଇ ୨୦୧୭ରେ ଏକ ଦେଶ ଏକ ଟାକ୍ସ ନୀତି ତଥା ଜିଏସଟି ପ୍ରଣୟନ କରିଥିଲେ କେନ୍ଦ୍ର ସରକାର । ଦେଶରେ ଟାକ୍ସ ଢ଼ାଞ୍ଚାରେ ବିରାଟ ପରିବର୍ତ୍ତନ କରାଯାଉଥିଲା । ମୋଦିଙ୍କ ଏହି ପଦକ୍ଷେପକୁ ଇତିହାସର ସବୁଠାରୁ ବଡ଼ ଆର୍ଥିକ ସୁଧାର ସଜ୍ଞା ଦିଆଯାଇଛି । ଏହି ଆର୍ଥିକ ସୁଧାରରେ ସାରା ଦେଶ ଏକ ବଜାରରେ ପରିଣତ ହୋଇଛି । କାରବାର ସୁବିଧା ନେଇ ରାଜ୍ୟ ରାଜ୍ୟ ମଧ୍ୟରେ ହେଉଥିବା ବ୍ୟବସାୟରେ କୌଣସି ବାଧା ନାହିଁ । ତେବେ ଏହି ସୁଧାର ବଳରେ ସବୁଠାରୁ ଗରୁତ୍ୱପୂର୍ଣ୍ଣ ଟାକ୍ସ ଚୋରୀ ରୋକିବା ପାଇଁ ଓ ଟାକ୍ସ ଆଦାୟ କରିବାରେ ବଡ଼ କେନ୍ଦ୍ର ସରକାର କିଛିକାଂଶରେ ସଫଳ ହୋଇଛନ୍ତି । ତେବେ ଜିଏସଟି ଯୋଗୁଁ ଅନେକ ସ୍ତାନରେ ବିରୋଧର ସ୍ୱର ମଧ୍ୟ ଉଠିଥିଲା । ଲୋକେ ସଙ୍ଗେ ସଙ୍ଗେ ଏତେ ବଡ଼
ନଷ୍ପତିକୁ ଗ୍ରହଣ କରିପାରୁନଥିଲେ ।

ଆଉ ଏହାର ସୁଯୋଗ ଉଠାଇଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଗୁଜରାଟ ନିର୍ବାଚନର କେନ୍ଦ୍ର ହେଲା rahul-gandhiବିମୁଦ୍ରାକରଣ ଓ ଜିଏସଟି । କଂଗ୍ରେସ ପ୍ରଚାର ଆରମ୍ଭ କରିବା ପୂର୍ବରୁ ହିଁ ଦାବି କିରିଥିଲା ବିମୁଦ୍ରକାରଣ ଯୋଗୁଁ କୃଷି , ଶ୍ରମିକ ଓ ଛୋଟ ବ୍ୟବସାୟୀଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ଆଉ ଦେଶର ଅର୍ଥବ୍ୟବସ୍ଥାକୁ ବଡ଼ ଝଟକା ଲାଗିଛି । ଏହାସହ ଜିଏସଟିକୁ ରାଜ୍ୟରେ ମୁଦ୍ଦା କରି ଛୋଟ ବ୍ୟସାୟୀ ଓ ମଧ୍ୟମ ବ୍ୟବସାୟୀଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଚେଷ୍ଟା କରିଥିଲା । କଂଗ୍ରେସର ଏହି ଚେଷ୍ଟା ବିଫଳ ହୋଇଚି ବୋଲି ମଧ୍ୟ କହିହେବ ନାହିଁ । କିଛିକାଂଶରେ ସଫଳ ହୋଇଛି ଦଳ । ୨୦୧୨ ବିଧାନସଭା ଅପେକ୍ଷା ଚଳିତ ଥର ନିର୍ବାଚନରେ ଅଧିକ ସିଟ୍ ହାସଲ କରିଛି କଂଗ୍ରେସ । ତେବେ ଗୁଜରାଟ ନିର୍ବାଚନ ପ୍ରଚାର ସମୟରେ ଅନେକ ବ୍ୟବସାୟୀ ମଧ୍ୟ ରାହୁଲଙ୍କୁ ସମର୍ଥନ ଜଣଉଥିବାର ନଜର ଆସିଥିଲା । ନ

ତେବେ ଏହାର ଜବାରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଜିଏସଟିରେ ସେହି ଦ୍ରବ୍ୟକୁ ଗୁଡ଼ିକର ଟାକ୍ସରେ ସୁଧାର ଆଣିଥିଲେ ଯାହାର ଗୁଜରାଟ ବ୍ୟସାୟୀଙ୍କ ସହ ସମ୍ମନ୍ଧିତ ଥିଲା । ଜିଏସଟି ପରିଷଦ ୭ ଅକ୍ଟେବାରରେ ୨୭ ଟି ଦବ୍ର୍ୟ ଉପରୁ ଟାକ୍ସ ସୁଧାର ନେଇ ଘୋଷଣା କରିଥିଲେ । ଏହି ଦ୍ରବ୍ୟ ଉପରେ ସୁଧାର ଯୋଗୁଁ ସୁରଟ କପଡ଼ା ବ୍ୟବସାୟୀ ନାଇଲନ, ପଲିଷ୍ଟର ସମତେ ଖାକରା, ନମକିନି ପରି ବ୍ୟବସାୟୀଙ୍କୁ ଟିକିଏ ଶାନ୍ତିି ମଳିଥିଲା । ଯାହାଦ୍ୱାରା ବିରୋଧର ସ୍ୱର ଥମି ଯାଇଥିଲା । ଲୋକଙ୍କ ମନ ପରିବର୍ତ୍ତନ ହେଲ । ତେବେ ଜିଏସଟି ଉପରେ ସଂଶୋଧୋନ ପରେ ମଧ୍ୟ କଂଗ୍ରେସ ଗୁଜରାଟ ନର୍ବାଚନ ଉପରେ ବେଶ ଆଶବାଦୀ ଥିଲା । କଂଗ୍ରେସକୁ ଲାଗୁଥିବା ଜିଲସଟି ଲାଗୁ ହେବା ଦ୍ୱାରା ଏତେ ଶ୍ରଘ୍ର ବ୍ୟବସାୟୀ ଏହି ସୁଧାର ଯୋଗୁଁ ଶାନ୍ତ ପଡ଼ିବେ ନାହିଁ । ଆଉ ବ୍ୟସାୟୀମାନେ ବିଜେପିକୁ ଭୋଟ୍ ଦେବେ ନାହିଁ । ଯାହା ତାଙ୍କ ଦଳ ପାଇଁ ବାଟ ପରିସ୍କାର କରିବ । କିନତୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ ଦ୍ୱାରା କରାଯାଇଥିବା ଆର୍ଥିକି ସୁଧାର ଠିକ ସମୟରେ କାମ ଦେଇଥିଲା । ଆଉ ନିଜ ଗଡ଼ରେ ବାଜିମାତ କଲେ ମୋଦି ।