ଇ-କମର୍ସରେ ଇତିହାସ ! ୧୦ କୋଟିରେ ପହଂଚିଲା ଫ୍ଲିପକାର୍ଟର ଗ୍ରାହକ ସଂଖ୍ୟା

35

ଇ-କମର୍ସ କମ୍ପାନୀ ଭାବେ ଇତିହାସ ରଚିଛି ଫ୍ଲିପକାର୍ଟ । କାରଣ ଫ୍ଲିପକାର୍ଟର ଗ୍ରାହକ ସଂଖ୍ୟା ୧୦୦ ମିଲିୟନ ଅର୍ଥାତ ୧୦ କୋଟିରେ ପହଁଚିଛି । ଆଉ ଏହା ସହ ଏହି ମାଇଲଷ୍ଟୋନକୁ ଅତିକ୍ରମ କରିବାରେ ଫ୍ଲିପକାର୍ଟ ହେଉଛି ଭାରତର ପ୍ରଥମ ଇ-କମର୍ସ ସାଇଟ୍ ।

ଗତ ଏକ ବର୍ଷ ଭିତରେ ଫ୍ଲିପକାର୍ଟର ଗ୍ରାହକ ଦୁଇ ଗୁଣ ହୋଇଥିବା ବେଳେ କେବଳ ୬ ମାସ ମଧ୍ୟରେ ୨୫ ମିଲିୟନ ନୂଆ ଗ୍ରାହକଙ୍କୁ ଆକର୍ଷିତ କରିଛି ବେଙ୍ଗାଲୁରୁର ଏହି ଇ-କର୍ମସ କଂପାନୀ । ତେବେ ଫ୍ଲିପକାର୍ଟର ସଫଳତାକୁ ଲକ୍ଷ୍ୟ କରି ୟୁଏସ୍ କମ୍ପାନୀ ଆମାଜନ୍ ଓ ଚାଇନାର ପ୍ରସିଦ୍ଧ କମ୍ପାନୀ ଅଲିବାବାର ନଜର ଏବେ ଭାରତର ଇ-କର୍ମସ ମାର୍କେଟ ଉପରେ।