ଆଧ୍ୟାତ୍ମିକତାର ଚମତ୍କାର ! ଭାରତର ଏଭଳି ଏକ ମନ୍ଦିର ଯେଉଁଠି ପାଣିରେ ଜଳୁଛି ଦୀପ,ବର୍ଷ ସାରା ଲାଗିରହିଥାଏ ଭକ୍ତଙ୍କ ଭିଡ ।

115

ଭାରତରେ ମନ୍ଦିରକୁ ନେଇ ଅନେକ କଥା ଶୁଣଯାଏ । କେମିତି ମନ୍ଦିର ସ୍ଥାପନ କରାଯାଇଥିଲା, କିଏ ମନ୍ଦିର ନିର୍ମାଣ କରିଥିଲେ ତାକୁ ନେଇ ଅନେକ କାହାଣୀ ଥାଏ । ଯାହା ଶୁଣିଲେ ଆଶ୍ଚର‌୍ୟ୍ୟ ଲାଗିବା ସହିତ ଶ୍ରଦ୍ଧାଳୁ ମନ୍ତ୍ରମୁଗ୍ଧ ହୋଇଯାଆନ୍ତି । ଏଥିପାଇଁ ଦେଶ ବିଦେଶରୁ ଶ୍ରଦ୍ଧାଳୁ ଓ ପର‌୍ୟ୍ୟଟକମାନେ ଭାରକୁ ଛୁଟି ଆସିଥାନ୍ତି । ଏଥିପାଇଁ ଶ୍ରଦ୍ଧାଳୁ ଦେଶ ବିଦେଶରୁ ଆସି ଭାରତୀୟ ମନ୍ଦିର ବିଷୟରେ ଜାଣିବାକୁ ଚାହୁଁଛନ୍ତି । ଏକ ପ୍ରାଚୀନ ଧାର୍ମିକ ସ୍ଥଳ ଭାବେ ଭାରତ ସାରା ବିଶ୍ୱରେ ପ୍ରସିଦ୍ଧ । ଏମିତି ଏକ ମନ୍ଦରି ଅଛି ଯେଉଁଠାରେ ପାଣିର ପ୍ରୟୋଗ ଦ୍ୱାରା ଦୀପ ଜଳାଯାଉଛି ।

ମଧ୍ୟପ୍ରଦେଶର ନଲଖେଡ଼ାରୁ ୧୫ କିମି ଦୂର ଗାଁ କାଡ଼ିୟା ନିକଟରେ କାଳୀସିନ୍ଧି ନଦୀ ତଟରେ ଗଡ଼ିୟାଘାଟ ବାଲି ମାତାଜୀଙ୍କ ଏକ ମନ୍ଦିର ଅବସ୍ଥିତ । କୁହାଯାଏ କି ମାତାଙ୍କ କୃପାରୁ ଏଠାରେ ଢେର ବର୍ଷରୁ ଏକ ଦୀପ ଜଳୁଛି, କିନ୍ତୁ ଘିଅ କିମ୍ବା ତେଲର ପ୍ରୟୋଗରେ ନୁହେଁ । କେବଳ ପାଣିର ଉପଯୋଗ ଦ୍ୱାରା ଏହି ଦୀପ ଜଳୁଛି । ଆପଣ ବିଶ୍ୱାସ ନକଲେ ମଧ୍ୟ, ଏହା ସତ୍ୟ । ଏହା ଗ୍ରାମର ସତ୍ୟ ଘଟଣା । କୁହାଯାଏ କି ଏହା ଏକ ପ୍ରାଚୀନ ମନ୍ଦିର । ମନ୍ଦିରର ପୂଜାରୀଙ୍କ ଅନୁସାରେ ବହୁତ ବର୍ଷ ପୂର୍ବେ ମା’ଙ୍କ ନାମରେ ଏକ ଦୀପ ଜଳାଯାଉଛି । ଏହି ଦୀପରେ ପାଣି ଢାଳିବା ପରେ ସେହି ପାଣି ସାଧାରଣ ପାଣି ଭଳି ରହେ ନାହିଁ । ଲୋକ ଏହି ଘଟଣାକୁ ଏକ ଚମତ୍କାର ମନେ କରନ୍ତି । ଏହାକୁ ସ୍ଥାନୀୟ ଲୋକେ ମା’ଙ୍କ କୃପା ବୋଲି କହୁଛନ୍ତି । ଲୋକମାନେ ଏଠାକୁ ଆସନ୍ତି ଏବଂ ଦୀପରେ ପାଣି ଢାଳିକି ଯାଆନ୍ତି ।

ଦୀପ ଏବଂ ପାଣି ଭିତରେ ଥିବା ସଂପର୍କ ବିଷୟରେ ମନ୍ଦିରର ପୂଜାରୀ କହନ୍ତି ଯେ ପ୍ରଥମେ ଏହି ଦୀପ ଘିଅ ଏବଂ ତେଲ ଦ୍ୱାରା ଜଳୁଥିଲା । କିନ୍ତୁ ପ୍ରାୟ ୫ ବର୍ଷ ପୂର୍ବେ ମାଆ ସ୍ୱପ୍ନରେ ଆସି କହିଲେ ସେହି ଦୀପରେ ତେଲ ଦେବା ଆବଶ୍ୟକତା ନାହିଁ । ଏଥିରେ ପାଣି ଢାଳିଲେ ଏହା ମଧ୍ୟ ଜଳିବ । ସେବେଠାରୁ ପୂଜାରୀ ଦୀପରେ ପାଣି ଢାଳିଲେ ଏବଂ ସେହି ଦୀପ ଜଳୁଛି । ବୋଧହୁଏ ଦୀପର ଚାରିପାଖରେ କିଛି ତୈଳିକ ପଦାର୍ଥ ଅଛି ଯାହା ପାଣିକୁ ଦହନଶୀଳ କରୁଛି, ଯାହା ଫଳରେ ଦୀପ ଜଳୁଛି। କିନ୍ତୁ ମନ୍ଦିରକୁ ଆସୁଥିବା ଭକ୍ତ କୌଣସି ବୈଜ୍ଞାନିକ ତଥ୍ୟ ଉପରେ ବିଶ୍ୱାସ କରନ୍ତି ନାହିଁ ।ମନ୍ଦିରରେ ଏଭି ଘଟଣାକୁ ସମସ୍ତ ଶ୍ରଦ୍ଧାଳୁମାନେ ବିଶ୍ୱାସ କରିବା ସହ ପାଣିରେ ଦୀପ ଲଗାଇଥାଆନ୍ତି ।