ହୁସିଆର ! ବାରମ୍ବାର ଗୋଟିଏ ତେଲରେ ଖାଦ୍ୟ ସାମଗ୍ରୀ ଛାଣିଲେ ରୁଜୁ ହେବ ମାମଲା, ହୋଇପାରେ ଜେଲ ।

52

ତେଲରେ ଛଣା ହୋଇଥିବା ଖାଦ୍ୟ ସାମଗ୍ରୀ ଖାଇବାକୁ ସମସ୍ତେ ଭଲ ପାଇଥାନ୍ତି । ଆଉ ଏହି ଷ୍ଟଲ ଗୁଡିକରେ ଲୋକମାନଙ୍କର ଭିଡ ମଧ୍ୟ ଦେଖିବାକୁ ମିଳିଥାଏ । ଏବଂ ଏହାର ଫାଇଦା ନେଇଥାନ୍ତି ସମ୍ପୃକ୍ତ ବ୍ୟବସାୟୀ । କୌଣସି ପର୍ବପର୍ବାଣୀ ତଥା ଅନ୍ୟ କୌଣସି ଗହଳି ସମୟରେ ବେପାରି ମାନେ ଗୋଟିଏ ତେଲରେ ବାରମ୍ବାର ଅନେକ ସାମଗ୍ରୀ ଛାଣି ବିକ୍ରି କରିଥାନ୍ତି । ଏଥିରେ ଏବେ ଗୁଜୁରାଟ ରାଜ୍ୟ ସରକାର ରୋକ ଲଗାଇଛନ୍ତି । ଯଦି ବ୍ୟବସାୟୀଙ୍କ ଦ୍ୱାରା ଏପରି କରାଯାଉଥିବା ପରିଲକ୍ଷିତ ହୁଏ ତେବେ ସମ୍ପୃକ୍ତ ବେପାରିଙ୍କ ବିରୋଧରେ ଏତଲା ଦାୟର କରାଯିବ ।

ଖାଦ୍ୟ ଏବଂ ଔଷଧ ବିଭାଗ ଅନୁଯାୟୀ, ବ୍ୟବସାୟୀମାନେ ଗୋଟିଏ ତେଲକୁ ବାରମ୍ବାର ବ୍ୟବହାର କରିଥାନ୍ତି । ଯାହାକି ଲୋକମାନଙ୍କର ସ୍ୱାସ୍ଥ୍ୟବସ୍ଥାକୁ ପ୍ରଭାବିତ କରିଥାଏ । ତେଲ ଖରାପ ଅଛି ନା ଭଲ ତାହା ଯାଞ୍ଚ କରିବା ପାଇଁ ଏକ ମେସିନ ବିକଶିତ କରାଯାଇଛି । ମାତ୍ର ୫ ସେକେଣ୍ଡରେ ମେସିନ ଜରିଆରେ ତେଲର ଗୁଣାବତ୍ତା ଯାଞ୍ଚ କରାଯାଇପାରିବ । ତେଲର ସମଦାୟ ପୋଲରାଇଜେସନ ଯଦି ୨୫ ପ୍ରତିଶତ ଉପରେ ହେବ ତେବେ ତୁରନ୍ତ ସମ୍ପୃକ୍ତ ବ୍ୟବସାୟୀଙ୍କ ଉପରେ ଆପରାଧିକ ମାମଲା ଦାୟର କରାଯିବ । ଏହା ପରେ ତାଙ୍କୁ ଗିରଫ କରାଯିବ । ଆସନ୍ତା ଜୁଲାଇ ମାସ ୧ ତାରିଖରୁ ଏହି ନୂଆ ଲାଗୁ କରାଯିବ ।