ନକଲି ଔଷଧ ବିକ୍ରି କରୁଥିବା କମ୍ପାନୀମାନଙ୍କ ବିରୋଧରେ ସରକାର ଦୃଢ ପଦକ୍ଷେପ ଗ୍ରହଣ କରିବେ । ଯଦି କୌଣସି ହସ୍ପିଟାଲ କିମ୍ବା ସାଧାରଣ ଔଷଧ ଦୋକାନରେ ନକଲି ଔଷଧ ବିକ୍ରି ହେଉଥିବାର ଜଣାପଡେ ତେବେ ମେଡିସିନ ସପ୍ଲାଏ କରିଥିବା ମାର୍କେଟିଂ କମ୍ପାନୀ ମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରକାରଙ୍କ ଆଇନ ଅନୁଯାୟୀ, ଯେଉଁ କମ୍ପାନୀ ଏହି ନିୟମକୁ ଉଲଙ୍ଘନ କରିବ ତାଙ୍କୁ ୫ ରୁ ୭ ବର୍ଷ ଜେଲ ଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ଦିଆଯିବାର ପ୍ରବନ୍ଧନ କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଏବେ ଡ୍ରକ୍ସ ଟେକ୍ନିକାଲ ଆଡଭାଇଜାରୀ ବୋର୍ଡ (ଡିଟିଏବି) ଏହି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଡିଟିଏବି, ଦେଶର ଏକମାତ୍ର ସର୍ବୋଚ୍ଚ ଔଷଧ ଉପଦେଷ୍ଠା ସଂସ୍ଥା ଅଟେ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ମଞ୍ଜୁରି ଦିଆଯାଇଥିବା ପ୍ରସ୍ତାବ ଅନୁଯାୟୀ, ନକଲି ଔଷଧ ମାର୍କେଟିଂ କରୁଥିବା କମ୍ପାନୀକୁ ମଧ୍ୟ ଦଣ୍ଡିତ କରାଯିବ । ଯଦି ଔଷଧର କ୍ୱାଲିଟିରେ ଫରକ ରହେ ତେବେ ଦୋଷୀଙ୍କୁ ୫ ରୁ ୭ ବର୍ଷ ଜେଲ ଦଣ୍ଡ ହେବା ସହିତ ନକଲି ଔଷଧ ବିକ୍ରି କଲେ ଆଜୀବନ କାରାଦଣ୍ଡ ଦିଆଯିବାର ପ୍ରବନ୍ଧନ କରାଯାଇଛି । ତେବେ ଉକ୍ତ ଅଧିକାରୀଙ୍କ କହିବା ଅନୁଯାୟୀ, ଉତ୍ତମ ଔଷଧ ମିଳିବା ଏବଂ ରୋଗୀ ମାନଙ୍କୁ ସୁରକ୍ଷିତ ଭାବେ ଚିକିତ୍ସା କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ଅଟେ ।