ସୀମାରେ ଅଘୋଷିତ ଯୁଦ୍ଧ : ମୋର୍ଟାର ମାଡରେ ଟଳି ପଡିଲେ ୮ସାଧାରଣ ନାଗରିକ, ୨୨ ଗୁରୁତର

25

କନକ ବ୍ୟୁରୋ : ସର୍ଜିକାଲ୍ ଷ୍ଟ୍ରାଇକରେ ବିଚଳିତ ପାକ୍ ସେନା ଏବେ ସାଧାରଣ ଲୋକଙ୍କୁ କରିଛି ଟାର୍ଗେଟ୍ । ଆନ୍ତର୍ଜାତିକ ସୀମାରେ ପୁଣି ଆରମ୍ଭ ହୋଇଛି ଗୁଳିଗୋଳା ଓ ମୋର୍ଟାର ଆଟାକ୍ । ଜନବସତି ଉପରେ ସୀମା ଆରପଟୁ ହେଉଥିବା ଆକ୍ରମଣରେ ଏଯାଏଁ ୨ ଶିଶୁଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଗୁରୁତର ହୋଇଛନ୍ତି । ତେବେ ପାକ୍ ସେନା ଆକ୍ରମଣର କଡା ଜବାବ ଦେଉଛି ବିଏସ୍ଏଫ୍ । ୨ ପାକ୍ ସୈନ୍ୟଙ୍କୁ ମାରି ବଦଲା ନେଇଛି ସେନା ।

ସେପଟେ ପାକିସ୍ତାନ ସେନା ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବାକୁ ସୁଯୋଗ ଦେଉଥିବା ପୁଣି ଥରେ ପ୍ରମାଣିତ ହୋଇଛି । ଗତ ୨ ଦିନ ଧରି ୩ ଜଣ ଆତଙ୍କବାଦୀ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବା ଏବଂ ଭାରତୀୟ ସେନାର ମୁକାବିଲା ପରେ ଖସି ପଲାଇଥିବା ସିସିଟିଭି ଫୁଟେଜରେ ସ୍ପଷ୍ଟ ହୋଇଛି ।

୧୧ ଦିନରେ ୫ ହଜାର ମୋର୍ଟାର ଓ ୩୫ ହଜାର ଗୁଳିମାଡ କରାଯାଇଛି । ଏଥିସହ ମିଡିଅମ ରେଞ୍ଜ ଗନ୍, ଲଙ୍ଗରେଞ୍ଜ ଗନ୍ ଓ ରାଇଫଲରେ ଗତ ୧୧ ଦିନରେ ପ୍ରାୟ ୩୫ ହଜାର ବୁଲେଟ୍ ମାଡ କରାଯାଇଥିବା ବିଏସଏଫ ସୂତ୍ରରୁ ସୂଚନା ମିଳିଛି ।