ଆଧୁନିକ ଯୁଗର ସ୍ୱଂୟମ୍ବର ! ବର ହେବା ପାଇଁ ୨୫୦ଜଣ ପ୍ରାର୍ଥୀଙ୍କୁ ଦେବାକୁ ପଡିଲା ପରୀକ୍ଷା, ଜାଣନ୍ତୁ ସେଥିରୁ କେତେ ହେଲେ ଉତ୍ତୀର୍ଣ୍ଣ

6

ଏଯାବତ୍ ପରୀକ୍ଷା ଓ ଇଣ୍ଟରଭ୍ୟୁ ସ୍କୁଲ, କଲେଜ ଏବଂ ପ୍ରୋଫେସନାଲ କୋର୍ସରେ ହୋଇଥିବା ଦେଖିବାକୁ ମିଳିଛି। କିନ୍ତୁ ଯୁବକଙ୍କୁ କନ୍ୟା ପାଇବା ପାଇଁ ପରୀକ୍ଷା ଦେବାକୁ ପଡ଼ିଥିବା ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯଦି ଉକ୍ତ ପ୍ରାର୍ଥୀ ପରୀକ୍ଷାରେ ପାସ୍ କରନ୍ତି ତେବେ ସ୍ୱାମୀ ବନିବାର ସୌଭାଗ୍ୟପ୍ରାପ୍ତ କରିବେ।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ମୌରେ ବର ହେବା ପାଇଁ ପରୀକ୍ଷାର ଆୟୋଜନ କରାଯାଇଥିଲା। ଯେଉଁଥିରେ ୨୫୦ଜଣ ଯୁବକ ଆବେଦନ କରିଥିଲେ। ଆବେଦନକାରୀ ଲକ୍ଷ୍ମୌ ରାଜକୀୟ ପାଶ୍ଚାତ୍ୟବର୍ତ୍ତୀ ଦେଖାରଖ ସଙ୍ଗଠନ (୧୮ବର୍ଷରୁ ଉର୍ଧ୍ୱ ଆଶ୍ରୟବିହୀନ ଯୁବତୀଙ୍କୁ ରଖିଥାଏ)ରେ ରହୁଥିବା ଯୁବତୀଙ୍କୁ ବିବାହ କରିବା ପାଇଁ ଆବେଦନ କରିଥିଲେ। ଏହି ପରୀକ୍ଷା ଓ ଇଣ୍ଟରଭ୍ୟୁ ପୂରା ପ୍ରକିୟା ଜିଲ୍ଲା ପ୍ରଶାସନ ଅଧୀନରେ ହୋଇଥାଏ।

ପରୀକ୍ଷା ଓ ଇଣ୍ଟରଭ୍ୟୁର ସମସ୍ତ ପ୍ରକ୍ରିୟା ହେବାର ଏକ ମାସ ପରେ ଜିଲ୍ଲା ପ୍ରଶାସନ ରେଜଲ୍ଟର ଘୋଷଣା କରିଥିଲେ। ଯେଉଁଥିରେ କେବଳ ୩୧ ଆବେଦନକାରୀ ପାସ୍ କରିଥିବାବେଳେ ୨୧୯ଜଣ ଫେଲ୍ ହୋଇ ଯାଇଥିଲେ। ପାସ୍ ହୋଇଥିବା ସମସ୍ତ ଯୁବକଙ୍କ ଧୁମଧାମରେ ଅକ୍ଟୋବର ୧୫ରେ ମହାନଗର କଲ୍ୟାଣ୍ଡ ମଣ୍ଡପରେ ବିବାହ ସଂପନ୍ନ ହୋଇଥିଲା। ବିବାହରେ ନବଦମ୍ପତ୍ତିଙ୍କୁ ୨୦-୨୦ହଜାର ଟଙ୍କାର ଚେକ୍ ସହିତ ଅସବାବାପତ୍ର ବି କିଛି ପ୍ରଦାନ କରାଯାଇଥିଲା।

Comments are closed.