ବନ୍ୟା ପାଇଁ ଘୁଂଚିଲା ସିନେମା ‘କେଦାରନାଥ‘ର ରିଲିଜ ତାରିଖ

45

ଅଭିଷେକ କପୁରଙ୍କ ସିନେମା କେଦାରନାଥ ରିଲିଜ ବହୁ ସମୟ ପର୍ଯ୍ୟନ୍ତ ଘୁଂଚିଯାଇଛି । ନିକଟରେ ରିଲିଜ ହେବାକୁ ଥିବା ସିନେମା ‘କେଦାରନାଥ‘ ୨୦୧୮ ମସିହା ଶେଷ ଭାଗରେ ରିଲିଜ ହେବ । ଏହି ସିନେମାରେ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ, ଝିଅ ସାରା ଅଲ୍ଲୀ ଖାନ ଡେବ୍ୟୁ କରିବେ । ତାଙ୍କ ବିପକ୍ଷରେ ନଜର ଆସିବେ ସୁଶାନ୍ତ ସିଂ ରାଜପୁତ ।

ଏହି ସିନେମା ଡେରିରେ ରିଲିଜ ହେବାର କାରଣ ହେଲା ଏଥିରେ ଉତ୍ତରାଖଣ୍ଡ ପ୍ରଳୟଙ୍କାରୀ ବନ୍ୟାକୁ ଯୋଡାଯାଇଛି । ଯେଉଁଥିପାଇଁ ନୂଆ ଟେକ୍ନୋଲୋଜିର ବ୍ୟବହାର କରାଯିବ । ୨୦୧୩ ମସିହାରେ ଉତ୍ତରାଖଣ୍ଡରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟା ଆସିଥିଲା । ଶହ ଶହ ଲୋକ ଜୀବନ ଓ ଜୀବିକା ହରାଇବାକୁ ପଡିଥିଲା । ଏହାକୁ ସିନେମାରେ ଚିତ୍ରଣ କରିବା ପାଇଁ ନିର୍ମାତା ଯୋଜନା କରୁଛନ୍ତି । ସିନେମା ‘କେଦାରନାଥ‘ ସ୍ଥାନିତ ହେବ ୨୦୧୩ ମସିହାର ପ୍ରଳଙ୍କକାରୀ ବନ୍ୟାକୁ ଚିତ୍ରଣ କରାଯିବ । ସେଥିପାଇଁ ନିର୍ମାତାଙ୍କୁ ଅଧିକ ସମୟ ଲାଗିବ । ଏଥିପାଇଁ ଏହାର ରିଲିଜ ତାରିଖ ଘୁଂଚାଇ ଦିଆଯାଉଛି ।

ସୂଚନାଅନୁଯାୟୀ ଏହି ସିନେମା ପାଇଁ ନିର୍ମାତା ମୁମ୍ବାଇ ଠାରେ ଚିତ୍ରଣ କରୁଛନ୍ତି । ମୁମ୍ବାଇର ଅନେକ ସ୍ଥାନକୁ ଏଥି ପାଇଁ ଭଡାରେ ନିଆଯିବ । ଏହାକୁ ‘କେଦାରନାଥ‘ ସେଟ ହିସାବରେ ଡେକୋରେଟ କରାଯିବ । ଏହି ସିନରେ ଲକ୍ଷ ଲକ୍ଷ ପାଣିର ବ୍ୟବହାର ହେବ । ଯଦି ମୁମ୍ବାଇ ମ୍ୟୁନିସିପାଲଟି କର୍ପୋରେସନ ବନ୍ୟା ସିନ ପାଇଁ ପାଣିର ଅନୁମତି ନଦିଏ ତେବେ ଅନ୍ୟ ରାଜ୍ୟରେ ଏହି ସିନର ସୁଟିଂ କରାଯିବ । ଏଥିରେ ନୂଆ ଟେକ୍ନୋଲୋଜି ବିଏଫଏକ୍ସର ବ୍ୟବହାର ହେବ । ଯାହାର କାମ ଆମେରିକାରେ ହେବ । ଏଥିପାଇଁ ସିନେମାର ବଜେଟ ବି ବଢିବ ।

ଗତ ଅକ୍ଟୋବରରେ ଏହି ସିନେମାର ଫାଷ୍ଟ ଲୁକ ରିଲିଜ ହୋଇଛି, ଯେଉଁଥିରେ ସାରା ଅଲ୍ଲୀ ଖାନ ହାତରେ ଛତା ଧରି ଠିଆ ହୋଇଛନ୍ତି । ସିନେମାର କିଛି ଦୃଶ୍ୟ କେଦାରନାଥରେ ସୁଟିଂ ହୋଇସାରିଛି । ପ୍ରଥମ ସିଡ୍ୟୁଲ ସୁଟିଂ ପ୍ରାୟ ଶେଷ ଅବସ୍ଥାରେ । ଏକତା କାପୁରଙ୍କ ବାଲାଜୀ ମୋସନ ପିକଚର୍ସ ଓ କ୍ରିୟର୍ଜ ଏଂଟରମେଂଟ ମିଳିତ ଭାବେ ଫିଲ୍ମଟିକୁ ନିର୍ମାଣ କରୁଛନ୍ତି ।