୧୯ ବର୍ଷରେ ସମସ୍ତଙ୍କ ପ୍ରିୟ ଗୁଗଲ୍ ! କେବେ ନିଜକୁ ବିକ୍ରି କରିବାକୁ ଚାହୁଁଥିବା କମ୍ପାନୀ ଆଜି ପହଚିଂଛି ୬୦୦ ଅରବ୍ ଡଲାରରେ

35

Googleକନକ ବ୍ୟୁରୋ : ଡୁଡୁଲ୍ ଜରିଆରେ ସମସ୍ତଙ୍କ ଜନ୍ମଦିନ ଧୁମଧାମରେ ପାଳନ କରୁଥିବା ଗୁଗଲ୍ ଆଜି ନିଜେ ନିଜର ଜନ୍ମ ଦିନ ପାଳନ କରୁଛି । ସମସ୍ତଙ୍କ ପ୍ରିୟ ସର୍ଚ୍ଚ ଇଞ୍ଜିନ୍ ଆଜି ୧୯ ବର୍ଷର ହୋଇଯାଇଛି । ୧୯ ବର୍ଷ ପୂର୍ବେ ଆଜିର ଦିନରେ ହିଁ ବିଶ୍ୱକୁ ମିଳିଥିଲା ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ୍ । ତେବେ ନିଜର ୧୯ ତମ ଜନ୍ମ ଦିନ ଖୁବ୍ ଖାସ୍ ଭାବରେ ପାଳନ କରୁଛିି ଗୁଗଲ୍ । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଗୋଟିଏ ସମୟ ଥିଲା ଯେତେବେଳେ ଗୁଗଲର ଅର୍ଥ ଥିଲା ‘୧ରେ ୧୦୦ଟି ଶୁନ’ । କିନ୍ତୁ ଏବେ ଅକ୍ସଫୋର୍ଡ ଡିକ୍ସିନାରୀ ବି ଗୁଗଲ୍ କରିବାର ଅର୍ଥ ଭର୍ବ ଏବଂ ସଜ୍ଞା ଉଭୟ ମାନିସାରିଛି ।

ଫାଉଣ୍ଡର୍ ଲେରୀ ପେଜ୍ ଏବଂ ସର୍ଗେ ବ୍ରିନ୍ ପ୍ରଥମେ ଗୁଗଲର ନାଁ ‘ବେକରବ୍’ ରଖିଥିଲେ । ୧୯୯୯ରେ ସେମାନେ ଏହି କମ୍ପାନୀକୁ ୧ ମିଲିୟନ୍ ଡଲାରରେ ବ୍ରିକ୍ରି କରିବାକୁ ଚାହୁଁଥିଲେ । କିନ୍ତୁ ସେତେବେଳେ ଏହା ସମ୍ଭବ ହୋଇପାରିନଥିଲା । କାରଣ କୌଣସି ପ୍ରତିଷ୍ଠିତ ଉଦ୍ୟୋଗପତି ଏକଥା ମାନିବାକୁ ନାରାଜ୍ ଥିଲେ ଯେ ଲୋକମାନେ ଇଣ୍ଟରନେଟ୍ ନିଜ ନିତିଦିନିଆ କାମ ବି ଖୋଜି ପାରିବେ ।

ଆଜି ଗୁଗଲ୍ ପ୍ରାୟ ୬୦୦ ଅରବ୍ ଡଲାରରୁ ବି ଅଧିକ ହୋଇସାରିଛି । ୨୦୧୦ରୁ ଆଜି ଭିତରେ ପ୍ରତି ସପ୍ତାହରେ ଏକ ନୂଆ କମ୍ପାନୀ କିଣିବାର ରେକର୍ଡ ନିଜ ନାଁରେ କରିଛି ଗୁଗଲ୍ । ଗୁଗଲ୍ ହେଉଛି ଏକ ମାତ୍ର କମ୍ପାନୀ ଯାହାର ବ୍ୟକ୍ତିଗତ ଜାହାଜ ନାସାର ରନୱେ ଅବତରଣ କରିପାରେ । ଗୁଗଲର କାର୍ଯ୍ୟାଳୟକୁ ବିଶ୍ୱର ସବୁଠାରୁ କୁଲ୍ ୱର୍କ ପ୍ଲେସ୍ ଭାବରେ ଜଣା । ଯେଉଁଠି ଲନ୍ ଘାସ କାଟିବାକୁ ଛେଳି ଥାନ୍ତି ଆଉ ଅଫିସର ପ୍ରତି ସିଟର ୧୫୦ ଫୁଟ ତଳକୁ ଖାଇବା ପାଇଁ ଏକ କାଉଁଟର୍ ରହିବା ଏକ ପ୍ରକାର ନିଶ୍ଚିତ ।

googleଗୁଗଲ୍ ନିଜ ଜନ୍ମଦିନ ଅବସରରେ ଏକ ମଜାଦାର ଡୁଡଲ୍ ତିଆରି କରିଛି । ଆଜିର ଏହି ଖାସ୍ ଦିନରେ ଯେତେବେଳେ ଆପଣ ଗୁଗଲ୍ ଖୋଲିବେ ତେବେ ରଙ୍ଗ ବେରଙ୍ଗର ଡୁଡୁଲ୍ ଦେଖିବାକୁ ପାଇବେ । ଯେଇଁଥିରେ ଜନ୍ମଦିନ ପାର୍ଟିର ପୁରା ସାଜ ସରଞ୍ଜାମ ହୋଇଛି । ଜନ୍ମଦିନ କେକ୍, ବେଲୁନ୍, ଟୋପି ଏବଂ ଉପହାର ଆଦି ଏହି ଡୁଡୁଲରେ ଦେଖିବାକୁ ମିଳିବ । ଏହା ସହ ମଝିରେ ଏକ ସ୍ପିନର୍ ଅଛି ଯାହାକୁ କ୍ଲିକ୍ କଲେ ୟୁଜରଙ୍କୁ ମିଳିବ ଅନେକ ସରପ୍ରାଇଜ୍ । ଆପଣ ମଧ୍ୟ ଗୁଗଲର ସ୍ପିନ୍ ଗେମ୍ ମଧ୍ୟ ଖେଳିପାରିବେ ।