ସୈତାନ ବାପାର ସାଂଘାତିକ ରୂପ । ଆଲ୍ଲାକୁ ସନ୍ତୁଷ୍ଟ କରିବାକୁ ୪ ବର୍ଷର ଝିଅର ତଣ୍ଟି କାଟିଲା ରାକ୍ଷସ ବାପା

68

ବାପା ନା ସୈତାନ । ଧର୍ମ ଅର୍ଜନ କରିବାକୁ ବାପା ପାଲଟିଲା ରାକ୍ଷସ । ଆଲ୍ଲାଙ୍କୁୁ ଖୁସି କରିବାକୁ ୪ ବର୍ଷର ଝିଅର ତଣ୍ଟି କାଟିଲା ସୈତାନ ବାପା । ଅନ୍ଧବିଶ୍ୱାସ ଯେ ମଣିଷକୁ ରାକ୍ଷସ କରିଦିଏ ତାହାର ଝଲକ ଯୋଧପୁରରେ ଦେଖିବାକୁ ମିଳିଛି । ନିଜ ଝିଅର ରକ୍ତରେ ନିଜକୁ ପାପକୁ ଧୋଇବାକୁ ପଛାଇ ନାହିଁ ରାକ୍ଷସ ବାପା । ରମଜାନ ଭଳି ପବିତ୍ର ମାସରେ ଏଭଳି ଜଘନ୍ୟ କାଣ୍ଡ ଭିଆଇଛି ସୈତାନ ବାପା ।

ଘଟଣା ଅନୁଯାୟୀ,ଯୋଧପୁରରେ ରମଜାନ ଭଳି ପବିତ୍ର ମାସରେ ଆଲ୍ଲାକୁ ସନ୍ତୁଷ୍ଟ କରିବାକୁ ୨୬ ବର୍ଷୀୟ ନୱାବ ଅଲ୍ଲୀ କ୍ୟୁରେସୀ ନିଜ ୪ ବର୍ଷର ଝିଅର ତଣ୍ଟି କାଟି ହତ୍ୟା କରିଛି । ପୋଲିସର କହିବା ଅନୁଯାୟୀ, ଗୁରବାର ଅପରାହ୍ନରେ ଅଲ୍ଲୀ ଗେହ୍ଲା ଝିଅ ରିଜୱାନାଙ୍କୁ ବଜାରକୁ ନେଇ ଯାଇଥିଲେ । ଇଦ୍ ଦିନ ଯେପରି ଛେଳି ମାନଙ୍କୁ ବଳି ଦେବା ପୁର୍ବରୁ ଯେପରି ଭଲ କରି ଖାଇବାକୁ ଦିଆଯାଏ ଠିକ୍ ସେହିଭଳି ରିଜୱାନଙ୍କୁ ମଧ୍ୟ ଅନେକ ଜିନିଷ କିଣି ଦେଇଥିଲେ । ଏପରିକି ସେ ତାଙ୍କୁ ବହୁତ ଭଲ ପାଉଥିବା କହିଥିଲା ଅଲ୍ଲୀ । କିନ୍ତୁ ଏହି ଭଲପାଇବା ଭିତରେ ଯେ ବାପାଙ୍କର ଏକ ଭୟଙ୍କର ଷଡ଼ଯନ୍ତ୍ର ଲୁଚି ରହିଥିଲା ତାହା ବୁଝି ପାରି ନଥିଲା କୁନି ଝିଅ ରିଜୱାନା ।

ପରିବାରର ସମସ୍ତ ସଦସ୍ୟ ଛାତରେ ଶୋଇଥିବା ବେଳେ ରିଜୱାନଙ୍କୁ ତଳ ଘରକୁ ନେଇ ଆସିଥିଲେ । କିଛି ସମୟ ମନ୍ତ୍ର ପଢ଼ିବା ପରେ କୁନି ଝିଅର ବେକ କାଟି ଦେଇଥିଲେ ଅଲ୍ଲୀ । ଆଉ ସେହିଠାରେ ହିଁ ସବୁଦିନ ପାଇଁ ଆଖି ବୁଝି ଦେଇଥିଲା ରିଜୱାନା । କିନ୍ତୁ ମଝି ରାତିରେ ଅଲ୍ଲୀଙ୍କ ସ୍ତ୍ରୀ ନିଜ ରିଜୱାନାଙ୍କୁ ଛାତ ଉପରେ ଖୋଜିଥିଲେ ମଧ୍ୟ ପାଇନଥିଲେ । କିନ୍ତୁ ତଳ ଫ୍ଲୋରକୁ ଆସି ଯାହା ଦେଖିଥିଲେ ତାହା ତାଙ୍କ ପାଦ ତଳୁ ମାଟି ଖସାଇ ଦେଇଥିଲା । ରକ୍ତ ଜୁଡ଼ୁବୁଡ଼ୁ ଭାବେ ରିଜୱାନଙ୍କ ଶରୀର ତଳ ଫ୍ଲୋରରେ ପଡ଼ି ରହିଥିଲା । ସଙ୍ଗେ ସଙ୍ଗେ ରିଜୱାନଙ୍କୁ ହସ୍ପିଟାଲ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୋଲିସ ପହଞ୍ଚି ଘଟଣାର ଯାଞ୍ଚ କରିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ଅଲ୍ଲୀକୁ ଘଟଣା ସର୍ମ୍ପକରେ ପଚାରିବାରୁ ସବୁ ସତକଥା ପଦାକୁ ଆସିଥିଲା । ଅଲ୍ଲୀ ନିଜ ଝିଅକୁ ମାରିଥିବା ମାନିଥିଲା । କାରଣ ଏପରି କରିବା ଦ୍ୱାରା ଆଲ୍ଲା ସନ୍ତୁଷ୍ଟ ହେବେ ବୋଲି ଅଲ୍ଲୀର ମନରେ ଧାରଣା ରହିଥିଲା । ତେବେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ପଛରେ ଅନ୍ୟ କିଛି ଉଦ୍ଦେଶ୍ୟ ରହିଛି କି, ନାହିଁ ଜାଣିବାକୁ ତଦନ୍ତ ଆରମ୍ଭ କରିଛନ୍ତି ପୁଲିସ। ପୁଲିସ କହିବାନୁସାରେ କୁରେଶି ଜଣେ ନମାଜୀ। ଛୁରାରେ ଝିଅର ତଣ୍ଟି କାଟି ପକାଇ ଥିଲେ। ଏବେ କୁରେଶି କହୁଛନ୍ତି: ବୋଧହୁଏ ତାଙ୍କ ଉପରେ ସଇତାନ ସବାର ହୋଇ ଏ କାଣ୍ଡ ଭିଆଇଛି।