ଭାରତୀୟ ସେନାକୁ ବଡ ସଫଳତା ! ଏନକାଉଂଟରରେ ୧୩ଜଣ ଆତଙ୍କବାଦୀ ନିହତ

24

କନକ ବ୍ୟୁରୋ : ଜମ୍ମୁକଶ୍ମୀରରେ ଭାରତୀୟ ସେନାକୁ ମିଳିଛି ବଡ ସଫଳତା । ଆଉ ଆତଙ୍କବାଦୀଙ୍କୁ ଲାଗିଛି ଶକ୍ତ ଝଟକା । ଗୋଟିଏ ଦିନରେ ସୁରକ୍ଷାବଳର ଏନକାଉଂଟରରେ ନିହତ ହୋଇଛନ୍ତି ୧୩ଜଣ ଆତଙ୍କବାଦୀ । ମୃତକଙ୍କ ମଧ୍ୟରେ ରହିଛି ଲସ୍କର-ଏ-ତୋଏବାର ଟପ୍ କମାଣ୍ଡର ତଥା ମୋଷ୍ଟ ୱାଂଟେଡ୍ ଆତଙ୍କବାଦୀ ଜିନତ ଉଲ ଇସଲାମ । ଏହା ସହିତ ଏମାନଙ୍କ ଭିତରେ ଅଛନ୍ତି ଭାରତୀୟ ସେନାର ଲେଫ୍ଟେନାଂଟ କମାଣ୍ଡର ଉମର ଫୟାଜଙ୍କୁ ଅପହରଣ କରି ହତ୍ୟା କରିଥିବା ୨ଜଣ ଆତଙ୍କବାଦୀ ।

ସୋପିଆନର ଦ୍ରାଗାଦଠାରେ ଏହି ଆତଙ୍କବାଦ ବିରୋଧୀ ଅପରେସନରେ ୭ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ତେବେ ଆତଙ୍କବାଦୀଙ୍କ ଗୁଳିରେ ସହିଦ୍ ହୋଇଛନ୍ତି ୩ଜଣ ଯବାନ । ଅନ୍ୟପଟେ କାଚୋଦୋରାରେ ଏବେ ବି ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଜାରି ରହିଛି ଗୁଳିବିନିମୟ । କେତେ ଜଣ ସ୍ଥାନୀୟ ଲୋକଙ୍କ ଘରେ ପ୍ରାୟ ୪ରୁ ୫ଜଣ ଆତଙ୍କବାଦୀ ଲୁଚି ଥିବା ଅନୁମାନ କରାଯାଉଛି । ସେଥିପାଇଁ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ସମୟରେ ୨ଜଣ ସାଧାରଣ ନାଗରୀକ ଗୁଳିମାଡର ଶିକାର ହୋଇଛନ୍ତି । ତେବେ ଜଣେ ଆତଙ୍କବାଦୀଙ୍କୁ ଜୀବିତ ଅବସ୍ଥାରେ ଧରିବାକୁ ସକ୍ଷମ ହୋଇଛି ସେନା ।