ମହାକାଶରେ ଖୋଲିବ ପଞ୍ଚତାରକା ହୋଟେଲ! ଜାଣନ୍ତୁ ରାତି ବିତାଇବାକୁ ପଡିବ କେତେ ଟଙ୍କା

65

ମହାକାଶରେ ଖୋଲିବ ପଞ୍ଚତାରକା ହୋଟେଲ । ଗ୍ରାହକଙ୍କୁ ମିଳିବ ଅତ୍ୟାଧୁନିକ ସୁବିଧା । ମହାକାଶକୁ ଯିବା ପାଇଁ ଚାର୍ହୁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର ।ୠଷ ସ୍ପେଶ ଏଜେନ୍ସି ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନରେ ଏକ ପଞ୍ଚ ତାରକା ହୋଟେଲ ନିର୍ମାଣ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ଏହାଦ୍ୱାରା ମନୁଷ୍ୟ ଦ୍ୱରା ନିର୍ମାଣ କରାଯାଇଥିବା ଇଣ୍ଟର ନ୍ୟାସନାଲ ସ୍ପେଶ ଷ୍ଟେସନକୁ ପଯ୍ୟଟକ ମାନେ ଯାଇ ଏହାର ମଜା ଉଠାଇପାରିବେ ।

axiom-1-module-issସ୍ୱତନ୍ତ୍ର ଭାବେ ନିର୍ମାଣ କରାଯାଇଥିବା ଏହି ଅର୍ବିଟଲ ସୁଇଟ ମଧ୍ୟରେ ଚାରୋଟି ପ୍ରାଇଭେଟ କ୍ୟାବିନ ରହିବ । ପ୍ରତି କ୍ୟାବିନ ଦୁଇ କ୍ୟୁବିକ ମିଟର ବିଶିଷ୍ଟ ରହିବ । ଏହାଛଡା ଏହି ସୁଇଟକୁ ଏମିତି ପ୍ରସ୍ତୁତ କରାଯିବ ଯେ, ପଯ୍ୟଟକ ମାନେ ୪୦୦ ମାଇଲ ତଳେ ଥିବା ପୃଥିବୀକୁ ମଧ୍ୟ ବେଶ ସହଜରେ ଦେଖିପାରିବେ । ନିର୍ମାଣ ହେବାକୁ ଥିବା ଏହି ପଞ୍ଚ ତାରକା ହୋଟେଲରେ ୧୬ ଇଞ୍ଚର ଏକ ଝରକା ରହିବ । ଏହାଛଡା ଏଠାରେ ଏକ ଲାଉଞ୍ଜ ଏରିଆ ରଖିବା ପାଇଁ ଯୋଜନା ହୋଇଛି । ତା ଛଡା ଏହି ସୁଇଟରେ ଦୁଇଟି ହାଇଜିନ, ମେଡିକାଲ ଷ୍ଟେସନ,ବ୍ୟାୟାମ ଉପକରଣ ମଧ୍ୟ ରହିବ । ଏହାଛଡା ପଯ୍ୟଟକଙ୍କ ମନୋରଞ୍ଜନ ପାଇଁ ‘ୱାଇ ଫାଇ’ର ବ୍ୟବସ୍ଥା ମଧ୍ୟ ରହିଛି ।

ଏହି ସୁଇଟକୁ ଏମିତି ଭାବେ ନିର୍ମାଣ କରାଯାଇଛି ଯେ, ସ୍ପେଶ ଷ୍ଟେସନରୁ ପୃଥିବୀର ଏକ ନିଆରା ଦୃଶ୍ୟର ମଜା ଉଠାଇ ପାରିବେ ପର୍ଯ୍ୟଟକ । ଏହାଛଡା ସ୍ପେଶ ଟୁରିଷ୍ଟଙ୍କୁ ମହାକାଶରେ ଚାଲିବା ପାଇଁ ମଧ୍ୟ ସୁଯୋଗ ଦିଆଯିବ । ଯାହା ପର୍ଯ୍ୟଟକଙ୍କୁ ଏକ ନିଆରା ଅନୁଭୂତି ଦେବ । ଏହି ପ୍ରସ୍ତାବିତ ହୋଟେଲର ନିର୍ମାଣ ପାଇଁ ଆନୁମାନିକ ୨୧୦ ରୁ ୩୩୬ ମିଲିୟନ ପାଉଣ୍ଟ ଖର୍ଚ୍ଚ ହେବ । ଏହାଛଡା ଏଠାରେ ଗୋଟିଏରୁ ଦୁଇ ସପ୍ତାହ ରହିବା ପାଇଁ ୪୦ ମିଲିୟନ ଡଲାର ଲେଖାଏଁ ଚାର୍ଜ ଦେବାକୁ ପଡିବ । ଏହାବାଦ ଯେଉଁ ପଯ୍ୟଟକ ଗୋଟିଏ ମାସ ରହିବା ପାଇଁ ଚାହିଁବେ ଓ ମହାକାଶରେ ଚାଲିବା ପାଇଁ ଇଚ୍ଛା କରିବେ ସେମାନଙ୍କୁ ଅତିରିକ୍ତ ୨୦ ମିଲିୟନ ଡଲାର ଚାର୍ଜ କରାଯିବ । ତେବେ ଦେଖିବାକୁ ବାକି ରହିଲା ଏହି ପଞ୍ଚତାରକା ହୋଟେଲ କେବେ ଶେଷ ହେଉଛି ।