ମାଡିଆସୁଛି ଆଉ ଏକ ବାତ୍ୟା । ଆସନ୍ତା ୨୪ ଘଣ୍ଟାରେ ସିଭିୟର ସାଇକ୍ଲୋନିକ୍ ଷ୍ଟ୍ରମର ରୂପ ନେବ ବାତ୍ୟା ‘ବାୟୁ’, ଉତ୍ତର-ପଶ୍ଚିମ ଭାରତରେ ଛୁଇଁପାରେ ସ୍ଥଳଭାଗ ।

14,481

କନକ ବ୍ୟୁରୋ : ମାଡିଆସୁଛି ଆଉ ଏକ ଭୟଙ୍କର ବାତ୍ୟା । ଡିପ୍ ଡ୍ରିପେସନର ରୂପ ନେଲା ବାତ୍ୟା ‘ବାୟୁ’ । ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସିଭିୟର ସାଇକ୍ଲୋନିକ୍ ଷ୍ଟ୍ରମର ରୂପ ନେବ ବାତ୍ୟା ‘ବାୟୁ’ । ଏବଂ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ବାତ୍ୟାର ରୂପ ନେବ । ତେବେ ଏହା ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି କୁହାଯାଉଛି । ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଗୁଜୁରାଟରେ ସ୍ଥଳଭାଗ ଛୁଇଁପାରେ ବୋଲି ଅନୁମାନ କରାଯାଉଛି ।

ବାତ୍ୟା ‘ବାୟୁ’ର ପ୍ରଭାବରେ କେରଳ ଓ କର୍ଣ୍ଣାଟକରେ ପ୍ରବଳ ପବନ ସହ ବର୍ଷା ହେବାର ଅନୁମାନ କରାଯାଉଛି । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବାତ୍ୟାର ପ୍ରଭାବ ରହିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ କିମିରୁ ୫୦ କିମି ମଧ୍ୟରେ ରହିପାରେ । ସେହିପରି ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବିମାନଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି ।