ମତ୍ସ୍ୟଜୀବୀ ପାଇଁ ମାମୁଲି ବିଶ୍ୱ ପାଇଁ ଦାମୀ : ଜଣେ ଅଭାବୀ ମୁକ୍ତା ମାଲିକର କାହାଣୀ

74

philippines-fishermanଲୋଭ ମୋହ ମାୟା। ହୁଏତ ଏସବୁ ପ୍ରତିଟି ମଣିଷଙ୍କ ପାଖରେ ଖୁନ୍ଦି ହୋଇ ରହିଥାଏ। କୁହାଯାଏ, ଏସବୁୁରୁ ଉଦ୍ଧ୍ୱର୍କୁ ଯିବାକୁ ସାଧନା ଦରକାର । ହେଲେ ବେଳେ ବେଳେ ଅଜ୍ଞାନତା ମୋହମାୟା ଠାରୁ ମଣିଷକୁ ଦୂରେଇ ରଖେ । ଏମିତି ଏକ କାହାଣୀ ସାମ୍ନାକୁ ଆସିଛି ଫିଲିପାଇନ୍ସରୁ ,ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଦୀର୍ଘ ୧୦ବର୍ଷ ତଳେ ସମୁଦ୍ରରେ ମାଛ ମାରି ଫେରୁଥିବା ବେଳେ ଧଳା ମଚ୍ ମଚ୍ ପଥର ଖଣ୍ଡେକୁ ଦେଖି ଖୁବ୍ ଭାବବିହ୍ୱଳ ହୋଇ ପଡିଥିଲେ ଫିଲିପାଇନ୍ସର ଜଣେ ଗରିବ ମତ୍ସଜୀବୀ । ବଡ଼ କଷ୍ଟରେ ପଥରଟିକୁ ନେଇ ଆସିଲେ ଘରକୁ । ହେଲେ ସେ ଜାଣିନଥିଲେ, ତାହା ଥିଲା ମୂଲ୍ୟବାନ ମୁକ୍ତା। ଯେଉଁ କୁଡ଼ିଆରେ କଡ଼ ଲେଉଟାଇବାକୁ ଜାଗା ନାହିଁ, ସେଠି ଏତେବଡ଼ ପଥର ଖଣ୍ଡେକୁ ରଖିବେ ବା କେଉଁଠି। ରାତିଟିଏ ଚିନ୍ତା କରିବା ପରେ ,ସକାଳୁ ପଥରଟିକୁ ଲୁଚାଇ ରଖିଲେ ନିଜ ଖଟିଆ ତଳେ।

ବର୍ଷ ପରେ ବର୍ଷ ବିତି ଚାଲିଲା । ହଠାତ୍ ଦିନେ ଅଭାବିର କୁଡ଼ିଆରେ ନିଆଁ ଲାଗିଗଲା । ସର୍ବହରା ହୋଇ ଘରଦ୍ୱାର ଛାଡ଼ିଲେ ଧୀବର ଭାଇ। ହେଲେ ଭିଟାମାଟି ଛାଡ଼ୁ ଛାଡ଼ୁ ନିଜ ପାଖରେ ସାଇତି ରଖିଥିବା ପ୍ରିୟ ପଥର ଖଣ୍ଡକୁ ବଢ଼ାଇ ଦେଲେ ସ୍ଥାନୀୟ ପର୍ଯ୍ୟଟନ ଅଧିକାରୀଙ୍କୁ।

ମତ୍ସ୍ୟଜୀବୀ ପାଇଁ ମାମୁଲି ପଥର ଖଣ୍ଡେ ଯେ ମୁଲ୍ୟବାନ ମୁକ୍ତା ସେକଥା ଜାଣି ପାରିଥିଲେ ପର୍ଯ୍ୟଟନ ଅଧିକାରୀ। ୩୪କିଲୋ ଓଜନର ଏହି ମୁକ୍ତାର ବର୍ତମାନର ବଜାର ମୂଲ୍ୟ ୬୭୦କୋଟି ଟଙ୍କା । ପୂର୍ବରୁ ପର୍ଲ ଅଫ୍ ଉଲ୍ଲାହ ଥିଲା ବିଶ୍ୱର ସବୁଠାରୁ ଓଜିନିଆ ମୁକ୍ତା । ଯାହା ଠାରୁ ଏହି ମୁକ୍ତା ୫ଗୁଣ ବଡ଼।