ଚୀନର ଅନ୍ତରୀକ୍ଷ ଅଭିଯାନକୁ ଲାଗିଲା ଝଟକା ! ପ୍ରଥମ ରକେଟ୍ ପରୀକ୍ଷଣ ହେଲା ବିଫଳ ।

38

ଚୀନର ଏକ ପ୍ରାଇଭେଟ୍ କମ୍ପାନୀ ଲ୍ୟାଣ୍ଡସ୍କେପର ଅନ୍ତରୀକ୍ଷକୁ ରକେଟ୍ ପଠାଇବାର ସ୍ୱପ୍ନ ସାକାର ହୋଇପାରିନାହିଁ । କମ୍ପାନୀର ପ୍ରଥମ ରକେଟ୍ ଜେଡକ୍ୟୁ-୧ ଶନିବାର ଦିନ ନିଜର ପ୍ରଥମ ପରୀକ୍ଷଣରେ ବିଫଳ ହୋଇଛି । ବେଜିଂ ସ୍ଥିତ ଏହି ଲ୍ୟାଣ୍ଡସ୍କେପ୍ କମ୍ପାନୀର କହିବା ଅନୁଯାୟୀ, ଉଡାଣ ପରୀକ୍ଷଣ ପୂର୍ବରୁ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ରକେଟ୍ ଜେଡକ୍ୟୁ-୧ର ଗତି ସାମାନ୍ୟ ଥିଲା । କିନ୍ତୁ ତୃତୀୟ ପର୍ଯ୍ୟାୟ ଆରମ୍ଭରୁ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହି ରକେଟ୍ ନିଜ ଉଡାଣ ପୁରା କରିପାରିନଥିଲା ।

ଲ୍ୟାଣ୍ଡସ୍କେପ୍ କମ୍ପାନୀ ପ୍ରଥମ ଥର ପାଇଁ ତିନିଟି ଷ୍ଟେପ୍ ବିଶିଷ୍ଟ ରକେଟ୍ ନିର୍ମାଣ କରିଥିଲା । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୧୯ ମିଟର ଲମ୍ବ ଥିବା ଏହି ଜେଡକ୍ୟୁ-୧ ରକେଟ୍ ସହ ଏକ ସ୍ୟାଟେଲାଇଟ୍ ମଧ୍ୟ ପଠାଯାଇଥିଲା । କିନ୍ତୁ ତୃତୀୟ ଷ୍ଟେପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରକେଟଟି ନିଜ ଉଡାଣ ଭରିବାରେ ବିଫଳ ହୋଇଥିଲା । ଗତ ଶନିବାର ଦିନ ଏହି ରକେଟକୁ ଅନ୍ତରୀକ୍ଷ ପଠାଯାଉଥିବା ବେଳେ ଚୀନର ଏହି ପ୍ରଥମ ପରୀକ୍ଷଣ ବିଫଳ ହୋଇଥିବା ଜଣାପଡିଛି ।