ଚାନ୍ଦବାଲିରେ ବସ୍ ଭିତରେ ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ

46

ଚାନ୍ଦବାଲି : ବସରେ ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ । ରଥଯାତ୍ରା ଦେଖିବା ପାଇଁ ମାମୁଁ ଘରକୁ ଯାଇଥିବାବେଳେ, କଣ୍ଡକ୍ଟର, ହେଲ୍ପର ଓ ଜଣେ ସହଯୋଗୀଙ୍କ ପାଶବିକ ଅତ୍ୟାଚାର ଶିକାର ହୋଇଛନ୍ତି ମହିଳା । ଖାଇବାରେ ନିଶା ମିଶାଇ ସର୍ବସ୍ୱ ଲୁଟିନେଇଛନ୍ତି ଅଭିଯୁକ୍ତ । ଭଦ୍ରକ ଚାନ୍ଦବାଲିରେ ଏଭଳି ସମ୍ବେଦନଶୀଳ ଘଟଣା ମହିଳାଙ୍କ ସୁରକ୍ଷା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।