ବିବାହରେ ଯୌତୁକ ବାବଦକୁ ମିଳୁଥିଲା ୪ ଲକ୍ଷ ଟଙ୍କା ! ୧ ଟଙ୍କା ସହ ଶ୍ୱଶୁରଘର ସବୁଠାରୁ ବଡ ଧନ ନେଇ ଘରକୁ ଫେରିଲା ବର ।

340

ସମାଜରେ ବିବାହ ଭଳି ପବିତ୍ର ଶବ୍ଦକୁ ଆଜି ମଧ୍ୟ କିଛି ଲୋକ ଯୌତୁକର ତରାଜୁରେ ତୋଳିଥାନ୍ତି । ପ୍ରତିଦିନ ଖବରକାଗଜ ପୃଷ୍ଠାରେ ଯୌତୁକ ନିର୍ଯାତନା ତଥା ପୋଡି ମାରିବା ଘଟଣା ସାମ୍ନାକୁ ଆସୁଛି । କିନ୍ତୁ ଏଥିମଧ୍ୟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣି ଲୋକ ବରର ବାଃ ବାଃ କରି ରହିପାରୁନାହାନ୍ତିି । ଘଟଣାଟି ଘଟିଛି ହରିଆଣାରେ । ଏଠାରେ କବିର ରାଜନ ନାମକ ଜଣେ ବ୍ୟକ୍ତି ଆଦମପୁର ଶିଳ୍ପା ଶର୍ମାଙ୍କୁ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ । କବିର ବିନା ବାଜା ରୋଶଣୀରେ ମଣ୍ଡପରେ ପହଞ୍ଚି ଶିଳ୍ପାଙ୍କୁ ବିବାହ କରିଥିଲେ । ଝିଅକୁ ଶାଶୁଘର ଛାଡିବା ସମୟରେ ଶିଳ୍ପାଙ୍କ ବାପା ଜ୍ୱାଇଁଙ୍କୁ ଯୌତୁକରେ ୪ ଲକ୍ଷ ଟଙ୍କା ନଗଦ ଦେଇଥିଲେ । କିନ୍ତୁ କବିରଙ୍କ କଥା ଶୁଣି ଶ୍ୱଶୁରଙ୍କ ଆଖିରେ ଲୁହ ଆସି ଯାଇଥିଲା ।

କବିର ଶ୍ୱଶୁରଘର ସବୁଠାରୁ ବଡ ସମ୍ପତ୍ତିକୁ ନିଜ ସାଥିରେ ଘରକୁ ନେଉଥିଲେ ତେଣୁ ସେ ଶ୍ୱଶୁରଙ୍କୁ କହିଲେ, “ଯଦି ମୁଁ ଆପଣଙ୍କ ଘରୁ ସବୁଠାରୁ ମହଙ୍ଗା ଧନକୁ ମୋ ସଙ୍ଗେ ନେଉଛି ଯଦି ଦେବାକୁ ଚାହୁଁଛନ୍ତି ତେବେ ୧ ଟଙ୍କା ଦିଅନ୍ତୁ । କାରଣ ଆପଣଙ୍କ ଝିଅ ଠାରୁ ବଡ ଧନ ଆପଣ ମୋତେ ଦେଇପାରିବେ ନାହିଁ । ୪ ଲକ୍ଷ ଟଙ୍କା ଆପଣଙ୍କ ଝିଅ ଆଗରେ ଖୁବ୍ କମ୍ ।” ଏଭଳି ଜ୍ୱାଇଁଙ୍କ କଥା ଶୁଣି ପାଖପଡୋଶୀ ମଧ୍ୟ ଯୁବକଙ୍କୁ ଖୁବ୍ ପ୍ରଶଂସା କରିବା ସହ ଝିଅକୁ ମଧ୍ୟ ଭାଗ୍ୟଶାଳୀ କହିଛନ୍ତି ।