ୱାଲ୍ଡ ରେକର୍ଡ ସୃଷ୍ଟି କଲା “ଗୋଲ୍ଡେନ ନିଡଲ୍ସ ଟି” ! କିଲୋପିଛା ୪୦ ହଜାର ଟଙ୍କାରେ ବିକ୍ରୀ ହେଲା ଏହି ଚା’ ।

33

ଭାରତରେ ଲୋକମାନେ ଚା’ ପିଇବାକୁ ବେଶ ପସନ୍ଦ କରନ୍ତି । ଦିନକୁ ଜଣେ ବ୍ୟକ୍ତି ଦୁଇଥର ଚା’ ପିଉଥିବା ବେଳେ ଆଉ କେତେଜଣ ଦିନକୁ ୩-୪ ଥର ଚା’ ପିଇଥାନ୍ତି । ସାଧାରଣତଃ ବଜାରରେ ଚା’ କିଲୋପିଛା ୧୦୦-୧୫୦ ଟଙ୍କା ମଧ୍ୟରେ ବିକ୍ରୀ ହେଉଥିବା ବେଳେ ଏକ ସ୍ୱତନ୍ତ୍ର ଚା’ ଭାରତରେ ରେକର୍ଡ ବନାଇଛି । ଗତ କିଛି ଦିନ ତଳେ ଏକ ଭେରାଇଟ ଚା’ କିଲୋ ପିଛା ୪୦ ହଜାର ଟଙ୍କାରେ ବିକ୍ରି ହୋଇଛି ।

ଆସାମ ଚା’ ବଗିଚା ଚା’ ପାଇଁ ବିଶ୍ୱ ପ୍ରସିଦ୍ଧ । କିନ୍ତୁ ଏବେ ଅରୁଣାଚଳ ପ୍ରଦେଶ ଏବଂ ଗୌହାଟି ଭଳି ରାଜ୍ୟ ଗୁଡିକରେ ଚା’ ବେଶ ପ୍ରସିଦ୍ଧିଲାଭ କରିଛି । ଯାହା ଫଳରେ ଆସାମ କିଛି ମାତ୍ରାରେ ପଛରେ ପଡିଯାଇଛି । ଗୌହାଟି ଚା’ ବ୍ୟବସାୟରେ ଟି-ଆକ୍ସନ ସେଣ୍ଟର ଗୋଟିଏ ମାସ ଭିତରେ ଦୁଇ ଦୁଇ ଥର ଇତିହାସ ରଚି ୱାଲ୍ଡ ରେକର୍ଡ ସୃଷ୍ଟି କରିପାରିଛି । ଏଥି ସହିତ ଅରୁଣାଚଳ ପ୍ରଦେଶର ଦୋନୀ ପୋଲ ଟି ଷ୍ଟେଟ ଦ୍ୱାରା ତିଆରି କରାଯାଇଥିବା ଚା’ର ଏକ କିସମ “ଗୋଲ୍ଡେନ ନିଡଲ୍ସ ଟି” ଗୁରୁବାର ଦିନ କିଲୋପିଛା ୪୦ ହାଜାର ଟଙ୍କାରେ ବିକ୍ରୀ କରାଯାଇଛି । ଗୌହାଟିରେ ଅବସ୍ଥିତ ସବୁଠାରୁ ଏକ ପୁରୁଣା ଚା’ ଦୋକାନ ଏହି ଚା’କୁ କିଣିଛି । ଆସାମ ଟି ଟ୍ରେଡର୍ସର ମାଲିକ ଲଲିତ କୁମାରଙ୍କ କହିବା ଅନୁସାରେ ଗୋଲ୍ଡେନ ନିଡଲ୍ସ ଟି ଏକ ଅନଲାଇନ ସପିଙ୍ଗ ୱେବସାଇଟ Absolutetea.in ଜରିଆରେ ବିକ୍ରୀ କରାଯିବ ।

ସୂଚନା ମୁତାବକ, ଗତ ବର୍ଷ ଗୋଲ୍ଡେନ ନିଡଲ୍ସ ଟି କିଲୋପିଛା ୧୮ ହଜାର ଟଙ୍କାରେ ବିକ୍ରୀ ହୋଇଥିଲା । ସେହି ସମୟରେ ଏହି ଚା’ ସର୍ବାଧିକ ୨୦ ହଜାର ଟଙ୍କା ନିଲାମ ଡକାଯାଇଥିଲା । କିନ୍ତୁ ଚଳିତ ବର୍ଷ ଏହି ଚା’ର ମୂଲ୍ୟ ବୃଦ୍ଧି ପାଇ ୪୦ ହଜାରରେ ବିକ୍ରୀ ହୋଇଛି ।