ଭଲ ଫସଲ ପାଇଁ କର ବୈଦିକ ମନ୍ତ୍ର ଜପ ! କୃଷକଙ୍କୁ ଗୋଆ ସରକାରଙ୍କ ଅଜବ ପରାମର୍ଶ

65

କନକ ବ୍ୟୁରୋ : ଗୋଆ ସରକାର ଫସଲ ଉପୁଜାଇବା ପାଇଁ ନୂଆ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବାକୁ ଯାଉଛନ୍ତି। ରାଜ୍ୟ ସରକାର ଚାଷୀଙ୍କୁ ପ୍ରାଚୀନ ବୈଦିକ ମନ୍ତ୍ର-ଜପ କରିବାକୁ ପରାମର୍ଶ ଦେଇଛନ୍ତି । କୃଷି ବିଭାଗର ଜଣେ ଅଧିକାରୀ ଶୁକ୍ରବାର କହିଛନ୍ତି, ରାଜ୍ୟ ସରକାର ଚାଷୀଙ୍କୁ ଦୈବୀୟ କୃଷି ପଦ୍ଧତି ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ଏହା ଦ୍ୱାରା ଚାଷୀ ଭଲ ଫସଲ ଉପୁଜାଇ ପାରିବେ ବୋଲି ଅଧିକାରୀ କହିଛନ୍ତି । ସେ କହିଛନ୍ତି, ସରକାର ଏହି କ୍ଷେତ୍ରରେ ବିଶେଷଜ୍ଞ ଶିବ ଯୋଗ ଫାଉଣ୍ଡେସନ ଏବଂ ବ୍ରହ୍ମକୁମାରୀ ଭଳି ପ୍ରତିଷ୍ଠାନ ସହିତ ଆଲୋଚନା କରୁଛନ୍ତି ।

ଅଧିକାରୀ କହିଛନ୍ତି, କୃଷି ମନ୍ତ୍ରୀ ବିଜୟ ସରଦେସାଇ ଏବଂ କୃଷି ନିର୍ଦ୍ଦେଶକ ନେଲସନ୍‌ ଫିଗୁଏରୋଡୋ ନିକଟରେ ହରିୟାଣାର ଗୁରୁଗ୍ରାମରେ ଯୋଗ କୃଷି ପ୍ରଚାରକ ଗୁରୁ ଶିବାନନ୍ଦଙ୍କୁ ଭେଟିଥିଲେ । ଅଧିକାରୀ କହିଛନ୍ତି, ଗୁରୁ ଏ ସଂପର୍କରେ ଚାଷ କାମ କରିବାକୁ ପରାମର୍ଶ ଦେଇଥିଲେ । କୃଷି ବିଭାଗ ଜୈବିକ ଏବଂ ପରିବେଶ ଅନୁକୂଳ ଚାଷ କରିବାକୁ ଚାହୁଁଛି ।