ହାରିଯାଇନି ଜୀବନ : ଏସିଡ ଆକ୍ରମଣର ଶୀକାର ୫ ପୀଡିତା ଚଳାଉଛନ୍ତି କେଫ୍

85

Acid Attack Cafe Restores Victims' Livesହାରିଯାଇନି ଜୀବନ । ସରିଯାଇନି ସ୍ୱପ୍ନ । ସବୁ ପ୍ରତିକୂଳ ପରିସ୍ଥିତିରେ ବି କିଛି ଲୋକ ଥାଆନ୍ତି , ଆଗେଇ ଚାଲିଥାନ୍ତି ଆଗକୁ ଆଗକୁ । ସମାଜର ଟାହି ଟାପରା କି ଥଟ୍ଟା ମଜାକୁ ଖାତିର ନଥାଏ ସେମାନଙ୍କର । ସମୟ ସହ ତାଳ ମିଳେଇ ଜୀବନ ଯୁଦ୍ଧରେ ସେମାନେ ସାଜିଥାନ୍ତି ଅପରାଜୟ ।

sheroes-cafe-ownersଆଇବିଏନ ଲାଇଭ ନ୍ୟୁଜ ଅନୁସାରେ – ଏସିଡ୍ ଆକ୍ରମଣର ଶୀକାର ହୋଇ ଏକ ସାଧାରଣ ଜୀବନ ଜିଇଁଛନ୍ତି ୫ ଜଣ ମହିଳା । ସେମାନେ ହେଲେ ରିତୁ ,ରୁପା ଡଲି , ନୀତା ଓ ନିତୁ । କାହାର ଆଖି ନଷ୍ଟ ହୋଇଯାଇଛି ତ, କାହାର ନାକ ,ବେକ ଓ ଓଠ ଏସିଡ ଦ୍ୱାରା ପୋଡିଯାଇଛି । ସେମାନଙ୍କ ଜୀବନ ଓ ଯୈାବନ ହୋଇଛି ଦୁର୍ବିସହ । ସେମାନଙ୍କର ସୁନ୍ଦର ରୂପରେ ଲାଗିଯାଇଛି ପ୍ରଶ୍ନବାଚୀ ।

ସାଧାରଣ ଜୀବନ ଜିଇଁବାର ଇଚ୍ଛା ମରିଯାଇଥିଲା ମନରେ । କିନ୍ତୁ ସେମାନେ ହାରିନଥିଲେ । ଲୋକ ଲଜ୍ଜାକୁ ଭୟ କରିନଥିଲେ । ସ୍ଥିର କରିଥିଲେ ସମାଜରେ ଅନ୍ୟମାନଙ୍କ ଭଳି ସାଧାରଣ ଜୀବନ ବିତେଇବେ । ଏସିଡ ଆକ୍ରମଣର ଶୀକାର ହୋଇଥିବା ଏହି ପୀଡିତାଙ୍କୁ ସହଯୋଗ କରିଥିଲା ଏକ ଏନଜିଓ ସଂସ୍ଥା ,ଚାନଭ ଫାଇଣ୍ଡେସନ 

idiva_acid_980x457ବର୍ତମାନ ତାଜମହଲର ନିକଟରେ ଆଗ୍ରାରେ ଏକ କେଫ୍ ଚଳାଉଛନ୍ତି ଏହି ୫ ପୀଡିତା । ସେମାନଙ୍କ ମଧ୍ୟରୁ ଅନ୍ୟତମ ରୁପାଙ୍କୁ ଯେତେବେଳେ ୧୫ ବର୍ଷ ହୋଇଥିଲା ତାଙ୍କ ସାବତ ମାଁ ତାଙ୍କ ଉପରକୁ ଏସିଡ ପକାଇଥିଲେ । ଏହା ପ୍ରଭାବରେ ତାଙ୍କ ଶରୀରର ସ୍କିନ୍ ତରଳି ଯାଇଥିଲା । ଓଠ ବିକୃତ ହୋଇଯାଇଥିଲା । ତାଙ୍କ ଟିନଏଜର ଇଚ୍ଛା ଓ ସ୍ୱପ୍ନ ଭାଂଗି ଯାଇଥିଲା । ରୁପା ଏବେ ଜଣେ ବୁଟିକ୍ ଡିଜାଇନର । ଆଗ୍ରାର ସେହି କେଫରେ ଚାଲିଛି ତାଙ୍କର କାମ ।

ଏମିତିଭାବେ ସେଠାରେ ଭିନ୍ନ କାମରେ ଲିପ୍ତ ରହିଛନ୍ତି ଏହି ୫ଜଣ ପୀଡିତା । ଏମାନଙ୍କର ଏଭଳି ରୂପକୁ ଦେଖିଲେ ଲାଗେ ମଣିଷ ଏତେ କ୍ରୁର ହୋଇପାରେ । ସେମାନଙ୍କ ପରିବାରର ଲୋକଙ୍କ ନିର୍ଦ୍ଦୟତା ପାଇଁ ଆଜି ଏହି ୫ ଯୁବତୀଙ୍କୁ ଭୋଗିବାକୁ ପଡିଛି ଏମିତି ଜୀବନ ।

ଦେଖନ୍ତୁ ଏହି ଭିଡିଓରୁ ଆଗ୍ରାର ସେହି କେଫରେ ଏହି ୫ ପୀଡିତାଙ୍କ ଦୈନିକ ଜୀବନର ଦୃଶ୍ୟ –