ପାକିସ୍ତାନର ପୂର୍ବ ରାଷ୍ଟ୍ରପତି ଆସିଫ୍ ଅଲ୍ଲୀ ଜର୍ଦ୍ଦାରୀ ଗିରଫ । ମିଥ୍ୟା ବ୍ୟାଙ୍କ ଆକାଉଣ୍ଟ ମାମଲାରେ ଭଉଣୀଙ୍କ ସହ ଜର୍ଦ୍ଦାରୀଙ୍କୁ ଗିରଫ କଲା ଏନଏବି ।

152

ପାକିସ୍ତାନର ପୂର୍ବ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କୁ ଗିରଫ କଲା ଏନଏବି । ମିଥ୍ୟା ବ୍ୟାଙ୍କ ଆକାଉଣ୍ଟ ମାମଲାରେ ଜର୍ଦ୍ଦାରୀଙ୍କୁ ଗିରଫ କରିଛି ଏନଏବି । ଏହାପୂର୍ବରୁ ମିଥ୍ୟା ବ୍ୟାଙ୍କ୍ ଆକାଉଣ୍ଟ ମାମଲାରେ ଇସଲାମାବାଦ ହାଇକୋର୍ଟ ଜର୍ଦ୍ଦାରୀ ଓ ତାଙ୍କ ଭଉଣୀ ଫରୟାଲ ତାଲପୁରଙ୍କ ଅନ୍ତରୀଣ ଜାମିନ ଅବଧିକୁ ବଢାଇବା ଦାବିକୁ ଖାରଜ କରିବା ସହ ଗିରଫ କରିବାକୁ ଆଦେଶ ଦେଇଥିଲେ ।

ମିଥ୍ୟା ବ୍ୟାଙ୍କ ଆକାଉଣ୍ଟ ମାମଲାରେ ଜର୍ଦ୍ଦାରୀଙ୍କୁ ନିଜ ବାସଭବନରୁ ଗିରଫ କରିଥିଲା ଏନଏବି । ତେବେ ଗିରଫ ପୂର୍ବରୁ ପାକିସ୍ତାନ ଲୋକଙ୍କୁ ଦେଶକୁ ବଞ୍ଚାଇବାକୁ ଅପିଲ୍ କରିଥିଲେ ଜର୍ଦ୍ଦାରୀ । ଯଦି ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାନଯାଏ ତେବେ ଦେଶରେ ସାଂଘାତିକ ସ୍ଥିତି ସୃଷ୍ଟି ହେବ । ପାକିସ୍ତାନରେ ଏବେ ଯେଉଁଭଳି ଅର୍ଥବ୍ୟବସ୍ଥା ଭୁଷୁଡିବାରେ ଲାଗିଛି ତାହାକୁ ଦୂର କରିବା ପାଇଁ ଇମରାନ ଖାନଙ୍କୁ ଯଥାଶୀଘ୍ର ପ୍ରଧାନମନ୍ତ୍ରୀ ପଦରୁ ହଟାଯିବା ଆବଶ୍ୟକ ବୋଲି କହିଛନ୍ତି ଜର୍ଦ୍ଦାରୀ ।