ପ୍ରଥମଥର ପାଇଁ କନ୍ୟାଦାନ କରିବା ପାଇଁ ଅମଙ୍ଗିଲେ ପିତା ! କହିଲେ , ମୋ ଝିଅ କୌଣସି ପ୍ରୋପର୍ଟି ନୁହେଁ ଯେ ତାକୁ ଦାନ ଦେବି ।

796

ହିନ୍ଦୁଧର୍ମରେ କନ୍ୟାଦାନ ପ୍ରଥା ବହୁପୂର୍ବରୁ ଚାଲିଆସିଛି । ସମାଜର ରୀତିନୀତିକୁ ଆଖିଆଗରେ ରଖି କୁହାଯାଏ ଯେ କନ୍ୟାଦାନ କରିବା ଜଣେ ପିତାଙ୍କ ପାଇଁ ଖୁବ୍ ଭାବୁକ କଲା ଭଳି ମୁହୂର୍ତ୍ତ ଥାଏ । କିନ୍ତୁ ପଶ୍ଚିମବଙ୍ଗ ଜଣେ ପିତା କନ୍ୟାର କନ୍ୟାଦାନ ନ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବଙ୍ଗାଳୀ ରୀତିନୀତିରେ ହେଉଥିବା ଏକ ବିବାହରେ ମହିଳା ପଣ୍ଡିତ ପିତାଙ୍କୁ ଯେତେବେଳେ ଝିଅର କନ୍ୟାଦାନ କରିବା କଥା କହିଥିଲେ । ପିତା ସେତେବେଳେ କନ୍ୟାଦାନ କରିବା ପାଇଁ ମନା କରି ଦେଇଥିଲେ । ଏହି ମୁହୂର୍ତ୍ତରେ ପିତା ଏକ ଛୋଟ ଭାଷଣ ମଧ୍ୟ ଦେଇଥିଲେ । ସେ କହିଥିଲେ ମୋ ଝିଅ କୌଣସି ପ୍ରୋପର୍ଟି ନୁହେଁ ଯେ ମୁଁ ତାକୁ ଦାନ କରିବି । ଏହି ବିଷୟକୁ ଅସ୍ମିତା ନାମକ ଜଣେ ଟ୍ୱିଟର ହ୍ୟାଣ୍ଡଲର୍ ସେୟାର୍ କରିଥିଲେ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ କିଛି ଲୋକ ଏହାକୁ ପ୍ରଶଂସା କରିଥିବା ବେଳେ ଆଉ କିଛି ଲୋକ ଏହା ଉପରେ ଆଲୋଚନା ମଧ୍ୟ କରିଛନ୍ତି ।

ଅସ୍ମିତା ଟ୍ୱିଟରରେ ଲେଖିଥିଲେ ଯେ ସେ ଏକ ମହିଳା ପଣ୍ଡିତ ଥିବା ବିବାହରେ ଉପସ୍ଥିତ ଅଛନ୍ତି । ସେ କନ୍ୟାକୁ ମା’ଙ୍କ ନାଁ ଏବଂ ପିତାଙ୍କ ନାଁ କହି ସମ୍ବୋଧନ କରୁଥିଲେ । କନ୍ୟାପିତା ଏକ ଭାଷଣ ଦେଇ କହିଥିଲେ ଯେ ସେ କନ୍ୟାଦାନ କରିପାରିବେ ନାହିଁ , କାରଣ ତାଙ୍କ ଝିଅ କୌଣସି ପ୍ରୋପର୍ଟି ନୁହେଁ । ମୁଁ ଏହି ଘଟଣାରେ ବହୁତ ପ୍ରଭାବିତ ହୋଇଛି । ତେବେ ୬ ମାସ ପୂର୍ବରୁ କନ୍ୟାପକ୍ଷ ଏବଂ ବରପକ୍ଷଙ୍କ ମଧ୍ୟରେ ଏନେଇ କଥାବାର୍ତ୍ତା ହୋଇ ସହମତି ହୋଇଯାଇଥିଲା ।