ଆପଣଙ୍କ ନୂଆ ମୋବାଇଲରେ ହେବ ବଡ ପରିବର୍ତ୍ତନ ! ୨୦୧୯ରୁ ଗାଏବ ହୋଇଯିବ ଏହି ଜରୁରୀ ପାର୍ଟ ।

1,179

ପାଖାପାଖି ସମସ୍ତ ମୋବାଇଲ ଫୋନରେ ୩.୫ଏମଏମର ହେଡଫୋନ ଜ୍ୟାକ୍ ରହିଥାଏ । ଆଉ ଏହା ମାଧ୍ୟମରେ ଆପଣ ଆପଣଙ୍କ ଫୋନରେ କୌଣସି ବି ସାଧାରଣ ହେଡଫୋନ୍ କନେକ୍ଟ କରିପାରନ୍ତି । ଏହି ଫିଚର ସେହିମାନଙ୍କ ପାଇଁ ଅଧିକ ଫାଇଦା ବୋଲି କୁହାଯାଇଥାଏ, ଯେଉଁମାନେ ଗୋଟିଏ ହେଡ୍ ଫୋନକୁ ଅଲଗା ଅଲଗା ସ୍ମାର୍ଟଫୋନରେ ବ୍ୟବହାର କରିଥାନ୍ତି କିମ୍ବା କରିବାକୁ ଚାହାନ୍ତି । କିନ୍ତୁ ଏବେ ଅନେକ କମ୍ପାନୀ ଗୁଡିକୁ ଏକମତ ହେବାର ଦେଖାଯାଉଛି କି, ମହଙ୍ଗା ଫୋନ କିଣୁଥିବା ଗ୍ରାହକମାନଙ୍କୁ ହେଡଫୋନ୍ ଜ୍ୟାକର ଆବଶ୍ୟକତା ରହୁନାହିଁ । ଏପରିକି ଏହାକୁ ଦୃଷ୍ଟିରେ ରଖି ୨୦୧୮ରେ କିଛି ଦାମୀ ମୋବାଇଲ ଫୋନରୁ ହେଡଫୋନ୍ ଜ୍ୟାକ୍ ଗାୟବ କରାଯାଇଥିଲା ।

ତେବେ ଆଗାମୀ ସମୟରେ ହେଡଫୋନ୍ ଜ୍ୟାକ୍ କେବଳ ଏଣ୍ଟ୍ରି ଲେବଲ୍ ଫୋନ ଗୁଡିକରେ ହିଁ ଦେଖାଯିବ । ତେବେ କୁହାଯାଉଛି ଯେ, ହେଡଫୋନ ଜ୍ୟାକ୍ ନରଖିବା ଫଳରେ କମ୍ପାନୀଗୁଡିକୁ ମଧ୍ୟ ଅନେକ ଫାଇଦା ମିଳିବ । ଏହା ଦ୍ୱାରା ଅନେକ ମୋବାଇଲ ଫୋନ ଦାମରେ ହ୍ରାସ ଘଟିବା ସହ ମୋବାଇଲ୍ ଗୁଡିକୁ ସ୍ଲିମ୍ କରିବା ପାଇଁ ମଧ୍ୟ ଆଉ ଅସୁବିଧା ହେବା ନାହିଁ । ହେଡଫୋନ୍ ଜ୍ୟାକ୍ ପାଇଁ ଫୋନଗୁଡିକୁ ସ୍ଲିମ୍ କରାଯାଇପାରିନଥାଏ । ଅନେକ ସ୍ମାର୍ଟଫୋନରେ ୩.୫ ଏମଏମର ହେଡଫୋନ୍ ଜ୍ୟାକ୍ ଆଉ ରହୁନାହିଁ ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କେବଳ ଦାମୀ ମୋବାଇଲ ଫୋନ ଗୁଡିକରେ ହେଡଫୋନ୍ ଜ୍ୟାକ୍ ହଟାଇବା ନେଇ ଚର୍ଚ୍ଚା ହେଉଛି । ଶସ୍ତା ମୋବାଇଲ କିଣୁଥିବା ଉପଭୋକ୍ତାମାନଙ୍କୁ ଏବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଯେପର୍ଯ୍ୟନ୍ତ ବ୍ଲୁଟ୍ୟୁଥ ହେଡଫୋନର ଦାମରେ ହ୍ରାସ ନଘଟିଛି, ସେପର୍ଯ୍ୟନ୍ତ ଛୋଟ ଫୋନ ଗୁଡିକରୁ ହେଡଫୋନ୍ ଜ୍ୟାକ୍ ହଟାଯିବ ନାହିଁ । କାହିଁକି ନା କମ୍ପାନୀମାନଙ୍କୁ ଜଣାଅଛି ଯେ, ଆଜି ବି ମାର୍କେଟରେ ଅନେକ ଫୋନର ଦାମ୍ ବ୍ଲୁଟୁଥ୍ ହେଡଫୋନ୍ ଠାରୁ କମ୍ ଅଟେ ।