ୱାଇ-ଫାଇର ସ୍ଲୋ କନେକ୍ସନକୁ ନେଇ ଚିନ୍ତିତ କି ? ସିଗନାଲକୁ ଦ୍ରୁତତର କରିବା ପାଇଁ ଆପଣାନ୍ତୁ ଏହି ଉପାୟ

74

ୱାଇ-ଫାଇର ସ୍ଲୋ କନେକ୍ସନକୁ ନେଇ ବ୍ୟବହାରକାରୀମାନେ ଅଧିକ ଚିନ୍ତିତ ଥାଆନ୍ତି । ଘରେ ଲାଗିଥିବା ୱାଇ-ଫାଇ ଡିଭାଇସକୁ କେଉଁଠି ବି ରଖନ୍ତୁ ନା କାହିଁକି ଏହାର ଗତି ଏବଂ ନେଟୱର୍କ ରେଞ୍ଜରେ କୌଣସି ପରିବର୍ତ୍ତନ ନହେବା ହେତୁ ଅନେକ ସମୟରେ ଏହା ଚିନ୍ତାର କାରଣ ପାଲଟିଥାଏ । ଆପଣଙ୍କର ଏହି ସମସ୍ୟାକୁ ସମାଧନ କରିପାରିବ ୱାଇ-ଫାଇ ଏକ୍ସଟେଣ୍ଡର ୱାଇ-ଫାଇ ଏକ୍ସଟେଣ୍ଡର ଆପଣଙ୍କ ୱାଇ-ଫାଇ ସିଗନାଲର କ୍ଷମତା ଏବଂ ରେଞ୍ଜକୁ ଦୃତ କରାଇଥାଏ । ଏହାବ୍ୟତୀତ, ଅତିରିକ୍ତ ୱାଇ-ଫାଇ ସୁବିଧା ପ୍ରସଙ୍ଗ ମଧ୍ୟ ଯୋଗାଇଥାଏ । ଆମେ ୱାଇ-ଫାଇ ଏକ୍ସଟେଣ୍ଡର ସମ୍ବନ୍ଧୀୟ କିଛି ତଥ୍ୟ ଦର୍ଶାଉଛୁ –

ନେଟଗିୟର ଏକ୍ସ୩୭୦୦ ୱାଇ-ଫାଇ ରେଞ୍ଜ ଏକ୍ସଟେଣ୍ଡର(ଏସି୭୫୦)

ନେଟଗିୟର କମ୍ପାନୀର ଏହି ଏକ୍ସଟେଣ୍ଡର କମ୍ ଦରରେ ବଜାରରେ ଉପଲବ୍ଧ ରହିଛି ।ଏହାକୁ ଆପଣ କାନ୍ଥରେ ଲାଗିଥିବା ସକେଟସହ ସିଧାସଳଖଭାବେ ପ୍ଲଗ କରିପାରିବେ ।ଏହାଛଡା ଏଥିରେ ଡୁଆଲ ବ୍ୟାଣ୍ଡ ଏବଂ ତାରବିହୀନ ଏସି ଟେକ୍ନୋଲୋଜି ରହିଛି । ଏହି ଏକ୍ସଟେଣ୍ଡର ଆପଣଙ୍କୁ ୭୫୦ଏମବିପିଏସ ରେଞ୍ଜ ଯୋଗାଉଛି । ଏଥିରେ ଥିବା ଦୁଇଟି ଏକ୍ସଟର୍ନାଲ ଏଣ୍ଟିନା ଆପଣଙ୍କୁ ଉନ୍ନତ୍ତଧରଣର ୱାଇ-ଫାଇ ସୁବିଧା ଯୋଗାଇବାରେ ସାହାର୍ଯ୍ୟ କରିବ ।

ନେଟଗିୟର ଏକ୍ସ୬୨୦୦ ୱାଇ-ଫାଇ ରେଞ୍ଜ ଏକ୍ସଟେଣ୍ଡର(ଏସି୧୨୦୦)

ଏହି ତାଲିକାରେ ଦ୍ୱିତୀୟ ସ୍ତରରେ ମଧ୍ୟ ସାମିଲ ରହିଛି ନେଟଗିୟର କମ୍ପାନୀର ଏକ୍ସ୬୨୦୦ ୱାଇ-ଫାଇ ଏକ୍ସଟେଣ୍ଡର । ଏଥିରେ ଶକ୍ତିଶାଳୀ ଡ଼ୁଆଲ-ବ୍ୟାଣ୍ଡ ଏକ୍ସଟେଣ୍ଡର ରହିଛି । ନେଟଗିୟର ଏକ୍ସ୬୨୦୦ ଶେଷତମ ୱେୟାରଲେସ-ଏସି ଷ୍ଟାଣ୍ଡାର୍ଡର ସପୋର୍ଟ ରହିଛି । ଏହା ଆପଣଙ୍କୁ ୧୨୦୦ଏମବିପିଏସ ପର୍ଯ୍ୟନ୍ତ ଯୋଗାଉଛି । ଅର୍ଥାତ ଘରର କୌଣସି ସ୍ଥାନରୁ ଆପଣଙ୍କୁ ମଜଭୂତ କନେକ୍ସନ ମିଳିପାରିବ ।

ଲିଙ୍କସିସ ଆରଇ୬୫୦୦ ୱାଇ-ଫାଇ ରେଞ୍ଜ ଏକ୍ସଟେଣ୍ଡର(ଏସି୧୨୦୦)

ଯଦି ଆପଣ ଏକ ଉନ୍ନତ ଧରଣର ଏବଂ ଦମଦାର ଏକ୍ସଟେଣ୍ଡରର ତଲାସ କରୁଛନ୍ତି ତେବେ ଲିଙ୍କସିସର ଏହି ଏକ୍ସଟେଣ୍ଡର ଉତ୍ତମ ବିକଳ୍ପ ସ୍ୱରୂପ ପ୍ରମାଣିତ ହୋଇପାରିବ । ଏହି ଏକ୍ସଟେଣ୍ଡରରେ ଖାସ୍ ସିକ୍ୟୁରିଟି ଫିଚର ରହିଛି । କିଛି ୟୁଜର ଏହି ସେଟଅପ୍ ପ୍ରୋସେସ୍ କୁ ନେଇ କଂପ୍ଲେନ କରିଛନ୍ତି । କିନ୍ତୁ ଯଦି ଆପଣ ଭଲ ନେଟୱର୍କ ପାଇବା ପାଇଁ ଚାହୁଁଛନ୍ତି ତ ଏହା ଆପଣଙ୍କ ପାଇଁ ଉତ୍ତମ ହେବ । କଂପାନୀର ଏହି ଏଳ୍ସଟେଣ୍ଡର ୱାରଲେସ୍ –ଏସି ସହ ସଂଯୋଗ । ଯାହା ଆପଣଙ୍କୁ ୧୨୦୦ଏମବିପିଏସ ରେଂଜ ଦେଇଥାଏ ।