ରିଲ୍ ନାୟକଙ୍କ ରିୟଲ୍ ଆକ୍ସନ୍ ! ନାୟିକାଙ୍କୁ ନିଆଁ ଘେରରୁ ରକ୍ଷା କଲେ କୁଶାଲ୍ ଟଣ୍ଡନ୍

52

ରିଲର ନାୟକ ରିୟଲରେ ଦେଖାଇଛନ୍ତି ନିଜର ହିରୋପନ୍ତି । ଆଉ ନିଆଁ ଘେରରୁ ରକ୍ଷା କରିଛନ୍ତି ନାୟିକାଙ୍କୁ । ଘଟଣାଟି ଘଟିଛି ଲୋକପ୍ରିୟ ସିରିୟଲ୍ ‘ବେହଦ୍’ର ସୁଟିଂ ସେଟରେ । ଯେଉଁଥିରେ ନାୟକ କୁଶାଲ୍ ଟଣ୍ଡନ୍ ଅଭିନେତ୍ରୀ ଜେନିଫର ୱିଙ୍ଗେଟଙ୍କୁ ସିନେମା ଷ୍ଟାଇଲରେ ନିଆଁରୁ ରକ୍ଷା କରିଛନ୍ତି ।

ସୂଚନା ଅନୁସାରେ, ସିରିୟଲର ଏକ ସିନରେ ନିଆଁର ଦୃଶ୍ୟ ଥିଲା । ଯେଉଁଥିରେ ନାୟକ ଓ ନାୟିକା ଉଭୟ ମଣ୍ଡପରେ ଲାଗିଥିବା ନିଆଁ ଭିତରେ ବିବାହ କରିବେ । ତେବେ ଦୁର୍ଭାଗ୍ୟ ବସତଃ ନିଆଁ ବ୍ୟାପି ଯାଇଥିଲା । ଆଉ ଭୟରେ ସମସ୍ତେ ଦୌଡା ଦୌଡି କରିବା ଭିତରେ ନାୟିକା ଜେନିଫର୍ କିନ୍ତୁ ରହିଯାଇଥିଲେ ମଣ୍ଡପରେ ଲାଗିଥିବା ନିଆଁ ମଝିରେ । ତେବେ ସିରିୟଲରେ ଲିଡ୍ ରୋଲରେ ଥିବା କୁଶାଲ୍ ପୁରା ସିନେମା ଷ୍ଟାଇଲରେ ନିଆଁ ଭିତରେ ପଶି ଜେନିଫରଙ୍କୁ ରକ୍ଷା କରିଥିଲେ । ଏହି ଦୁର୍ଘଟଣାରେ କୁଶାଲ୍ ସାମାନ୍ୟ ଆହତ ମଧ୍ୟ ହୋଇଛନ୍ତି ।

ଦେଖନ୍ତୁ ଏହି ଭିଡିଓ :