ଦାମୀ ବାଇକରେ ବ୍ରାଉନସୁଗାର ଚାଲାଣ ! କମିଶନରେଟ ପୁଲିସ ଜବତ କଲା ୩୦ଲକ୍ଷ ଟଙ୍କାର ବ୍ରାଉନସୁଗାର

24

କନକ ବ୍ୟୁରୋ: ଦାମୀ ବାଇକରେ ବ୍ରାଉନସୁଗାର ଚାଲାଣ । ଫୋନ କଲରେ ହିଁ ଫାଇନାଲ ହେଉଥିଲା ଡିଲ୍ । କିଏ ନେବ କେତେ ଦେବ ଆଉ କେଉଁଠି ଜିନିଷ ଡେଲିଭର ହେବ ସବୁ କିଛି ଫୋନରେ କହି ଦିଆଯାଉଥିଲା । ଏହି ଧନ୍ଦା ରେ ମାଲ୍ ଡେଲିଭର ଦେଇଥିବା ଲୋକେ ଗ୍ରାହକ ପାଖକୁ ସିଧା ସଳଖ ନ ଯାଇ ଅନ୍ୟ ଜଣେ ବ୍ୟକ୍ତିକୁ ଦେଉଥିଲେ ସେ କଟକ ସହରର ବିଭିନ୍ନ ପାନ ଦୋକାନ ଓ ବସ୍ତି ଅଂଚଳରେ ଯୋଗାଣ କରୁଥିଲା । ଏବଂ କଲେଜ ପଢୁଆ ଯୁବକଙ୍କୁ ଛୋଟ ଛୋଟ ପୁଡିଆ କରି ବିକ୍ରି କରାଯାଉଥିଲା ।

ବାଲେଶ୍ୱରରୁ କଟକ ବ୍ରାଉନସୁଗାର ଚାଲାଣ ବେଳେ ଅବକାରୀ ବିଭାଗ ହାତରେ ଧରାପଡିଛନ୍ତି ଏହି ଦୁଇ ଜଣ । ଏମାନଙ୍କ ଠାରୁ ୨୮୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଦୁଇଟି ବାଇକ ମଧ୍ୟ ଜବତ କରାଯାଇଛି । ଜବତ ବ୍ରାଉନ ସୁଗାରତ ଅନୁମାନିକ ମୂଲ୍ୟ ପାଖାପାଖି ୩୦ ଲକ୍ଷ ଟଙ୍କା ହେବ ବୋଲି ଜଣାଡପଡିଛି ।