ପାହାଡ ଉପରୁ ଠାକୁର ଚୋରି ! ୬୦୦ ବର୍ଷର ଗଣେଷ ମୂର୍ତ୍ତିକୁ ନେଇ ତନାଘନା

26

ମାଲକାନାଗିରି ସୀମାନ୍ତବର୍ତି ଅଂଚଳରୁ ଉଭାନ୍ ହୋଇଯାଇଛି ୬ଶହ ବର୍ଷର ପୁରୁଣା ବିରଳ ଗଣେଷ ମୂର୍ତ୍ତି । ଛତିଶଗଡ ଦାନ୍ତେୱାଡା ଜିଲ୍ଲାର ୩ ହଜାର ଫୁଟ ଉଚ ପାହାଡ ଉପରୁ ମୂର୍ତ୍ତି ଗାଏବ ହୋଇଯାଇଛି । ୧୨ଫୁଟ ଉଚ୍ଚର ଗଣେଶ ମୂର୍ତ୍ତି କୁଆଡେ ଗଲା ତାକୁ ନେଇ ଛାନଭିନ୍ କରୁଛି ଦାନ୍ତେୱାଡା ପୁଲିସ । ସ୍ଥାନୀୟ ୨ ଜଣ ଯୁବକ ମୂର୍ତ୍ତି ଦେଖିବା ପାଇଁ ଯାଇଥିବା ବେଳେ ମୂର୍ତ୍ତି ନ’ଥିବାର ଜାଣିବାକୁ ପାଇଥିଲେ । ପରେ ଆସି ସ୍ଥାନୀୟ ବାସିନ୍ଦାଙ୍କୁ ଜଣାଇଥିଲେ । ଏହାପରେ ପୁଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ଏବ ପାହାଡର ବିଭିନ୍ନ ସ୍ଥାନରୁ ମୂର୍ତ୍ତିର ଭଗ୍ନାଂଶ ମିଳୁଥିବା ଜଣାପଡିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ :