ମହାନଦୀ ଅବବାହିକା ଚାଷ ଜମିରେ ମାଡିଗଲା ବନ୍ୟା ପାଣି ! ବାଙ୍କି ଏବଂ ଅନୁଗୁଳରେ ଶହ ଶହ ଏକର ଜମିର ଫସଲ ନଷ୍ଟ ।

32

କନକ ବ୍ୟୁରୋ : ହୀରାକୁଦ ଡ୍ୟାମର ଗେଟ୍ ବନ୍ଦ ହେଉଛି, ତଳିଆ ଅଂଚଳଗୁଡିକରେ ବନ୍ୟାପାଣି ହ୍ରାସ ପାଉଛି । ଲୋକେ ଜଳବନ୍ଦୀ ଅବସ୍ଥାରୁ ଧିରେ ଧିରେ ମୁକୁଳୁଛନ୍ତି । ହେଲେ ସବୁଠୁ କ୍ଷତିଗ୍ରସ୍ତ ହୋଇଛି କୃଷି କ୍ଷେତ୍ର । ବନ୍ୟାପାଣି ମାଡିଯାଇଥିବା ବିଭିନ୍ନ ଜିଲ୍ଲାରେ ଶହ ଶହ ହେକ୍ଟର ଚାଷ ଜମି ଏବେବି ପାଣ ଭିତରେ ବୁଡିରହିଛି । ଅନୁଗୁଳ ଜିଲ୍ଲା ଟିକରପଡା ଓ ଆଠମଲ୍ଲିକ ଅଂଚଳ ଅଧିକ ପ୍ରଭାବିତ ହୋଇଛି ।

ଟିକରପଡା ଅଂଚଳର ଗଂଇଦି, ବେହେରାସାହି, ମାଝିପଡା, ଟିକରପଡା ଗାଁଗୁଡିକର ସବୁ ଚାଷ ଜମିରେ ଏବେ ବି ବନ୍ୟା ପାଣି ଲହଡି ଭାଙ୍ଗୁଛି । ସାତକୋଶିଆ ଗଣ୍ଡ ନିକଟରେ ଥିବା ୫ଟି ଗାଁ ଭିତରକୁ ବନ୍ୟାପାଣି ପଶିଆସିଥିବାରୁ କୁମ୍ଭୀର ଓ ଅନ୍ୟ ଜଳଜୀବଙ୍କ ଆତଙ୍କରେ ଅଛନ୍ତି ଗାଁ ଲୋକ । ଆଠମଲ୍ଲିକ ଅଂଚଳରେ ପୁରୁନାମାନିତ୍ରୀ ଓ ଜାମୁଡିହିରେ ବନ୍ୟା ଯୋଗୁ ବ୍ୟାପକ ଫସଲ ନଷ୍ଟ ହୋଇଛି ।