ପକେଟକୁ ଫାଇଦା ଦେବ ପୁରୁଣା ସୁନା ଓ କାର : ବିକ୍ରି ଅର୍ଥରେ ନୂଆ କିଣିଲେ ଲାଗୁ ହେବ ନାହିଁ ଜିଏସଟି

67

କନକ ବ୍ୟୁରୋ : ପକେଟକୁ ଫାଇଦା ଦେବ ପୁରୁଣା ସୁନା । ପୁରୁଣା ସୁନାରେ ଜିଏସଟି ଲାଗୁ ହେବନାହିଁ ବୋଲି ଅର୍ଥ ମନ୍ତ୍ରାଳୟ ସ୍ପଷ୍ଟ କରିଛନ୍ତି । ପୁରୁଣା ସୁନା ବିକ୍ରି କରି ବିକ୍ରି ଅର୍ଥରେ ନୂଆ ସୁନା କିଣିଲେ ଜିଏସଟି ଲାଗୁ ହେବ ନାହିଁ ବୋଲି ଅର୍ଥ ମନ୍ତ୍ରାଳୟ କହିଛି । ସାରା ଦେଶରେ ଜୁଲାଇ ୧ତାରିଖରୁ ଜିଏସଟି ଲାଗୁ ହେବା ପରେ ପୁରୁଣା ସୁନା ବିକ୍ରି କରି ସେହି ଟଙ୍କାରେ ନୂଆ ସୁନା କିଣିଲେ ସେଥିରେ ଜିଏସଟି ଲାଗୁ ହେବ ନାହିଁ ।

ଜିଏସଟି ଲାଗୁ ହେବା ପରେ ଜ୍ୱେଲର୍ସ ନିକଟରୁ ପୁରୁଣା ସୁନା କିଣିଲେ ମଧ୍ୟ ସେଥିରେ ୩ପ୍ରତିଶତ ଜିଏସଟି ଲାଗୁ ହେବ ବୋଲି କେନ୍ଦ୍ର ରାଜସ୍ୱ ସଚିବ ହସମୁଖ ଅଧିଆ କହିଥିଲେ । ତେବେ ଏଥିରେ ସ୍ପଷ୍ଟୀକରଣ ରଖିଛି ଅର୍ଥ ମନ୍ତ୍ରାଳୟ । ଏପରିକି ଯେଉଁ ଜ୍ୱେଲର୍ସ ପାଖରୁ ପୁରୁଣା ସୁନା କିଣା ହେବ କି ବିକ୍ରି କରାହେବ ସେହି ଜ୍ୱେଲର୍ସଙ୍କୁ ମଧ୍ୟ ଜିଏସଟି ଦେବାକୁ ପଡିବ ନାହିଁ ।

ପୁରୁଣା ସୁନା ପରି ପୁରୁଣା କାର୍ ଓ ବାଇକରେ ମଧ୍ୟ ଜିଏସଟି ଲାଗୁ ହେବ ନାହିଁ ବୋଲି ଅର୍ଥ ମନ୍ତ୍ରାଳୟ କହିଛି । ପୁରୁଣା କାର୍ କି ବାଇକ ବିକ୍ରି କଲେ ସେଥିରେ କୌଣସି ଜିଏସଟି ଲାଗୁ ହେବ ନାହିଁ ବୋଲି ଅର୍ଥ ମନ୍ତ୍ରାଳୟ ସ୍ପଷ୍ଟ କରିଛନ୍ତି । ତେବେ ତାଲିକାଭୁକ୍ତ ହୋଇନଥିବା ବ୍ୟବସାୟୀ ଯଦି ରେଜିଷ୍ଟର ସପ୍ଲାୟରଙ୍କୁ ପୁରୁଣା ଗାଡି ବିକ୍ରି କରିବେ ତେବେ ସେହି ପରିସ୍ଥିତିରେ ଏଥିରେ ଜିଏସଟି ଲାଗୁ ହେବ । ଏବଂ ସାଧାରଣ ଲୋକ ଯଦି ପୁରୁଣା କାର୍ ଓ ବାଇକ ବିକ୍ରି କରିବେ ତେବେ ଏଥିରେ ଜିଏସଟି ଲାଗୁ ହେବନାହିଁ ।

ଏହାସହ ଦେଖନ୍ତୁ ଏହି ଭିଡ଼ିଓ –