ପେଟ୍ରୋଲ ବଂଚାଇବ ଗୁଗଲ ମ୍ୟାପ୍ : ଆପଣାନ୍ତୁ ଏହି କୌଶଳ ?

31

ପେଟ୍ରୋଲ ଓ ଡିଜେଲ ଦର ନେଇ ସାରା ଦେଶର ଜନତା ଅସନ୍ତୁଷ୍ଟ ଅଛନ୍ତି । ନିୟମିତ ବ୍ୟବଧାନରେ ପେଟ୍ରୋଲ, ଡିଜେଲ ଦର ହୁତୁ ହୁତୁ ହୋଇ ବଢ଼ିବାରେ ଲାଗିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ହ୍ରାସ ଫଳରେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଚାଲିଛି । ସାଧାରଣ ଜନତା ଦାବି କରୁଛନ୍ତି , କିଛି ଉପାୟ କରି ତୈଳ ଦର କମ କରାଯାଉ । ତେବେ ଆପଣ ମଧ୍ୟ ଏହି ସମାନ ଅସୁବିଧା ଦେଇ ଗତି କରୁଥିବେ ନିଶ୍ଚୟ । ଆଉ ଏହି ଅସୁବିଧାରୁ ବଞ୍ଚିବାର ଉପାୟ ମଧ୍ୟ ଖୋଜୁଥିବେ । ତେବେ ଆସନ୍ତୁ ଏପରି ଏକ କୌଶଳ ବିଷୟରେ ଜାଣିବା ଯଦ୍ୱାରା ପେଟ୍ରୋଲ ବଞ୍ଚିଯିବ ଆଉ ଆପଣ ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହେବେ ନାହିଁ । ପେଟ୍ରୋଲ, ଡିଜେଲ ବଂଚାଇବା ପାଇଁ ଆପଣ ଗୁଗଲ ମ୍ୟାପ୍ ବ୍ୟବହାର କରନ୍ତୁ । ତେବେ ଆପଣ ଚିନ୍ତା କରୁଥିବେ ଗୁଗଲ ମ୍ୟାପ୍ ସହ ପେଟ୍ରୋଲ, ଡିଜେର ଦରର କ’ଣ ସମ୍ମନ୍ଧ ରହିଛି ? ତେବେ ଆସନ୍ତୁ ଏବିଷୟରେ ସବିଶେଷ ଆଲୋଚନା କରିବା . . .

ଗୁଗଲ ମ୍ୟାପ୍ ସହଜ ଓ କମ୍ ଟ୍ରାଫିକ ଥିବା ରାସ୍ତା ଜଣାଇବା ସହ ସଠିକ ଦିଗରେ ଆପଣଙ୍କୁ ରାସ୍ତା ଦେଖାଇବ । ତେବେ ଗୁଗଲ ମ୍ୟାପର ଏକ ସ୍ୱତନ୍ତ୍ରତା ରହିଛି, ଯାହା ପ୍ରାୟ ଲୋକ ଜାଣିନଥିବେ । ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବା ପାଇଁ କେଉଁ ରୁଟରେ ଗଲେ ଆପଣଙ୍କୁ କମ୍ ଦୂରତା ଅତିକ୍ରମ କରିବା ପାଇଁ ପଡ଼ିବ ସେକଥା ଜଣାଇଥାଏ ଗୁଗଲ ମ୍ୟାପ୍ । ଗୁଗଲ ମ୍ୟାପ୍ ଜରିଆରେ ଅଳ୍ପ ସମୟରେ ଆପଣ ସଠିକ ରାସ୍ତା ଜାଣି ଯାତ୍ରା କରିପାରିବେ । ଏପରି ହେବାଦ୍ୱାରା ସମୟ ବଞ୍ଚିବା ସହ ପେଟ୍ରୋଲ ବି ବଞ୍ଚିଯିବ । ଆଉ ଆପଣ ଅଧିକ ଖର୍ଚ୍ଚାନ୍ତ ହେବାରୁ ବଂଚିଯିବେ ।

