ବ୍ରହ୍ମପୁର : ଗତକାଲି ଛେଳି ମଡ଼କ ପରେ ଅଜଣା ଜନ୍ତୁକୁ ଧରିବା ପାଇଁ ବନବିଭାଗ ତତ୍ପର

19

କନକ ବ୍ୟୁରୋ : ନିଆଳି ମେଣ୍ଢା ମଡକ ଭଳି ବ୍ରହ୍ମପୁରରେ ଗତକାଲି ଛେଳି ମଡକ ହେବା ପରେ ଅଜଣା ଜନ୍ତୁକୁ ଧରିବା ପାଇଁ ତତ୍ପର ହୋଇ ପଡିଛି ବନବିଭାଗ । ଜନ୍ତୁ ଚିହ୍ନଟ କରିବା ସହ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଲଗାଇଛି ୩ଟି ହାଇପାୱାର କ୍ୟାମେରା ଓ ଯନ୍ତା ଖଞ୍ଜାଯାଇଛି । ଏହା ସହ ୫୦ରୁ ଉର୍ଦ୍ଧ ବନ-ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇଛନ୍ତି । ଗତକାଲି ପୁରୁଣା ବ୍ରହ୍ମପୁର ସ୍ଥିତ ଏକ ଶ୍ମସାନରୁ ୪ଟି ମୃତ ଛେଳି ଉଦ୍ଧାର କରାଯାଇଛି ।