ଦୃଢ଼ ଇଚ୍ଛାଶକ୍ତି ଦେଖାଇଲା ରାହା : ୟୁପିର ଅନୁରାଧା ଗୁପ୍ତା ଏବେ ଆମେରିକାର ବୈଜ୍ଞାନିକ

32

ଜଣେ ମଧ୍ୟବିତ୍ତ ପରିବାରରେ ରହୁଥିବା ଝିଅ ଆଜି ଏମିତି ସ୍ଥାନରେ ପହଂଚିଛନ୍ତି, ଯେଉଁଠି ଲୋକ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମଧ୍ୟ ସଫଳତାର ଶୀର୍ଷକୁ ପଂହଚିବାର ସ୍ୱପ୍ନ ହି ଦେଖିପାରନ୍ତି । ଉତ୍ତରପ୍ରଦେଶ ସ୍ଥିତ ଗୋଣ୍ଡାର ଏକ ସାଧାରଣ ଝିଅ ଆମେରିକାର ପେନସିଲଭାନିଆ ବିଶ୍ୱବିଦ୍ୟାଳୟରେ ବୈଜ୍ଞାନିକ ହୋଇ ଉଦାହରଣ ସୃଷ୍ଟି କରିଛନ୍ତି । ସେ ହେଉଛନ୍ତି ଅନୁରାଧା ଗୁପ୍ତା ।

ସେ ଗୋଣ୍ଡାର ପଟେଲ ନଗରରେ ଏକ ଛୋଟ ଘରେ ନିଜ ମାତା ପିତାଙ୍କ ସହିତ ରୁହନ୍ତି । ତାଙ୍କ ବାପା ରାମ ସୁନ୍ଦର ଗୁପ୍ତାଙ୍କ ଏକ ଛୋଟ ଷ୍ଟେସନାରୀ ଦୋକାନ ଅଛି । ତାଙ୍କ ବାପାଙ୍କ କହିବାନୁସାରେ ସେ ଛୋଟବେଳୁ ହିଁ ବୈଜ୍ଞାନିକ ହେବାକୁ ଚାହୁଁଥିଲେ । ସେ ମୋହନଲାଲ ମେମୋରିଆଲ ସ୍କୁଲରେ ପାଠ ପଢ଼ୁଥିଲେ । ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ରାଜକୀୟ ବାଳିକା ଇଣ୍ଟର କଲେଜରେ ପଢ଼ିଥିଲେ । ତାପରେ ଲାଲ ବାହାଦୁର ଶାସ୍ତ୍ରୀ ମହାବିଦ୍ୟାଳୟରେ ବିଏସସି କଲାପରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଭୈାତିକ ବିଜ୍ଞାନରେ ଏମଏସସି କରିଥିଲେ । ଟାଟା ଇଷ୍ଟିଚ୍ୟୁଟ ଅଫ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ ମୁମ୍ବାଇରୁ ପିଏଚଡିରେ ଶିକ୍ଷା ଗ୍ରହଣ କଲାପରେ ଆମେରିକାରେ Gravity of physics ରେ ବୈଜ୍ଞାନିକ ହେଲେ । ସେ ବିଏସସି କରିବା ସମୟରେ ଏକ ପ୍ରତିଯୋଗିତାରେ ବିଜୟ ହେବାପରେ ତାଙ୍କୁ ବିଏଚୟୁରେ ଗୋଟିଏ ସପ୍ତାହ ପାଇଁ ଭ୍ରମଣ ଏବଂ ବୈଜ୍ଞାନିକଙ୍କ ସହ ବୁଲିବାର ସୁଯୋଗ ମିଳିଥିଲା ।

ଅନୁରାଧା ଗୁପ୍ତା କହିଛନ୍ତି କି କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ସହିତ ସଠିକ ମାର୍ଗଦର୍ଶନ ଓ ସମ୍ବଳ ହି ତାଙ୍କୁ ଏହି କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ସହଯୋଗ କରିଥିଲା । ଏଥିରେ ସହାୟତା କରିଥିବା ବ୍ୟକ୍ତିଙ୍କ ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କୁ ଉପେକ୍ଷା କରିହେବନି । ଅନୁରାଧା ଗରିବ ପିଲାଙ୍କ ପାଇଁ ‘’ସାଇନ୍ସ ଇଜ ଫନ” ନାମକ ସଂସ୍ଥା ଆରମ୍ଭ କରିଛନ୍ତି । ସେଥିରେ ସେ ପ୍ରବେଶିକା ପରୀକ୍ଷା କରାଇ ଛାତ୍ର ବୃତ୍ତି ପ୍ରଦାନ କରନ୍ତି । ଯେମିତି କି ତାଙ୍କ ପାଠ ପଢ଼ା ଜାରି ରହିବ ଓ ସେମାନେ ଦେଶର ନାମ ରଖିବେ ।