petrol-pump

କେମିତି କାମ କରେ ଗୁଗଲ ମ୍ୟାପ୍ –

ନିଜ କମ୍ପ୍ୟୁଟରରେ ଗୁଗଲ ମ୍ୟାପ୍ ଅନ୍ କରନ୍ତୁ । ଷ୍ଟାଟିଂ ପଏଣ୍ଟରେ ଜୁମ୍ କରନ୍ତୁ ଓ ଓ ରାଇଟ୍ କ୍ଲିକ୍ କରନ୍ତୁ । ଏହାପରେ ଡ୍ରିପ୍ ଡାଉନ୍ ମେନ୍ୟୁ ଯାଇ ମେଜର ଡିସଟାନ୍ସକୁ ସିଲେକ୍ଟ କରନ୍ତୁ । ଥରେ ଏହା ପୂରଣ ହେବା ପରେ ଆପଣ ଅନ୍ୟ ଲୋକସନ ଉପରେ କ୍ଲିକ କରି ଦୂରତା ବିଷୟରେ ମଧ୍ୟ ଜାଣିପାରିବେ । ଯଦି ଆପଣ ଏକରୁ ଅଧିକ ରାସ୍ତାରେ ଦୂରତା ଜାଣିବା ପାଇଁ ଚାହୁଁଛନ୍ତି, ତେବେ ସମସ୍ତ ଲୋକେସନ ଉପରେ କ୍ଲିକ କରନ୍ତୁ । ଏହାପରେ ଆପଣଙ୍କୁ ଏହି ସବୁ ମଧ୍ୟରେ ଏକ ପଏଂଟ ଟାଣିବା ପାଇଁପଡ଼ିବ । ଆଉ ତା’ପରେ ଆପଣ ଯେତେବେଳ ପଏଂଟ ଚୟନ କରିବେ ଲୋକେସନ ପର୍ଯ୍ୟନ୍ତ ଆପଣଙ୍କୁ ପେଜ ତଳେ ରାସ୍ତାରେ ଦୂରତା ଦେଖାଇ ଦେବ ।

ସ୍ମାର୍ଟଫୋନ୍ ଗ୍ରାହକଙ୍କ ପାଇଁ –
ଆଣ୍ଡ୍ରଏଡ଼୍ ଓ ଆଇଓଏସ୍ ସ୍ମାର୍ଟଫୋନ ପାଇଁ ଏହି ଉପାୟ ଖୁବ ସହଜ ହୋଇଥାଏ । ତେବେ ସାଧାରଣ ସ୍ମାର୍ଟଫୋନ୍ ବ୍ୟବହାର କରୁଥିଲେ ନିଜ ଫୋନରେ ପ୍ରଥମେ ଗୁଗଲ ଆପ୍ ଅନ୍ କରନ୍ତୁ । ଏହାପରେ ପ୍ରଥମ ପଏଂଟକୁ ନିର୍ଦ୍ଧାରିତ କରି ସ୍କ୍ରିନରେ ଦେଖାଯାଉଥିବା ରିଡ଼୍ ପିନରେ ମାର୍କ ରନ୍ତୁ । ଏହାପରେ ମ୍ୟାପର ନିମ୍ନ ସ୍ଥାନର ନାମ ଟାଇପ କରନ୍ତୁ । ପୁଣି ଥରେ ପପ୍ ମେନୁ ଯାଇ ମେଜର ଡିସଟାନ୍ସ୍ୁ ସିଲେକ୍ଟ କରନ୍ତୁ । ଏହାପରେ ଯେଉଁ ଡିସଷ୍ଟାନ୍ସ ଦେଖାଯିବ, ତାକୁ ଆପଣଙ୍କୁ ଆଡ଼୍ କରିବା ପାଇଁ ପଡ଼ିବ । ଏପରି କିରବା ପରେ ଆପଣ କୌଣସି ବି ପଏଂଟକୁ ଆଡ଼୍ କରିପାରିବେ । ଏସବୁ କରିବା ପେର ଆପଣଙ୍କୁ ତଳେ କେତେ କିମି ଦୂରତା ହେବ ତାହା ଦେଖାଇବ ।