ଏକ ତରଫା ପେମର କରୁଣ ପରିଣତି ! ଥାନା ସମ୍ମୁଖରେ ଯୁବତୀଙ୍କ ବାପାଙ୍କୁ ଗୁଳି କଲେ ଯୁବକ

34

କନକ ବ୍ୟୁରୋ : ଥାନା ସମ୍ମୁଖରେ ଗୁଳିମାଡ଼ । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଆଗରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଏକ ତରଫା ପ୍ରେମକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ସୂଚନା ମିଳିଛି । ଗୁଳିମାଡ଼ରେ ଯୁବତୀଙ୍କ ବାପା ଗୁରୁତର ଆହତ ହୋଇଛନ୍ତି । ପ୍ରେମିକ ହିଁ ନିଜେ ଯୁବତୀଙ୍କ ବାପାଙ୍କ ଉପରେ ଏହି ଗୁଳିମାଡ଼ କରିଥିବା ଜଣାପଡ଼ିଛି । ତେବେ ଅଭିଯୁକ୍ତ ସ୍ନେହାଶିଷ ମିଶ୍ର ଗିରଫ ହୋଇଥିବା ସୂଚନା ମିଳିଛି  ।