କଲେଜରେ ପଶି ବ୍ଲେଡରେ ଛାତ୍ରୀଙ୍କ ତଣ୍ଟି କାଟିଦେଲେ ଅଣଛାତ୍ର । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଛାତ୍ରୀ

37

କନକ ବ୍ୟୁରୋ : ଛାତ୍ରୀଙ୍କୁ ଅଣଛାତ୍ରଙ୍କ ଆକ୍ରମଣ । ଏଭଳି ଅଘଟଣ ଘଟିଛି କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଜିପିଆର କଲେଜରେ । ମହାବିଦ୍ୟାଳୟରେ ପଢୁଥିବା ଯୁକ୍ତ ୩ର ପ୍ରଥମ ବର୍ଷର ଛାତ୍ରୀଙ୍କ ବେକକୁ ବ୍ଲେଡରେ କାଟିବାକୁ ଉଦ୍ୟମ କରିଛି ଜଣେ ଅଣଛାତ୍ର । ଗୁରୁତର ଅବସ୍ଥାରେ ଛାତ୍ରୀ ଜଣଙ୍କୁ କୁନ୍ତରା ଡାକ୍ତରଖାନାରେ ଭର୍ତି କରାଯାଇଛି । ଛାତ୍ରୀଙ୍କ ବେକରେ ୫ଟି ଷ୍ଟିଚ୍ ପଡିଥିବା ଜଣାପଡିଛି । ଆକ୍ରମଣ କରିଥିବା ଅଣଛାତ୍ର ଜଣକ ସିପୁନ କିଶାନ ବୋଲି ଜଣାପଡିଛି । ତାକୁ କୁସୁମି ଫାଣ୍ଡିରେ ଅଟକ ରଖାଯାଇଛି । ତେବେ କାହିଁକି ଏପରି କାଣ୍ଡ ସେ ଭିଆଇଲା ତାହା ସ୍ପଷ୍ଟ ଜଣାପଡିନାହିଁ ।

ସୂଚନା ଅନୁଯାୟୀ, ଅଣଛାତ୍ର ପ୍ରଥମେ କଲେଜକୁ ଆସିବା ପରେ ଛାତ୍ରୀଙ୍କ ସହ କଥା ହୋଇଥିଲେ । ତେବେ ଉଭୟଙ୍କ ମଧ୍ୟରେ କିଛି ସମୟ କଥାବାର୍ତ୍ତା ହେବା ପରେ ଉକ୍ତ ଅଣଛାତ୍ର ଛାତ୍ରୀ ଜଣଙ୍କୁ ବ୍ଲେଡରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ୱିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳାଇ ଦେଇଛି ।