ଜିମେଲର ୧୦ଟି ସର୍ଟକଟ୍ ! କିଛି ସମୟ ଭିତରେ ସହଜ କରିଦେବ ଆପଣଙ୍କ କାମ

33

ଗତକାଲି ଜିମେଲକୁ ୧୪ ବର୍ଷ ପୁରିଛି । ଏପ୍ରିଲ ୧, ୨୦୦୪ରେ ଜିମେଲର ଆରମ୍ଭ କରିଥିଲେ Paul Buccheit  । ବର୍ତ୍ତମାନ ଆପଣ ଜିମେଲ ବିନା ଆଣ୍ଡ୍ରଏଡର କୌଣସି ବି ଆପ୍ଲିକେସନ୍ ଆକ୍ସେସ୍ କରିପାରୁ ନାହାନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏତେ ଲୋକପ୍ରିୟ ଜିମେଲ ଆପକୁ ଲଂଚ କରିବା ପାଇଁ ମାତ୍ର ଏକ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଆଜିକା ସମୟରେ ଅନେକ କମ୍ ଲୋକ ଥିବେ ଯେଉଁମାନେ ଜିମେଲ୍ ଆକାଉଂଟ ବ୍ୟବହାର କରନ୍ତି ନାହିଁ । କିନ୍ତୁ ଜିମେଲ ବ୍ୟବହାର କରିବା ପାଇଁ ଏପରି ଅନେକ କୌଶଳ ରହିଛି ଯାହା ସମସ୍ତଙ୍କୁ ଜଣା ନାହିଁ । ଜିମଲେର କିଛି କିବୋର୍ଡ଼ ସର୍ଟକଟ୍ ରହିଛି, ଯାହା ଆପଣଙ୍କ କାମକୁ ସହଜ କରିଦେବ । କାମ ସହଜ କରିବା ସହ ସମୟ ମଧ୍ୟ ବଞ୍ଚାଇବ ।

ସର୍ଟକଟ୍ ବ୍ୟବହାର କରିବା ପାଇଁ ସର୍ବପ୍ରଥମେ ୟୁଜରକୁ ନିଜର କିବୋର୍ଡ଼ ସର୍ଟକଟକୁ ଅନ କରିବା ପାଇଁ ପଡ଼ିବ । ସେଟିଂ ଜରିଆରେ, ତା’ପରେ ଜେନେରାଲ ଟାବକୁ ଖୋଲି ନିମ୍ନରେ ଥିବା କିବୋର୍ଡ଼ ସର୍ଟକଟ୍ ଅନ କରନ୍ତୁ । ଏହି ବାରକୁ ଏନାବଲ କରିବା ପରେ ଆପଣ ସବୁ କାମ ପୁରା କରିବା ପାଇଁ ଗୋଟିଏ ଲେଟର ପ୍ରେସ କରନ୍ତୁ ।

gmail

ଯଦି ଆପଣଙ୍କୁ ମେଲରେ ପୁରୁଣା ମେଲ ପଢ଼ିବାର ଅଛି, ତେବେ ‘J’ ପ୍ରେସ କରନ୍ତୁ ଓ ନୂଆ ମେଲ ପଢ଼ିବା ‘K’ ପ୍ରେସ କରନ୍ତୁ । କୌଣସି ମେଲକୁ ଆର୍କାଇବ କରିବା ପାଇଁ ‘E’   ପ୍ରେସ କରନ୍ତୁ । ଟ୍ରାସ୍ କରବା ପାଇଁ shift + #  ପ୍ରେସ୍ କରନ୍ତୁ । ସର୍ଚ୍ଚ ବାରରେ ଟାଇପ୍ କରିବା ପାଇଁ ‘/’ ପ୍ରେସ୍ କରନ୍ତୁ । ରିପ୍ଲାଇ ଅଲ ପାଇଁ ‘A’ପ୍ରେସ୍ କରନ୍ତୁ । ଜଣକୁ ରିପ୍ଲାଇ କରିବା ପାଇଁ ‘R’ ପ୍ରେସ୍ କରନ୍ତୁ । ଯେଉଁ ମେସେଜ ପଢ଼ି ନାହାନ୍ତି ତଥା ଅନରିଡ଼୍ ମେସେଜ ପାଇଁ Shift + 8 + u  ପ୍ରେସ କରନ୍ତୁ । ମେସେଜକୁ ଇମ୍ପୋଟାଣ୍ଟରେ ସିଲେକ୍ଟ କରିବା ପାଇଁ ପ୍ରେସ କରନ୍ତୁ । ନୂଆ ମେସେଜ କମ୍ପୋଜ କରିବା ପାଇଁ C ପ୍ରେସ୍ କରନ୍ତୁ । ସୂଚନାଯୋଗ୍ୟ ଜିମେଲ ଗୁଗଲ ପ୍ଲେଷ୍ଟୋରର ପ୍ରଥମ ମୋବାଇଲ ଆପ୍ ଯାହା ଆଣ୍ଡ୍ରଏଡ଼୍ ଡିଭାଇସରେ ୧ ବିଲିୟନ୍ ଡାଉନଲୋଡ଼୍ ହୋଇସାରିଛନ୍ତି ।