ଅନେକ ସମୟ ଧରି ନିଖୋଜ ଥିଲେ ମହିଳା ! ଅଜଗର ପେଟରୁ ମିଳିଲା ମୃତଦେହ ।

45

ଅଜଗର କେତେ ଭୟଙ୍କର ହୋଇପାରେ ତାହା ଏହି ଘଟଣା ସମ୍ପୃର୍ଣ୍ଣ ପ୍ରମାଣ କରୁଛି । ଆଠ ମିଟରର ଏକ ବିଶାଳକାୟ ଅଜଗରକୁ ଦେଖି ଭାୟଭୀତ ଥିବା ଲୋକମାନେ ଅଧିକ ଆତଙ୍କିତ ହୋଇଗଲେ ଯେତେବେଳେ ସେମାନେ ଅଜଗର ପେଟ ଭିତରେ ଜଣେ ଇଣ୍ଡୋନେସିଆଇ ମହିଳାଙ୍କୁ ମୃତ ଭାବରେ ପାଇଥିଲେ । ତେବେ ପ୍ରକୃତ ଘଟଣା ହେଉଛି, ସମ୍ପୃକ୍ତ ମହିଳା ଅନେକ ସମୟ ଧରି ନିଖୋଜ ଥିଲେ ଏବଂ ତାଙ୍କ ପରିବାରବର୍ଗ ତାଙ୍କୁ ଖୋଜିବାରେ ବ୍ୟସ୍ତ ଥିଲେ ।

\ପୋଲିସ କହିବା ଅନୁସାରେ, ଏହି ଇଣ୍ଡୋନେସିଆଇ ମହିଳା ଜଣଙ୍କ ନିଜ ପରିବା ବଗିଚାରେ ଦେଖାରେଖା କରୁଥିଲେ, ଯାହାପରେ ସେ ହଠାତ କେଉଁଆଡେ ଗାୟବ ହୋଇଯାଇଥିଲେ । ତେବେ ଖୋଜାଖୋଜି କରିବା ପରେ ସେ ଏକ ବିଶାଳକାୟ ଅଜଗରର ପେଟ ଭିତରେ ଥିବା ଜଣାପଡିଥିଲା । ମହିଳାଙ୍କୁ ଖୋଜାଖୋଜି କରିବା ସମୟରେ ଗାଁ ଲୋକମାନେ ଏକ ଅଜଗରକୁ ଦେଖିଥିଲେ ଯାହାର ପେଟ ବହୁତ ଫୁଲିଯାଇଥିଲା । ଅଜଗରଟି ସମ୍ପୃକ୍ତ ମହିଳାଙ୍କୁ ଗିଳିଦେଇଥିବା ସମସ୍ତେ ସନ୍ଦେହ କରିଥିଲେ । ଏହାପରେ ଅଜଗରର ପେଟକୁ କଟାଯାଇଥିଲା ଏବଂ ସେଥିମଧ୍ୟରୁ ଏହି ୫୪ ବର୍ଷୀୟା ମହିଳାଙ୍କ ମୃତଦେହ ମିଳିଥିଲା ।