ଗୋଟିଏ ହୃଦୟ ଅନେକ ପ୍ରଶ୍ନ : ଗଙ୍ଗା ଯମୁନାଙ୍କ ବାପା କହିଲେ, ଜଣେ ବଂଚିଲେ ଚଳିବ

45

କନକ ବ୍ୟୁରୋ : ଗଙ୍ଗା-ଯମୁନାଙ୍କ କାହାଣୀ ସ୍ରୋତରେ ଏକ ଏମିତି ମୋଡ ଆସିଛି ଯାହାର ବର୍ଣ୍ଣନା କଷ୍ଟ ଦାୟକ ହୋଇପଡିଛି । ପ୍ରାୟ ୪୦ ଲକ୍ଷ ଜନ୍ମରେ କେବଳ ଗୋଟିଏ କ୍ଷେତ୍ରରେ ଏଭଳି ଗୋଟିଏ ହୃଦୟ ଓ ଗୋଟିଏ ଯକୃତ ନେଇ ଜନ୍ମ ହୋଇଥାଆନ୍ତି ଯାଆଁଳା ଶିଶୁ । ଆଉ ସତ କଥା ହେଉଛି ଏହି ଗଙ୍ଗା-ଯମୁନାଙ୍କୁ କେବେ ବି ଅଲଗା କରାଯାଇପାରିବ ନାହିଁ । କାରଣ ଏମାନଙ୍କର ହୃଦୟ ଗୋଟିଏ , ଦେହ ଦୁଇଟି ।

ବାପା ଅଶୋକ କୁମାର ଦତ୍ତ କହୁଛନ୍ତି – ଗଙ୍ଗା-ଯମୁନା ଯଦି ଦୁଇଜଣ ବଂଚିଯାଆନ୍ତେ ଭଲ ହୁଅନ୍ତା । କିନ୍ତୁ ଯଦି ଜଣେ ବି ବଲ ହୋଇପାରିବେ , ତେବେ ବି ଚଳିବ । ଜଣେ ବାପାର ହୃଦୟ ଆଉ କଣ ବା କହିପାରିବ । ସେ ବି କେମିତି ଜାଣିବେ ଚିକିତ୍ସା ବିଜ୍ଞାନ କେତେ ଦୂର ଯାଏଁ ଯାଇପାରିବ ଓ ତାଙ୍କ ଗଙ୍ଗା-ଯମୁନାଙ୍କୁ ଅଲଗା ଅଲଗା କରି ଦେଇପାରିବ ।

ଗଙ୍ଗା-ଯମୁନାଙ୍କ କ୍ଷେତ୍ରରେ ଏହି ଜଟିଳ ଅବସ୍ଥା ଏବେ ଡାକ୍ତରଙ୍କ ପାଇଁ ବଡ ଚ୍ୟାଲେଂଜ । କାରଣ ସେମାନେ ଏବେ ନବଜାତ ।