ବାଣ ଫୁଟାକୁ ନେଇ ଆସିଲା ସାଂଘାତିକ ତଥ୍ୟ ! ବାଣ ଫୁଟିବା ଦ୍ୱାରା ପରିବେଶ ପ୍ରଦୂଷଣ ହେବା ସହ ହୋଇଥାଏ କ୍ୟାନସର ।

62

ଭାରତର ଅନେକ ସହରରେ ଦିନକୁ ଦିନ ପ୍ରଦୂଷଣ ବଢିବାରେ ଲାଗିଛି । ତେବେ ଆଗକୁ ଦୀପାବଳୀ ଆସୁଥିବା ବେଳେ ବାଣ ଫୁଟାକୁ ନେଇ ଚିନ୍ତାରେ ଦେଶବାସୀ । ଆଉ ଏହାରି ମଧ୍ୟରେ ସୁପ୍ରିମକୋର୍ଟଙ୍କ ରାୟ ସମସ୍ତଙ୍କୁ ଟିକିଏ ଆଶ୍ୱସ୍ତି ଦେଇଛି ସତ, କିନ୍ତୁ ବାଣଫୁଟାକୁ ସୁପ୍ରିମକୋର୍ଟ କାହିଁକି ସମ୍ପୂର୍ଣ୍ଣ ବ୍ୟାନ କରୁନାହାନ୍ତି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ତେବେ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଦିଲ୍ଲୀ ସବୁଠାରୁ ଅଧିକ ପ୍ରଦୂଷିତ ସହର ବୋଲି ଜଣାପଡିଛି । ତେବେ ସମଗ୍ର ଦେଶରେ ବାଣ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇନାହିଁ ।

ସରକାରଙ୍କ କହିବା ଅନୁଯାୟୀ, କିଛି ହାଇ ଡେସିବେଲ ବାଣ ଉପରେ ରୋକ୍ ଲାଗିବା ଦରକାର । ତେବେ ଏହାରି ମଧ୍ୟରେ ସବୁଠାରୁ ବଡ ପ୍ରଶ୍ନ ଉଠୁଛି, କେଉଁ ବସ୍ତୁ ପାଇଁ ପରିବେଶରେ ସବୁଠାରୁ ଅଧିକ ପ୍ରଦୂଷଣ ବଢିବାରେ ଲାଗିଛି । ପ୍ରକୃତ କଥା ହେଉଛି, ବାଣ ଫୁଟିବା ସମୟରେ କିଛି ରାସାୟନିକ କ୍ରିୟା ହୋଇଥାଏ ଏବଂ ଏହା ଦ୍ୱାରା ଲୋକମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିଥାଏ । ପରିବେଶ ପ୍ରଦୂଷଣ ହେବା ଦ୍ୱାରା ଏବଂ ବାଣ ଫୁଟାରୁ ହେଉଥିବା ରାସାୟନିକ କ୍ରିୟା ଦ୍ୱାରା କ୍ୟାନସର ହେବାର ଅଧିକ ସମ୍ଭାବନା ରହିଥାଏ ।