ସାବଧାନ୍ ! ପିଲାଙ୍କୁ ସ୍ମାର୍ଟଫୋନ ଦେବା ପୂର୍ବରୁ ପଢ଼ନ୍ତୁ ଏହି ଖବର

92

କ’ଣ ଆପଣ ବି ପିଲାଙ୍କୁ ଚୁପ କରିବା ପାଇଁ କିମ୍ବା ଖେଳିବା ପାଇଁ ସ୍ମାର୍ଟଫୋନ୍ ଧରାଇ ଦେଉଛନ୍ତି ? ଯଦି ହଁ ତେବେ ବେଳ ଥାଉ ଥାଉ ଆପଣ ସାବଧାନ୍ ହୋଇଯାଆନ୍ତୁ । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ପିଲାଙ୍କୁୁ ସ୍ମାର୍ଟଫୋନ୍ ଦେବା ଡ୍ରଗ୍ସ ଦେବା ସହ ସମାନ ।

କ’ଣ କହୁଛି ଅଧ୍ୟୟନ –

ଅଧ୍ୟୟନ ଅନୁସାରେ ପିଲାଙ୍କୁ ସ୍ମାର୍ଟଫୋନ୍ ଦେବା କେକେନେ କରି ନିଶା ପଦାର୍ଥ ଦେବା ସହ ସମାନ ଓ ଏମିତି କରି ଆପଣ ପିଲାଙ୍କୁ ଆଡିକ୍ସନ ଆଡକୁ ଠେଲି ଦେଉଛନ୍ତି ।

ସ୍ମାର୍ଟଫୋନ୍ ଦ୍ୱାରା କ’ଣ କ୍ଷତି ହେଉଛି –

– ଅଧ୍ୟୟନରୁ ଜଣାପଡିଛି ଯେଉଁ ପିଲାମାନେ ସ୍ମାର୍ଟଫୋନ୍ ସହ ଖେଳୁଛନ୍ତି ସୋମନେ ବାପାମା’ଙ୍କ ସହ ବହୁତ କମ ସମୟ ବିତାନ୍ତି, ଏବଂ ସବୁବେଳେ ନିଜକୁ ଏକା ଅନୁଭବ କରନ୍ତି ।

– ଟେକ୍ନୋଲୋଜି ସମ୍ପର୍କରେ ଆସି ପିଲାମାଙ୍କର ମାନସିକ ବିକାଶ ଠିକରେ ହୋଇ ପାରେନି । ଏମିତରେ ସେମାନେ ଠିକ କିଛି ନିଷ୍ପତି ନେଇ ପାରନ୍ତି ନାହିଁ ।

– ସ୍ମାର୍ଟଫୋନ ସହ ଖେଲୁଥିବା ପିଲାମାନଙ୍କ ଠାରେ କିଛି ନୂଆ କରିବାର ଇଚ୍ଛା ମଉଳିଯାଏ ।

– ଏହାସହ ଅଧ୍ୟୟନରୁ ଜଣାପଡିଛି ସ୍ମାର୍ଟଫୋନ୍ ସହ ଖେଳୁଥିବା ପିଲାମାନେ କମ୍ ଶାରୀରିକ ପରିଶ୍ରମ କରନ୍ତି ଯାହା ଦ୍ୱାରା ତାଙ୍କର ଶାରୀରିକ ବିକାଶ ମଧ୍ୟ ଠିକରେ ହୋଇପାରେ ନାହିଁ ।